ETV Bharat / state

ବିନା ଭକ୍ତରେ ହେବ ଅନବସର ଯାତ୍ରା - puri news

କୋଭିଡ ପାଇଁ ବିନା ଭକ୍ତରେ ହେବ ଅଲାରନାଥଙ୍କ ଅନବସର ଯାତ୍ରା। ଯାହାକୁ ନେଇ ଦୁଃଖରେ ଭକ୍ତ ଏବଂ ସେବାୟତ । ଅଧିକ ପଢନ୍ତୁ...

anabasara yatra will held in alarnath pitha without devotee for covid pandemic in puri
ବିନା ଭକ୍ତରେ ହେବ ଅନବସର ଯାତ୍ରା
author img

By

Published : Jun 19, 2021, 12:37 PM IST

ବ୍ରହ୍ମଗିରି : କୋଭିଡ ପାଇଁ ବିନା ଭକ୍ତରେ ହେବ ଅଲାରନାଥଙ୍କ ଅନବସର ଯାତ୍ରା। ଯାହାକୁ ନେଇ ଦୁଃଖରେ ଭକ୍ତ ଏବଂ ସେବାୟତ । ଶ୍ରୀ ଜଗନ୍ନାଥଙ୍କ 108 କଳସ ଜଳରେ ମହାସ୍ନାନ ପରେ ଶ୍ରୀଜୀଉମାନେ 15 ଦିନ ପାଇଁ ଜ୍ଵରରେ ପଡିଯାନ୍ତି । ଏହି ସମୟରେ ପ୍ରଭୁଙ୍କର ଚାଲିଥାଏ ଗୁପ୍ତସେବା। ଜଗନ୍ନାଥଙ୍କ ଦର୍ଶନରୁ ଭକ୍ତମାନେ ବଞ୍ଚିତ ହୋଇ ଛୁଟି ଆସନ୍ତି ବ୍ରହ୍ମଗିରିସ୍ଥ ଅଲାରନାଥ ପୀଠକୁ।

ବିନା ଭକ୍ତରେ ହେବ ଅନବସର ଯାତ୍ରା

କିମ୍ବଦନ୍ତୀ ଅନୁସାରେ ଏହି ସମୟରେ ଅଲାରନାଥଙ୍କ ଚତୁର୍ଦ୍ଧାମୂର୍ତ୍ତୀ ଦର୍ଶନରେ ଜଗନ୍ନାଥଙ୍କ ଦର୍ଶନର ସମଫଳ ପ୍ରାପ୍ତି ହୋଇଥାଏ । 15 ଦିନ ବ୍ରହ୍ମଗିରି ପଲଟିଯାଏ ଦ୍ବିତୀୟ ଶ୍ରୀକ୍ଷେତ୍ର । ଭକ୍ତଙ୍କ ଗହଳି ଚହଳିରେ ଆନନ୍ଦ ବଜାରରେ ପ୍ରସାଦର ପସରା ଖୋଲିଯାଏ । ଅଲାରନାଥଙ୍କ ପ୍ରିୟ ଖିରି ଭୋଗ ପାଇ ଭକ୍ତ ଆତ୍ମ ତୃପ୍ତି ପାଇଥାଏ। କିନ୍ତୁ ମହାମାରୀ ପାଇଁ ଯାତ୍ରାକୁ ଆସିପାରିବେନି ଭକ୍ତ । ପ୍ରଶାସନ ପକ୍ଷରୁ 144 ଧାରା ଜାରି ହୋଇଛି । ଗତବର୍ଷ ଭଳି ଚଳିତ ବର୍ଷ ବିନା ଭକ୍ତରେ ହେବ ଅନବସର ଯାତ୍ରା । 15 ଦିନ ଦୁର୍ଲଭ ଦର୍ଶନରୁ ବଞ୍ଚିତ ହେବେ ଭକ୍ତ।

ବ୍ରହ୍ମଗିରିରୁ ଦେବାଶିଷ ଦାସ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.