ETV Bharat / state

ବର୍ଷାରେ ବେହାଲ ପୁରୀ, ପ୍ରଶାସନ ପକ୍ଷରୁ ସ୍କୁଲଛୁଟି ଘୋଷଣା - ଲଗାଣ ବର୍ଷା ଯୋଗୁଁ ପୁରୀ ସ୍କୁଲ ଛୁଟି

ଲଗାଣ ବର୍ଷା ଯୋଗୁଁ ପ୍ରଭାବିତ ହୋଇଛି ସାଧାରଣ ଜୀବନ ଯାତ୍ରା। ଏହାକୁ ଦୃଷ୍ଟିରେ ରଖି ପୁରୀ ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ସ୍କୁଲକୁ ଛୁଟି ଘୋଷଣା କରାଯାଇଛି।

ଫଟୋ ସୌଜନ୍ୟ: ସମ୍ବାଦଦାତା, ପୁରୀ
author img

By

Published : Sep 25, 2019, 1:49 PM IST

ପୁରୀ: ବଙ୍ଗୋପସାଗରେ ସୃଷ୍ଟ ଘୂର୍ଣ୍ଣବଳୟର ପ୍ରଭାବ ସମଗ୍ର ରାଜ୍ୟରେ ପଡିଛି। ଏହା ଯୋଗୁଁ ଗତ ମଙ୍ଗଳବାର ଠାରୁ ପ୍ରବଳ ବର୍ଷା ହୋଇଛି। ପୁରୀରେ ଲଗାଣ ବର୍ଷା କାରଣରୁ ସାଧାରଣ ଜୀବନ ଯାତ୍ରା ପ୍ରଭାବିତ ହୋଇଛି। ଅନ୍ୟପଟେ ଏହାକୁ ଦୃଷ୍ଟିରେ ରଖି ପୁରୀ ଜିଲ୍ଲା ପ୍ରଶାସନ ସମସ୍ତ ସ୍କୁଲକୁ ଛୁଟି ଘୋଷଣା କରାଯାଇଛି।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ପୁରୀ
ଲଗାଣ ବର୍ଷା ଯୋଗୁଁ ଘରୁ ବାହାରିବା କଷ୍ଟକର ହୋଇପଡିଛି। ଯାହା ଗତ କିଛି ତଳେ ତାଣ୍ଡବ ରଚାଇଥିବା ସାମୁଦ୍ରିକ ଝଡ ଫନିର କରାଳ ରୂପକୁ ଆଉଥରେ ମନେ ପକାଇ ଦେଇଛି। ରାସ୍ତାକୁ ବାହାରିଲେ ଆଣ୍ଠୁଏ ପାଣି । ଯାହା ଫଳରେ ଲୋକଙ୍କ ଯିବା ଆସିବାରେ ଅସୁବିଧା ସୃଷ୍ଟି ହୋଇଛି । ବଡ଼ଦାଣ୍ଡ, ଭିଆଇପି ରୋଡ଼ ଆଦି ରାସ୍ତାରେ ପାଣି ଜମି ଯୋଗୁଁ ଯାତାୟାତ ବାଧାପ୍ରାପ୍ତ ହୋଇଛି। ପୁରୀ ଜିଲ୍ଲାପାଳ ବଳବନ୍ତ ସିଂଙ୍କ ନିର୍ଦ୍ଦେଶକ୍ରମେ ବୁଧବାର ସମସ୍ତ ସ୍କୁଲକୁ ବନ୍ଦ କରାଯାଇଛି। ସେହିପରି ତଳିଆ ଅଞ୍ଚଳରେ ପାଣି ଜମି ରହିବା ଫଳରେ ଲୋକଙ୍କ ଦୁର୍ଦ୍ଦଶା ବଢ଼ିବାରେ ଲାଗିଛି।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

Intro:ପୁରୀ ରେ ଲଗାଣ ବର୍ଷା Body:ଲଘୁଚାପ ପ୍ରଭାବରେ ପୁରୀ ରେ ଲଗାଣ ବର୍ଷା ଗତକାଲି ଠାରୁ ଲାଗି ରହିଛି। ଫଳରେ ସଧାରଣ ଜୀବନ ଯାତ୍ରା ପ୍ରଭାବିତ ହୋଇଛି। ଲୋକେ ଯିବା ଆସିବା କରିବାରେ ଅସୁବିଧା ସୃଷ୍ଟି ହୋଇଛି। ବଡ଼ ଦାଣ୍ଡ, ଭି ଆଇ ପି ରୋଡ଼ , ଆଦି ରାସ୍ତାରେ ପାଣି ଜମି ରହିଥିବା ହେତୁ ଯାତାୟାତ ଅସୁବିଧା ସୃଷ୍ଟି ହୋଇଛି। ପ୍ରବଳ ବର୍ଷା କୁ ଦୃଷ୍ଟିରେ ରଖି ପୁରୀ ଜିଲ୍ଲାର ସ୍କୁଲ ଗୁଡ଼ିକ ଛୁଟି ଘୋଷଣା କରାଯାଇଛି। ପୁରୀ ଜିଲାପାଳ ବଲବନ୍ତ ସିଂ ନିର୍ଦ୍ଦେଶ ରେ ଆଜି ସ୍କୁଲ ବନ୍ଦ କରାଯାଇଛି। ସେହିପରି ପୁରୀ ର ତଳିଆ ଅଞ୍ଚଳରେ ପାଣି ଜମି ରହିଥିବା ବେଳେ ଲୋକ ଙ୍କ ଦୁର୍ଦ୍ଦଶା ବଢ଼ିବାରେ ଲାଗିଛି।

ପୁରୀ ରୁ ଶକ୍ତି ପ୍ରସାଦ ମିଶ୍ରConclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.