ETV Bharat / state

ପବିତ୍ର ଅଁଳା ନବମୀ, ବିନା ଭକ୍ତରେ ହେବ ନୀତି

author img

By

Published : Nov 23, 2020, 7:20 AM IST

Updated : Nov 23, 2020, 8:22 AM IST

ଆଜି ପବିତ୍ର ଅଁଳା ନବମୀ । ସାକ୍ଷୀ ଗୋପାଳ ମନ୍ଦିରରେ ହେବ ସ୍ବତନ୍ତ୍ର ନୀତିକାନ୍ତି । ଏପଟେ ବିନା ଭକ୍ତରେ ହେବ ଦେବନୀତି । ଅଧିକ ପଢନ୍ତୁ...

ପବିତ୍ର ଅଁଳା ନବମୀ, ବିନା ଭକ୍ତରେ ହେବ ନୀତି
ପବିତ୍ର ଅଁଳା ନବମୀ, ବିନା ଭକ୍ତରେ ହେବ ନୀତି

ପୁରୀ: ଧର୍ମର ମାସ କାର୍ତ୍ତିକ । ଏହି ମାସରେ ଧନନ୍ତ୍ବରୀ ପୂଜା, ନରକ ଚର୍ତ୍ତୁଦର୍ଶୀ, କାଳୀପୂଜା, ଦୀପାବଳୀ, ଗୋବର୍ଦ୍ଧନ ପୂଜା, ନାଗୁଣୀ ଚତୁର୍ଥୀ, ଗୋଷ୍ଠାଷ୍ଟମୀ, ଅଁଳାନବମୀ, ବଡ ଏକାଦଶୀ ଓ ରାସ ପୂର୍ଣ୍ଣିମା ଓଡିଆ ସଂସ୍କୃତି ପରମ୍ପରା ଅନୁଯାୟୀ ପାଳନ କରାଯାଉଛି। ତନ୍ମଧ୍ୟରେ ଅଁଳାନବମୀର ମହାତ୍ମ୍ୟ ନିଆରା । ପ୍ରତିବର୍ଷ ଆଡମ୍ବର ସହକାରେ ଅଁଳା ନବମୀ ପାଳିତ ହେଉଥିବା ବେଳେ ଏଥର କିନ୍ତୁ ନିରାଡମ୍ବରରେ ହେବା ରାଧାପାଦ ଦର୍ଶନ ।

ଏପଟେ କୋରୋନା କଟକଣା ମଧ୍ୟରେ ଅଁଳା ନବମୀ ପାଳନ ପାଇଁ ସାକ୍ଷୀ ଗୋପାଳ ମନ୍ଦିର ପ୍ରସ୍ତୁତ । ଏଥର ବିନା ଭକ୍ତରେ ଦେବ ନୀତି ହେବ ଅନୁଷ୍ଠିତ । ଏଥିପାଇଁ ପ୍ରଶାସନ ତରଫରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ସର୍ବସାଧାରଣଙ୍କ ପାଇଁ ଦର୍ଶନ ବନ୍ଦ ଥିବାରୁ ମନ୍ଦିରର 200 ମିଟର ବ୍ୟାସାର୍ଦ୍ଧ ଅଞ୍ଚଳରେ 144 ଧାରା ଜାରି କରାଯାଇଛି ।

ପବିତ୍ର ଅଁଳା ନବମୀରେ ମା’ ରାଧାରାଣୀ ଓଡିଆଣୀ ବେଶରେ ଦର୍ଶନ ଦିଅନ୍ତି । ଯାହାକୁ ଦେଖିବା ପାଇଁ ହଜାର ହଜାର ଶ୍ରଦ୍ଧାଳୁଙ୍କ ସୁଅ ଛୁଟିଥାଏ । ହେଲେ ଏଥର କୋରୋନା କଟକଣା ଯୋଗୁଁ ବିନା ଭକ୍ତରେ ସମସ୍ତ କାର୍ଯ୍ୟ ସମ୍ପନ୍ନ ହେବ । ଏପଟେ କଟକଣା ପାଇଁ ସାକ୍ଷୀ ଗୋପାଳ ମନ୍ଦିର ପରିସରରେ ରବିବାର ରାତିରୁ 144 ଧାରା ଲାଗୁ କରାଯାଇଛି । ଯାହା ଆସନ୍ତା 25 ତାରିଖ ପର୍ଯ୍ୟନ୍ତ ବଳବତ୍ତର ରହିବ । କେବଳ ସେବାୟତଙ୍କ ଦ୍ବାରା ନୀତି ସମ୍ପନ୍ନ ହେବ ।

Last Updated : Nov 23, 2020, 8:22 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.