ETV Bharat / state

ଶ୍ରୀଜୀଉଙ୍କ ଫିଟା ହେଲା ଓଦା ବସ୍ତ୍ର, ଆଜି ଫିଟିବ ଶ୍ରୀଅଙ୍ଗ

ଆଜି ଶ୍ରୀମନ୍ଦିର ଅଣସର ପିଣ୍ଡିରେ ମହାପ୍ରଭୁଙ୍କ ସ୍ନାନପୂର୍ଣ୍ଣିମାରେ ଜଳସିକ୍ତ ପାଟଗୁଡିକୁ ଫିଟାଇ ଦିଆଯାଇଛି । ଆସନ୍ତାକାଲି ଶ୍ରୀଅଙ୍ଗ ଫିଟାଯିବ ।

author img

By

Published : Jun 20, 2019, 12:02 PM IST

ଫାଇଲ ଫଟୋ

ପୁରୀ: ଶ୍ରୀମନ୍ଦିରରେ ମହାପ୍ରଭୁ ଏବେ ଅଣସର ପିଣ୍ଡିରେ । ଦଇତାପତି ସେବକମାନେ ମହାପ୍ରଭୁଙ୍କ ଗୁପ୍ତ ନୀତିରେ ସେବା କରୁଛନ୍ତି । ଆଜି ଶ୍ରୀମନ୍ଦିର ଅଣସର ପିଣ୍ଡିରେ ମହାପ୍ରଭୁଙ୍କ ସ୍ନାନପୂର୍ଣ୍ଣିମାରେ ଜଳସିକ୍ତ ପାଟ ଗୁଡିକୁ ଫିଟାଇ ଦିଆଯାଇଛି । ଆସନ୍ତାକାଲି ଶ୍ରୀଅଙ୍ଗ ଫିଟାଯିବା ପରେ ଦଇତାପତିମାନେ ଅଣସର ଘରେ ମହାପ୍ରଭୁଙ୍କ ଗୁପ୍ତ ନୀତି କରିବେ ।

ଏହାପରେ କୃଷ୍ଣ ପଞ୍ଚମୀଠାରୁ ଦଇତାପତିମାନେ ମହାପ୍ରଭୁଙ୍କ ଆରୋଗ୍ୟ ପାଇଁ ବୈଦ୍ୟଙ୍କ ପରାମର୍ଶ ଫୁଲରୀ ତେଲ ଶ୍ରୀଅଙ୍ଗରେ ଘର୍ଷଣ କରିବେ । ଦାରୁବ୍ରହ୍ମଙ୍କ ଆରୋଗ୍ୟ ପାଇଁ ଗୁପ୍ତ ଚିକିତ୍ସା କରାଯିବ । ଏହାସହ ପ୍ରତ୍ୟେହ ଚକଟା ଭୋଗ କରାଯିବ ମହାବିଗ୍ରହଙ୍କ ନିକଟରେ ।

ସ୍ନାନପୂର୍ଣ୍ଣିମାରେ ମହାପ୍ରଭୁ ୧୦୮ ଗରା ଜଳରେ ସ୍ନାନ କରିବା ପରେ ଜ୍ବରରେ ଆକ୍ରାନ୍ତ ହୋଇଛନ୍ତି । ଏବେ ଭକ୍ତମାନେ ଶ୍ରୀମନ୍ଦିରରେ ପଟିଦିଅଁ ଦର୍ଶନ କରୁଛନ୍ତି ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

Intro:ମହାପ୍ରଭୁଙ୍କ ଗୁପ୍ତ ନୀତିBody:ଶ୍ରୀମନ୍ଦିର ରେ ମହାପ୍ରଭୁ ଏବେ ଅଣସର ପିଣ୍ଡିରେ। ଦଇତାପତି ସେବକମାନେ ମହାପ୍ରଭୁଙ୍କ ଗୁପ୍ତ ନିତି ସେବା କରୁଛନ୍ତି। ତେବେ ଆଜି ଶ୍ରୀମନ୍ଦିର ଅଣସର ପିଣ୍ଡିରେ ମହାପ୍ରଭୁଙ୍କ ଓଦାବସ୍ତ୍ର ଫିଟାଯାଇଛି। ଆସନ୍ତାକାଲି ଶ୍ରୀଅଙ୍ଗ ଫିଟାଯିବା ପରେ ଦଇତାପତିମାନେ ଅଣସର ଘରେ ମହାପ୍ରଭୁଙ୍କ ଗୁପ୍ତ ନୀତି କରିବେ। ଆସନ୍ତା ପଞ୍ଚମୀରୁ ମହାପ୍ରଭୁଙ୍କ ଆରୋଗ୍ୟ ପାଇଁ ବୈଦ୍ୟଙ୍କ ପରାମର୍ଶ ଫୁଲରୀ ତେଲ ଏବଂ ଔଷ ଲାଗି ହେବ। ଏହି ଔଷ ଖାଇ ମହାପ୍ରଭୁ ଆରୋଗ୍ୟ ହେବେ। ପ୍ରତିଦିନ ଚକଟା ଭୋଗ ହେବ। ସ୍ନାନପୂର୍ଣ୍ଣିମାରେ ମହାପ୍ରଭୁ ୧୦୮ ଗରା ଜଳରେ ସ୍ନାନ କରିବା ପରେ ଜ୍ବରରେ ଆକ୍ରାନ୍ତ ହୋଇଛନ୍ତି। ଏବେ ଭକ୍ତମାନେ ପଟିଦିଅଁ ଦର୍ଶନ କରୁଛନ୍ତି। Conclusion:ପୁରୀ ରୁ ଶକ୍ତି ପ୍ରସାଦ ମିଶ୍ର

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.