ପୁରୀ: ମନ୍ଦିରରୁ ଲୁଟ ଅଭିଯୋଗ । ପିପିଲି ଥାନା କଣ୍ଟି ପଞ୍ଚାୟତ କାକୁଡିଆ ଗ୍ରାମରେ ଥିବା ଶ୍ରୀ ଗୋପୀନାଥ ଦେବଙ୍କ ମନ୍ଦିରରୁ କେହି ଦୁର୍ବୃତ୍ତ 4ଟି ଅଷ୍ଟଧାତୁ ମୂର୍ତ୍ତି ଚୋରି କରିନେଇ ଥିବା ପିପିଲି ଥାନାରେ ଅଭିଯୋଗ ହୋଇଛି। ସୂଚନା ଅନୁଯାୟୀ ରବିବାର ସକାଳେ ପୂଜକ ମନ୍ଦିର ଖୋଲିବା ପାଇଁ ଯାଇ ଥିବାବେଳେ ମନ୍ଦିରର ଗ୍ରୀଲ ଭଙ୍ଗା ଯାଇଥିବା ଦେଖିବାକୁ ପାଇଥିଲେ ।
ତେବେ ମନ୍ଦିରରେ ଥିବା ଅଷ୍ଟଧାତୁ ନିର୍ମିତ ରାଧାକୃଷ୍ଣ , ଲକ୍ଷ୍ମୀ ନାରାୟଣଙ୍କ ମୂର୍ତ୍ତି ଚୋରି ହୋଇଥିବା ଦେଖିବାକୁ ମିଳିଥିଲା । ତେବେ ଏନେଇ ଥାନାରେ ଅଭିଯୋଗ ପରେ ଘଟଣାସ୍ଥଳରେ ପିପିଲି ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ତେବେ ଚୋରି ପଛରେ କାହାର ହାତ ରହିଛି ତାହା ଠାବ କରି ପାରି ନାହିଁ ପୋଲିସ ।
ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ