ETV Bharat / state

ସମୁଦ୍ରରେ 26 ଦିନ ସଂଘର୍ଷ: କେମିତି ଥିଲା ଯାତ୍ରା ଶୁଣନ୍ତୁ... - Andaman sailor thanks lord Jagannath after rescue

ଆଣ୍ଡାମାନର ନାବିକଙ୍କୁ ଉଦ୍ଧାର କରିଛି ପୁରୀ ପୋଲିସ । ତେବେ ଏତେ ଦିନ କିଭଳି ସେ ସମୁଦ୍ରରେ ସଂଘର୍ଷ ଜାରି ରଖିଥିଲେ ସେନେଇ ଆମ ଇଟିଭି ଭାରତକୁ ଦେଇଛନ୍ତି ଏକ ସାକ୍ଷାତକାର....

'ପ୍ରଭୁ ଜଗନ୍ନାଥ ଦେଇଛନ୍ତି ପୁର୍ନଜନ୍ମ'
author img

By

Published : Oct 28, 2019, 5:40 PM IST

ପୁରୀ: ବ୍ରହ୍ମଗିରି ଖିରିସାହିରେ ସମୁଦ୍ର ପଥରେ ଆସି ଲାଗିଥିବା ଅଣ୍ଡାମାନର ନାବିକଙ୍କୁ ଉଦ୍ଧାର କରିଛି ପୁରୀ ପୋଲିସ । ଉଦ୍ଧାର ପରେ ତାଙ୍କୁ ପୁରୀର ଏକ ସେଲଟର୍ ହୋମ୍‌ରେ ରଖାଯାଇଛି । ସେଠାରେ ତାଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରାଯାଇଥିଲା । ତାଙ୍କ ସ୍ବାସ୍ଥ୍ୟବସ୍ଥା ଭଲ ଥିବାବେଳେ ତାଙ୍କୁ ଅଣ୍ଡାମାନ ଫେରାଇ ନେବାକୁ ପ୍ରଶାସନ ବ୍ୟବସ୍ଥା କରୁଛି ।

'ପ୍ରଭୁ ଜଗନ୍ନାଥ ଦେଇଛନ୍ତି ପୁର୍ନଜନ୍ମ'

ତେବେ ଉଦ୍ଧାର ନାବିକ ଜଣଙ୍କ ହେଲେ ଅମିତ କୁଜୁର । ସେ ଅଗଷ୍ଟ28 ତାରିଖରେ ଆଣ୍ଡାମାନର ପୋର୍ଟବ୍ଲେୟାରରୁ ବାହାରି ଥିବାବେଳେ ଘୂର୍ଣ୍ଣିବାତ୍ୟାର ସମ୍ମୁଖୀନ ହୋଇ ଦିଶାହୀନ ହୋଇଥିଲେ । ଏହାପରେ ସେ ଦୀର୍ଘଦିନ ଧରି ସମୁଦ୍ରରେ ଘୁରି ବୁଲିଥିଲେ । ଅକ୍ଟୋବର 25 ତାରିଖରେ ସେ ବ୍ରହ୍ମଗିରି ଖିରିସାହି ସମୁଦ୍ରକୂଳରେ ଲାଗିଥିଲେ । ତେବେ ଏତେ ଦିନ କିଭଳି ସେ ସମୁଦ୍ରରେ ସଂଘର୍ଷ ଜାରି ରଖିଥିଲେ ସେନେଇ ଆମ ଇଟିଭି ଭାରତକୁ ଦେଇଥିବା ଏକ ସାକ୍ଷାତକାରରେ ବର୍ଣ୍ଣନା କରିଥିଲେ ।

ଦୀର୍ଘ 26 ଦିନ ଭୋକିଲା ରହିଥିବା କହିଛନ୍ତି କୁଜୁର । ସେହିପରି ତାଙ୍କ ସାଥି ରଞ୍ଜନ ବିଶ୍ଵାସ ଅନାହାରରେ ମୃତ୍ୟୁବରଣ କରିଥିଲେ । ଏହାସହ ପ୍ରଭୁ ଜଗନ୍ନାଥଙ୍କ କୃପାରୁ ତାଙ୍କର ପୁନର୍ଜନ୍ମ ହୋଇଥିବା ସେ କହିଛନ୍ତି ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

Intro:deferd andamaan sailor

Body:ପୁରୀ ବ୍ରହ୍ମଗିରି ଖିରୀ ସାହି ରେ ସମୁଦ୍ର ପଥ ରେ ଆସି ଲାଗିଥିବା ଅଣ୍ଡାମାନ ଦୀପ ର ନାବିକ କୁ ପୁରୀ ପୋଲିସ ଉଦ୍ଧାର କରି ଚି। ପୁରୀ ରେ ଏକ ସେଲଟର ହୋମ ରେ ରଖାଯାଇ ନାବିକ ଅମିତ କୁଜୁର ର ସ୍ୱାସ୍ତ୍ୟ ପରୀକ୍ଷା କରାଯାଇଛି। ତାଙ୍କର ସ୍ୱାସ୍ତ୍ୟ ଭଲ ରହିଛି। ତାଙ୍କୁ ଅଣ୍ଡାମାନ ଫେରାଇ ନେବାକୁ ପ୍ରଶାସନ ବ୍ୟବସ୍ଥା କରୁଛି। ତେବେ ଅଗଷ୍ଟ28 ତାରିଖରେ ସେ ଅଣ୍ଡାମାନ ର ପୋର୍ଟ ବ୍ଲେୟର ରୁ ବାହାରି ଥିବା ବେଳେ ଝଡ଼ ବାତ୍ୟା ର ସମ୍ମୁଖୀନ ହୋଇ ଦିଶା ହୀନ ଭାବେ ଦୀର୍ଘ ଦିନ ହେବ ସମୁଦ୍ର ରେ ବୁଲୁ ଥିଲେ। ତେବେ ଅକ୍ଟୋବର 25 ତାରିଖରେ ସେ ଆସି ବ୍ରହ୍ମଗିରି ଖିରୀ ସାହି ସମୁଦ୍ର କୂଳରେ ଲାଗିଥିଲେ। ପରେ ଘଟଣା ଲୋକ ଲୋଚନ କୁ ଆସିଥିଲା। ଏତେ ଦିନ କିଭଲି ସେ ସମୁଦ୍ର ରେ ଆଖିଆ ଅପିଆ ରହି ବଂଚି ଥିଲେ ସେ ଚର୍ଚ୍ଚା ହୋଇ ଥିଲା। ତେବେ ସେ ଦୀର୍ଘ 26 ଦିନ ଆଖିଆ ପେଟରେ ରହିଥିଲେ। ସେହିପରି ତାଙ୍କ ସାଥି ରଞ୍ଜନ ବିଶ୍ଵାସ ମଧ୍ୟ ଅନାହାର ରେ ମୃତ୍ୟୁ ବରଣ କରିଥିଲେ। ତେବେ ପୁନର୍ଜନ୍ମ ପାଇ ଥିବା ଅମିତ ପ୍ରଭୁ ଜଗନ୍ନାଥ ଙ୍କ ଦୟାରୁ ନିଜ ଜୀବନ ପାଇ ଥିବା କହିଛନ୍ତି। ତେବେ ସମୁଦ୍ର ଭିତରେ ସେ କୀଭଳି ବଂଚିବାକୁ ସଂଘର୍ଷ କରିଥିଲେ ସେ ନେଇ ଆଲୋଚନା କରିଛନ୍ତି ଅମିତ ଙ୍କ ସହିତ ଆମ ପୁରୀ ରିପୋର୍ଟ ର।

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.