ETV Bharat / state

ପୁରୀରେ ଅମ୍ଫାନ ପ୍ରଭାବ: ଭାଙ୍ଗିଲା ନଡିଆ ଗଛ, ସମୁଦ୍ରରେ ବଡ ଜୁଆର - ପୁରୀ ଅମ୍ଫାନ ପ୍ରଭାବ

ପୁରୀ ଜିଲ୍ଲାରେ ଅମ୍ଫାନ ପ୍ରଭାବ ଦେଖିବାକୁ ମିଳିଛି । ଏହାକୁ ନେଇ ଜିଲ୍ଲାବାସୀ ସାମାନ୍ୟ ଆଶ୍ବସ୍ତ ଅଛନ୍ତି ।

Ampan Puri effected
ପୁରୀରେ ଅମ୍ପାନ ସାମାନ୍ୟ ପ୍ରଭାବ
author img

By

Published : May 20, 2020, 11:24 AM IST

ପୁରୀ: ଜିଲ୍ଲାରେ ଅମ୍ଫାନ ପ୍ରଭାବ ଦେଖିବାକୁ ମିଳିଛି । ଏହାକୁ ନେଇ ଜିଲ୍ଲାବାସୀ ସାମାନ୍ୟ ଆଶ୍ବସ୍ତ ଅଛନ୍ତି । କୋଣାର୍କ, ଅସ୍ତରଙ୍ଗ ଆଦି ଅଞ୍ଚଳରେ କିଛି ଗଛଡାଳ ଭାଙ୍ଗି ଥିବାବେଳେ ଅଳ୍ପ କିଛି ନଡ଼ିଆ ଗଛ ଭାଙ୍ଗି ଥିବା ଜଣାପଡିଛି। ତେବେ ଓଡ୍ରାଫ ଓ ଏନଡିଆରଫ ଟିମ ମୁତୟନ ଥିବାରୁ ଭଙ୍ଗା ଡାଳ ଗୁଡିକ ସଫା କରଯାଇଛି। ପ୍ରବଳ ପବନ ଆଶଙ୍କାକୁ ଦେଖି ମଙ୍ଗଳବାର ସନ୍ଧ୍ୟାରେ ତଳିଆ ଅଞ୍ଚଳବାସୀଙ୍କୁ ବାତ୍ୟା ଆଶ୍ରୟସ୍ଥଳୀକୁ ନିଆଯାଇଥିଲା । ପୁରୀ ଜିଲାରେ ରାତି 1ରୁ ଭୋର 5 ଟା ଯାଏ ପବନର ବେଗ ଅଧିକ ଥିଲା। ସକାଳୁ ପାଗ ସ୍ବାଭାବିକ ଥିବା ବେଳେ ଝିପିଝିପି ବର୍ଷା ଲାଗି ରହିଛି।

ପୁରୀରେ ଅମ୍ପାନ ସାମାନ୍ୟ ପ୍ରଭାବ

ଅନ୍ୟପଟେ ନିମାପଡା ବିଧାୟକ ତଥା ଗଣଶିକ୍ଷା ମନ୍ତ୍ରୀ ସମୀର ରଂଜନ ଦାଶ ଗୋପ ବ୍ଲକର ବିଭିନ୍ନ ବାତ୍ୟା ଆଶ୍ରୟସ୍ଥଳୀରେ ଆଶ୍ରୟ ନେଇଥିବା ଲୋକ ମାନଙ୍କ ପାଖରେ ପହଁଚି ସେମାନଙ୍କ ସମସ୍ୟା ବୁଝିବା ସହିତ ବାତ୍ୟା ଆଶ୍ରୟ ସ୍ଥଳରେ ରହିବାକୁ ପରାମର୍ଶ ଦେଇଛନ୍ତି । ପୁରୀ ଜିଲ୍ଲା କୋଣାର୍କ ଅଞ୍ଚଳ ରେ ଆମ୍ଫନର ପ୍ରଭାବ ରେ କେତେକ ସ୍ଥାନରେ ଡାଳ ଭାଙ୍ଗି ପଡିଥିବା ବେଳେ ସମୁଦ୍ରରେ ବଡ଼ ଜୁଆର ରହିଥିବା ଦେଖା ଦେଇଛି।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.