ETV Bharat / state

ନିମାପଡାରେ ରିଲିଫ ବଣ୍ଟନରେ ଦୁର୍ନୀତି, ଅଭିଯୋଗ କରିବାକୁ ଚିହିକି ଉଠିଲେ ସରପଞ୍ଚଙ୍କ ସ୍ବାମୀ

author img

By

Published : Aug 25, 2022, 1:20 PM IST

ନିମାପଡ଼ା ବ୍ଲକ ଅଞ୍ଚଳରେ ରିଲିଫ ବଣ୍ଟନରେ ଦୁର୍ନୀତି ଅଭିଯୋଗ । ରିଲିଫ ମାଗିଲେ ସରପଞ୍ଚଙ୍କ ସ୍ବାମୀ ଅଶ୍ଳୀଳ ଭାଷାରେ ଗାଳି କରୁଥିବା ଅଭିଯୋଗ । ସେପଟେ ଅଭିଯୋଗକୁ ଭିତ୍ତିହୀନ କହିଲେ ସରପଞ୍ଚଙ୍କ ସ୍ବାମୀ । ଅଧିକ ପଢ଼ନ୍ତୁ

ରିଲିଫ ବଣ୍ଟନରେ ଦୁର୍ନୀତି ଅଭିଯୋଗ, ସରପଞ୍ଚଙ୍କ ସ୍ବାମୀ ଓ ଲୋକଙ୍କ ମଧ୍ୟରେ ବିବାଦ

ପୁରୀ: ବନ୍ୟା ବିପନ୍ନଙ୍କୁ ରିଲିଫ ବଣ୍ଟନରେ ଦୁର୍ନୀତି । ଅଭିଯୋଗ କରିବାରୁ ଗ୍ରାମବାସୀଙ୍କୁ ଅଶ୍ଳୀଳ ଭାଷାରେ ଗାଳି ଗୁଲଜ କରି ଧମକ ଦେଉଛନ୍ତି ସରପଞ୍ଚଙ୍କ ସ୍ବାମୀ । ନିମାପଡା ବ୍ଲକ ଅନ୍ତର୍ଗତ ଧନୁଆ ପଞ୍ଚାୟତ ସରପଞ୍ଚଙ୍କ ସ୍ବାମୀଙ୍କର ଏଭଳି ଦବଙ୍ଗଗିରି ଭିଡିଓ ଭାଇରାଲ ପରେ ବିଭିନ୍ନ ମହଲରେ ଏହାକୁ ତୀବ୍ର ନିନ୍ଦା କରାଯାଇଛି । ସେପଟେ ଏପରି ଅଭିଯୋଗକୁ ସମ୍ପୂର୍ଣ୍ଣ ଭିତ୍ତିହୀନ ବୋଲି କହିବା ସହିତ ଇଲେକ୍ସନରେ ତାଙ୍କ ଠାରୁ ହାରିଯାଇଥିବା ଲୋକମାନେ ତାଙ୍କୁ ବଦନାମ କରିବାକୁ ଚେଷ୍ଟା କରୁଥିବା ଅଭିଯୋଗ ଆଣିଛନ୍ତି ।

ରିଲିଫ ବଣ୍ଟନରେ ଦୁର୍ନୀତି ଅଭିଯୋଗ

ରାଜ୍ୟର ବିଭିନ୍ନ ସ୍ଥାନରେ ବନ୍ୟା ପ୍ରଭାବିତଙ୍କୁ ସରକାରଙ୍କ ତରଫରୁ ରିଲିଫ ବଣ୍ଟନ କରାଯାଉଛି । ତେବେ ଏହି ରିଲିଫକୁ ନେଇ ପୁରୀ ଜିଲ୍ଲା ନିମାପଡ଼ା ବ୍ଲକ ଧନୁଆ ପଞ୍ଚାୟତରେ ସରପଞ୍ଚଙ୍କ ସ୍ବାମୀ ଓ ବନ୍ୟା ପ୍ରଭାବିତ ଲୋକଙ୍କ ମଧ୍ୟରେ ବିବାଦ ଦେଖିବାକୁ ମିଳିଛି । ସୂଚନା ଅନୁସାରେ ଏହି ପଞ୍ଚାୟତର ସରପଞ୍ଚ ମମତା ପରିଡ଼ାଙ୍କ ସ୍ବାମୀ ଗୋକୁଳି ପରିଡା ପଞ୍ଚାୟତର 3 ନମ୍ବର ୱାର୍ଡକୁ ରିଲିଫ ସାମଗ୍ରୀ ବାଣ୍ଟିବାକୁ ଆସିଥିଲେ ।

ତେବେ ସରକାରଙ୍କ ନିର୍ଦ୍ଦେଶିତ ପରିମାଣ ଠାରୁ କମ ରିଲିଫ ଦେବାରୁ ଏହି ୱାର୍ଡର ୱାର୍ଡସଭ୍ୟ ଭାଗିରଥୀ ବେହେରା ଏହାର ପ୍ରତିବାଦ କରିଥିଲେ । ଏହାକୁ ନେଇ ସରପଞ୍ଚଙ୍କ ସ୍ବାମୀ ଅଶ୍ଳୀଳ ଭାଷାରେ ଗାଳି ଗୁଲଜ କରିବା ସହ ଜୀବନରୁ ମାରିଦେବାକୁ ଧମକ ଦେଇ ରିଲିଫ ସାମଗ୍ରୀ ଫିଙ୍ଗା ଫୋପଡ଼ା କରିଥିଲେ । ‘ସରକାରଙ୍କ ସହ ସମସ୍ତ ସରକାରୀ ଅଧିକାରୀ ମଧ୍ୟ ତାଙ୍କ ହାତରେ ଅଛନ୍ତି । ତେଣୁ ଯାହାର ଇଚ୍ଛା ରିଲିଫ ନିଅନ୍ତୁ । ତାଙ୍କର କେହି କିଛି କ୍ଷତି କରିପାରିବେନି ବୋଲି’ ସିଧାସିଧା କହିଥିଲେ ।

ତେବେ ଏହାକୁ ନିନ୍ଦା କରିବା ସହ ସ୍ଥାନୀୟ ବାସିନ୍ଦା ସନ୍ତୋଷ ପରିଡ଼ା କହିଛନ୍ତି, "ଧନୁଆ ନଦୀରେ ବନ୍ୟା ଆସିଥିବାରୁ ଏହି ପଞ୍ଚାୟତ ବହୁତ ପ୍ରଭାବିତ ହୋଇଛି । ଏବେ ପର୍ଯ୍ୟନ୍ତ ଲୋକମାନେ ଖାଇବାକୁ ପାଉନଥିବାରୁ ସରକାର ରିଲିଫ ଯୋଗାଉଛନ୍ତି । ତେବେ ଲୋକଙ୍କ ପାଇଁ ରିଲିଫ ଆଣିବାକୁ ଯାଇଥିବା ବେଳେ ସରପଞ୍ଚଙ୍କ ସ୍ବାମୀ ଏଭଳି ଭାଷାରେ ଗାଳି ଗୁଲଜ କରିବା ଲଜ୍ଜାଜନକ । ଏପରିକି ସେ ଯେତିକି ଦେଉଛନ୍ତି ସେତିକି ନନେଲେ ସେ ୩ ନମ୍ବର ୱାର୍ଡକୁ ରିଲିଫ ଦିଆଯିବ ନାହିଁ ବୋଲି ମଧ୍ୟ କହିଛନ୍ତି । ନେତା, ମନ୍ତ୍ରୀଙ୍କ ସହ ବିଭିନ୍ନ ସରକାରୀ ଅଧିକାରୀ ତାଙ୍କ ହାତରେ ରହିଥିବାରୁ ତାଙ୍କର କେହି କିଛି କରିପାରିବେନି ବୋଲି କହିବା ନିନ୍ଦନୀୟ ।

ସେପଟେ ଏଭଳି ଅଭିଯୋଗକୁ ମିଥ୍ୟା ବୋଲି କହିଛନ୍ତି ସରପଞ୍ଚଙ୍କ ସ୍ବାମୀ ଗୋକୁଳି ପରିଡା । ସେ କହିଛନ୍ତି, "ଏହି ଅଭିଯୋଗ ସମ୍ପୂର୍ଣ୍ଣ ଭିତ୍ତିହୀନ । ବିଗତ ଇଲେକ୍ସନରେ ଆମଠାରୁ ହାରିଯାଇଥିବା ଏକ ନିର୍ଦ୍ଦିଷ୍ଟ ଦଳର ସମର୍ଥକମାନେ ଆମକୁ ବଦନାମ କରିବା ପାଇଁ ଏଭଳି ଅଭିଯୋଗ କରିଛନ୍ତି । ତେବେ ସେମାନେ ପ୍ରଥମେ ଯୁକ୍ତି କରିବା ସହିତ ଭାଇରାଲ ହେଉଥିବା ଭିଡିଓରେ ସେମାନେ କରିଥିବା ଗାଳି ଗୁଲଜକୁ ଦେଖାଯାଇନାହିଁ । ପଞ୍ଚାୟତରେ କୌଣସି ୱାର୍ଡରେ ପାତର ଅନ୍ତର କାରାଯାଇ ନାହିଁ ।" ତେବେ ଏହି ଅଭିଯୋଗ ନେଇ ଥାନାର ଦ୍ବାରସ୍ତ ହୋଇଛନ୍ତି ୩ ନମ୍ବର ୱାର୍ଡର ୱାର୍ଡ ମେମ୍ବର ଭାଗିରଥୀ ବେହେରା ।

ଇଟିଭି ଭାରତ, ପୁରୀ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.