ETV Bharat / state

ବୃଦ୍ଧାଙ୍କ ଗୋଡ, ହାତ ବାନ୍ଧି ରାସ୍ତା କଡ଼ରେ ପକାଇଲେ ଦୁର୍ବୃତ୍ତ

Old Man Rescued : ହାତ,ଗୋଡ ଓ ମୁହଁ ବନ୍ଧା ଅବସ୍ଥାରେ ରାସ୍ତାକଡ଼ରୁ ଉଦ୍ଧାର ହେଲେ ବୃଦ୍ଧ । ସେପଟେ କୋଣାର୍କ ମେଡିକାଲରେ ଚିକିତ୍ସା ପାଇଁ ଡାକ୍ତର ଓ କର୍ମଚାରୀ ନଥିବାବେଳେ ତାଙ୍କୁ ପୁରୀ ମେଡିକାଲକୁ ପଠାଯାଇଛି। ଅଧିକ ପଢନ୍ତୁ

author img

By ETV Bharat Odisha Team

Published : Jan 3, 2024, 5:54 PM IST

ବୃଦ୍ଧ ଉଦ୍ଧାର
ବୃଦ୍ଧ ଉଦ୍ଧାର
ବୃଦ୍ଧ ଉଦ୍ଧାର

ନିମାପଡ଼ା: ହାତ,ଗୋଡ ଓ ମୁହଁ ବନ୍ଧା ଅବସ୍ଥାରେ ରାସ୍ତାକଡ଼ରୁ ଉଦ୍ଧାର ହେଲେ ବୃଦ୍ଧ । ଅତି ଅମାନୁଷିକ ଭାବେ ଜଣେ ବ୍ୟକ୍ତିଙ୍କୁ ହାତ ଗୋଡ ବାନ୍ଧି ନିର୍ଯାତନା ଦିଆଯାଇଛି । ପୁରୀ ଜିଲ୍ଲା କୋଣାର୍କ- କାକଟପୁର ମୁଖ୍ୟରାସ୍ତା କଡରେ ଏଭଳି ଦୟନୀୟ ଅବସ୍ଥାରେ ପଡିଥିବା ବ୍ୟକ୍ତିଙ୍କୁ ଉଦ୍ଧାର କରାଯାଇଛି। ବ୍ୟକ୍ତି ଜଣକ ହେଲେ କାକଟପୁର ବ୍ଳକ କୁରୁଜଙ୍ଗ ପଞ୍ଚାୟତ ଭାଣପୁର ଗାଁର କୁନା ମହାପାତ୍ର । ରାସ୍ତାରେ ଯାଉଥିବା ଲୋକଙ୍କ ଦ୍ୱାରା ସେ ଉଦ୍ଧାର ହୋଇଛନ୍ତି। ସୂଚନା ଅନୁସାରେ, ଗତକାଲି (ମଙ୍ଗଳବାର) ରାତିରେ କୋଣାର୍କ କାକଟପୁର ମୁଖ୍ୟରାସ୍ତା ନିକଟ ବଢେଇଛକଠାରୁ ମାତ୍ର ଅଳ୍ପ କିଛି ଦୂରରେ ସେ ପଡି ରହିଥିଲେ ।

କେହି ଦୁବୃର୍ତ୍ତ କୁନା ମହାପାତ୍ରଙ୍କ ହାତଗୋଡ ଓ ମୁହଁ ବାନ୍ଧି ରାସ୍ତା କଡରେ ଫୋପାଡ଼ି ଦେଇଥିବାବେଳେ ରାସ୍ତାରେ ଯାଉଥିବା ବାଟୋଇ ଦେଖିବାକୁ ପାଇଥିଲେ। ଏହାପରେ ସେମାନେ ତୁରନ୍ତ କୋଣାର୍କ ଚମ୍ପାହର ଅଗ୍ନିଶମ ବିଭାଗକୁ ଫୋନ୍ ଯୋଗେ ଯୋଗାଯୋଗ କରିଥିଲେ। ପରେ ସେମାନେ ସ୍ଥାନୀୟ ବାସିନ୍ଦାଙ୍କୁ ମଧ୍ୟ ଡାକିଥିଲେ । ସ୍ଥାନୀୟ ବାସିନ୍ଦା ଓ ଚମ୍ପାହର ଅଗ୍ନିଶମ ବିଭାଗ ପହଞ୍ଚି କୁନା ମହାପାତ୍ରଙ୍କୁ ଗୁରୁତର ଭାବେ ଉଦ୍ଧାର କରି କୋଣାର୍କ ମେଡିକାଲ ପଠାଇଥିଲେ। କୋଣାର୍କ ମେଡିକାଲରେ ଚିକିତ୍ସା ପାଇଁ ଡାକ୍ତର ଓ କର୍ମଚାରୀ ନଥିବାବେଳେ ଗୁରୁତର ହେବାରୁ କୁନାଙ୍କୁ ପୁରୀ ବଡ ମେଡ଼ିକାଲକୁ ରେଫର୍ କରାଯାଇଥିବା ଜଣାପଡିଛି ।

ତେବେ କୁନାଙ୍କ ପରିବାରରେ କେହି ନଥିବା ଜଣାପଡିଛି । ସେ ବନ୍ଧା ହୋଇ ପଡିଥିବା ସ୍ଥାନରେ ତାଙ୍କର ସାଇକେଲ ଓ ଚପଲ ପଡିଥିବା ଦେଖିବାକୁ ମିଳିଛି। ଯେତେବେଳେ ତାଙ୍କୁ ଚିକିତ୍ସା ପାଇଁ କୋଣାର୍କ ଡାକ୍ତରଖାନାକୁ ନିଆଯାଇଥିଲା ଦୀର୍ଘ ୨ ଘଣ୍ଟାରୁ ଉର୍ଦ୍ଧ୍ବ ସମୟ ଧରି ସେ ସେଠାରେ ଥିଲେ ସୁଦ୍ଧା ଚିକିତ୍ସା କରାଯାଇନଥିଲା । ସେପଟେ ଖବର ପାଇ କୋଣାର୍କ ପୋଲିସ ଘଟଣା ସ୍ଥଳରେ ପହଞ୍ଚିବା ଦୂରର କଥା, ପୁରୀ ମେଡିକାଲ ନେବାକୁ କୌଣସି କର୍ମଚାରୀ ମଧ୍ୟ ଆସିଲେ ନାହିଁ ।

ଏହା ମଧ୍ୟ ପଢନ୍ତୁ...ପୋଖରୀରୁ ନିଖୋଜ ଶିଶୁପୁତ୍ରର ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ

କୁନାଙ୍କ ଅବସ୍ଥା ଗୁରୁତର ହେବାରୁ କିଛି ଗଣମାଧ୍ୟମ ପ୍ରତିନିଧିମାନେ ୧୦୮ କୁ ଫୋନ୍ ଯୋଗେ ଯୋଗାଯୋଗ କରିବା ପରେ କୁନା ମହାପାତ୍ରଙ୍କୁ ପୁରୀ ମେଡିକାଲ ପଠାଯାଇଥିବା ଜଣାପଡିଛି। ଏବେବି ତାଙ୍କର ସ୍ବାସ୍ଥ୍ୟ ଅବସ୍ଥା ଭଲ ନଥିବା ସୂଚନା ରହିଛି। ଏନେଇ ସ୍ଥାନୀୟ ଲୋକେ ଓ ପ୍ରତ୍ୟକ୍ଷଦର୍ଶୀ ପୋଲିସର କାର୍ଯ୍ୟଶୈଳୀ ଉପରେ ପ୍ରଶ୍ନ ଉଠାଇବା ସହ ଅସନ୍ତୋଷ ପ୍ରକାଶ କରିଛନ୍ତି । "ପୋଲିସ ପେଟ୍ରୋଲିଙ୍ଗ ନହେଉଥିବାରୁ ଏପରି ଅଘଟଣ ଘଟିଥିବା ଅଭିଯୋଗ କରିଛନ୍ତି ସ୍ଥାନୀୟଲୋକେ । ତୁରନ୍ତ ପୁରୀ SP ଘଟଣା ପ୍ରତି ଦୃଷ୍ଟି ଆକର୍ଷଣ କରିବାକୁ ସାଧାରଣରେ ଦାବି ହୋଇଛି।

ଇଟିଭି ଭାରତ, ନିମାପଡ଼ା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.