ପୁରୀ:ଆଶା ସାଥି ସଙ୍ଘ ପୁରୀ ପକ୍ଷରୁ ସ୍ବାସ୍ଥ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର । ଆଶା ସାଥିଙ୍କୁ ସରକାରୀ ମାନ୍ୟତା, ମାସିକ 6000 ହଜାର ଦରମା, ୟୁନିଫର୍ମ ଲାଗୁ ,କାର୍ଯ୍ୟଦକ୍ଷତା ପାଇଁ ଟ୍ରେନିଂ, ଆଶା ସାଥି କର୍ମୀଙ୍କୁ ବୀମା ଓ ମୃତ୍ୟୁ କାଳୀନ ସହାୟତା ରାଶି ପ୍ରଦାନ ପ୍ରମୂଖ 8 ଦଫା ଦାବି ପତ୍ର ପୁରୀ ଜିଲ୍ଲାପାଳଙ୍କ ଜରିଆରେ ପ୍ରଦାନ କରାଯାଇଛି । ସବୁ ବେଳେ ସମାଜ ସେବା କରି ଆସୁଥିବା ଆଶା ସାଥୀଙ୍କୁ ରାଜ୍ୟ ସରକାର ସ୍ବତନ୍ତ୍ର ଦୃଷ୍ଟି ଦେଇ ସହାୟତା କରିବା ଆବଶ୍ୟକ ବୋଲି ଆଶା ସାଥି ସଙ୍ଘ ପ୍ରକାଶ କରିଛି।
ରାଜ୍ୟ ସରକାର ଆଶା ସାଥିଙ୍କ ଦାବି ପୂରଣ ନ କଲେ ଆଗାମୀ ଦିନରେ ବାଧ୍ୟ ହୋଇ ସରକାରଙ୍କ ଦୃଷ୍ଟ ଆକର୍ଷଣ ପାଇଁ ଆନ୍ଦୋଳନକୁ ଓହ୍ଲାଇବେ ବୋଲି ସଂଘ କହିଛି।
ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ