ETV Bharat / state

ଶ୍ରୀକ୍ଷେତ୍ରରେ ଅମିତ ଶାହ: ବଡଦାଣ୍ଡରେ ବିଜେପିର ଶକ୍ତି ପ୍ରଦର୍ଶନ - ଷ୍ଟାର ପ୍ରଚାରକ

ଅମିତଙ୍କୁ ସ୍ବାଗତ ପାଇଁ ବିଜେପି ବିଶାଳ ଆୟୋଜନ କରିଥିଲା । ଢୋଲ, ବାଦ୍ୟ, ମାଦଳ, ମାଇକ୍‌ ଦ୍ବାରା ବିଜେପି କର୍ମୀ ଜୋରସୋରରେ ପ୍ରଚାର ଚଲାଇଥିଲେ । ଅମିତ ପହଞ୍ଚିବା ପରେ ‘ଅମିତ ଶାହ ସ୍ବାଗତମ’, ‘ବିଜେପି ଜିନ୍ଦାବାନ୍ଦ’, ‘ମୋଦି ମୋଦି’ ଆଦି ନାରାରେ କମ୍ପି ଉଠିଥିଲା ପରିବେଶ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ପୁରୀ
author img

By

Published : Apr 9, 2019, 9:36 PM IST

ପୁରୀ: ଶ୍ରୀକ୍ଷେତ୍ରରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ । ନିକଟରେ ଓଡିଶା ଗସ୍ତରେ ଆସି ନିର୍ବାଚନ ପ୍ରଚାର କରି ଯାଇଥିବା ଅମିତ ପୁଣି ରାଜ୍ୟ ଗସ୍ତରେ ଆସିଛନ୍ତି । ଏଥର ପୁରୀରେ ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିଛନ୍ତି ଅମିତ ।

ଏକ କାରରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ଲୋକସଭା ପ୍ରାର୍ଥୀ ସମ୍ବିତ ପାତ୍ରଙ୍କ ସହ ପୁରୀରେ ପହଞ୍ଚିଥିଲେ ଅମିତ । ପହଞ୍ଚିବା ପରେ ପ୍ରଥମେ ମହାପ୍ରୁଭଙ୍କ ଦର୍ଶନ କରି ଆଶୀର୍ବାଦ ନେଇଥିଲେ । ଏହା ପୂର୍ବରୁ ମନ୍ଦିର ବାହାରେ ସେ ଆଳତୀ କରିଥିଲେ । ତେବେ ଶ୍ରୀଜୀଉଙ୍କ ଦର୍ଶନ ପରେ ଆରମ୍ଭ ହୋଇଥିଲା ବିଜେପିର ବିଶାଳ ଶୋ । ଦଳର ପୁରୀ ଲୋକସଭା ପ୍ରାର୍ଥୀ ସମ୍ବିତ ପାତ୍ରଙ୍କ ଷ୍ଟାର ପ୍ରଚାରକ ଭାବେ ପ୍ରଚାରର ମଙ୍ଗ ଧରିଥିଲେ ରାଷ୍ଟ୍ରୀୟ ଅଧ୍ୟକ୍ଷ । ଆଉ ବିଜେପି ପ୍ରଦର୍ଶନ କରିଥିଲା ନିଜ ଶକ୍ତି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ପୁରୀ

ଅମିତଙ୍କୁ ସ୍ବାଗତ ପାଇଁ ବିଜେପି ବିଶାଳ ଆୟୋଜନ କରିଥିଲା । ଢୋଲ, ବାଦ୍ୟ, ମାଦଳ, ମାଇକ୍‌ ଦ୍ବାରା ବିଜେପି କର୍ମୀ ଜୋରସୋରରେ ପ୍ରଚାର ଚଲାଇଥିଲେ । ଅମିତ ପହଞ୍ଚିବା ପରେ ‘ଅମିତ ଶାହ ସ୍ବାଗତମ’, ‘ବିଜେପି ଜିନ୍ଦାବାନ୍ଦ’, ‘ମୋଦି ମୋଦି’ ଆଦି ନାରାରେ କମ୍ପି ଉଠିଥିଲା ପରିବେଶ । ରାଲି ଓ ବିଶାଳ ଶୋଭାଯାତ୍ରାରେ ବିଜେପି ସମର୍ଥକଙ୍କ ସହ ଏକ ଖୋଲା ଗାଡିରେ ଅମିତଙ୍କ ସହ ସମ୍ବିତ ପାତ୍ର ଏବଂ ଧର୍ମେନ୍ଦ୍ର ପ୍ରଧାନ ସାମିଲ ହୋଇଥିଲେ ।

ଉଲ୍ଲେଖଯୋଗ୍ୟ ଯେ ଆସନ୍ତା ଏପ୍ରିଲ ୨୩ରେ ତୃତୀୟ ପର୍ଯ୍ୟାୟ ନିର୍ବାଚନରେ ପୁରୀ ଲୋକସଭା ଆସନ ପାଇଁ ମତଦାନ ହେବ ।

ପୁରୀରୁ ଶକ୍ତିପ୍ରସାଦ ମିଶ୍ର, ଇଟିଭି ଭାରତ

Intro:କାନ୍ଦି କାନ୍ଦି ଦଳ ଛାଡିଲେ। ଇସ୍ତଫା ପତ୍ର ଦେଲେ, ଦଳୀୟ ପତାକା ଫେରାଇଲେ। ଏଭଳି ଭାବବିହ୍ଵଳ ପରିସ୍ଥିତି ଆଜି ବିଜେପି କାର୍ଯ୍ୟାଳୟରେ ଦେଖିବାକୁ ମିଳିଥିଲା। ଶତାଧିକ କର୍ମୀ ବିଜେପି ରାଜ୍ୟ କାର୍ଯ୍ୟାଳୟରେ ପହଂଚି ଫାଟକ ସମ୍ମୁଖରେ ହୋହଲ୍ଲା କରି ନଥିଲେ କି ବିକ୍ଷୋଭ କରିନଥିଲେ। ବରଂ ଦଳର ଶୃଙ୍ଖଳିତ କର୍ମୀର ପରିଚୟ ଦେଇ ଦଳର ଫାଟକ ସମ୍ମୁଖରେ ସବୁ ପତାକା ଓ ଇସ୍ତଫା ପତ୍ର ପ୍ରଦାନ କରିଥିଲେ। ଭୁବନେଶ୍ୱର ଉତ୍ତର ନିର୍ବାଚନ ମଣ୍ଡଳୀର ଅସନ୍ତୁଷ୍ଟ ଗୋଷ୍ଠୀ ଏଭଳି କରିଥିବା ନଜରକୁ ଆସିଥିଲା। ବିଜେପିର ଜୟ ଗାନ କରିଥିଲେ, ପ୍ରଧାନମନ୍ତ୍ରୀ ଙ୍କୁ ପ୍ରଶଂସା କରୁଥିଲେ। ହେଲେ ରାଜ୍ୟ ନେତୃତ୍ୱକୁ ନିନ୍ଦା କରୁଥିଲେ। ଗତକାଲି ବିଜେପି ଭୁବନେଶ୍ୱର ଉତ୍ତର ନିର୍ବାଚନ ମଣ୍ଡଳୀରୁ ଅଭିନେତ୍ରୀ ଅପରାଜିତା ମହାନ୍ତିଙ୍କୁ ପ୍ରାର୍ଥୀ ଘୋଷଣା କରିବାର ଦିନକ ପରେ ରାଜ୍ୟ ବିଜେପି କାର୍ଯ୍ୟାଳୟରେ ଦେଖିବାକୁ ମିଳିଥିଲା ଏଭଳି ପରିବେଶ। ସେମାନଙ୍କ କହିବା କଥା ହଠାତ ଅପରାଜିତଙ୍କୁ ଦଳ ଉଠାଇ ଆଣିଲା । ଯେଉଁମାନେ ଦିର୍ହହାଦିନ ଧରି ସଂଗଠନ କରିଛନ୍ତି ସେମାନଙ୍କ ମତ ନିଆଯାଇ ନାହିଁ। ପୂର୍ବରୁ ଭୁବନେଶ୍ୱର ଏକାମରରେ ମଧ୍ୟ ବିଜେପି ଏଭଳି ଆଚରଣ କରିବା ଯୋଗୁଁ କର୍ମୀମାନେ କାର୍ଯ୍ୟାଳୟରେ ତାଲା ପକାଇ ଦେଇଥିଲେ। ଅମୀୟ ଦାସଙ୍କ ସମର୍ଥକ ବିରୋଧ କରି ଏଭଳି ଲରିଥିଲେ।

Body:ବାଇଟ- କର୍ମୀ
ବାଇଟ କର୍ମୀ

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.