ETV Bharat / state

କଟକଣା ଉଲ୍ଲଘଂନ ପଡିଲା ମହଙ୍ଗା, ଅକ୍ଷୟ ପାତ୍ର ବିଲ୍ଡିଂ ସିଲ - ଅକ୍ଷୟ ପାତ୍ର ବିଲ୍ଡିଂ

ପୁରୀରେ ରଥଯାତ୍ରା କଟକଣା ଉଲ୍ଲଘଂନ କରିବା ଅଭିଯୋଗରେ ଅକ୍ଷୟ ପାତ୍ର ବିଲ୍ଡିଂକୁ ସିଲ କରାଯାଇଛି । ଅଧିକ ପଢନ୍ତୁ...

କଟକଣା ଉଲ୍ଲଘଂନ ପଡିଲା ମହଙ୍ଗା, ଅକ୍ଷୟ ପାତ୍ର ବିଲ୍ଡିଂ ସିଲ

author img

By

Published : Jul 15, 2021, 7:34 PM IST

ପୁରୀ: ରଥଯାତ୍ରା ସମୟରେ ନିୟମ ଉଲ୍ଲଘଂନ ପଡିଛି ମହଙ୍ଗା । ଜିଲ୍ଲାର ବଡଦାଣ୍ଡ ନିକଟରେ ଥିବା ଅକ୍ଷୟ ପାତ୍ର ବିଲ୍ଡିଂ ସିଲ କରିଛି ପୋଲିସ । ସେ କିଛି ଇସ୍କନ ଭକ୍ତଙ୍କୁ ରଖି ରଥଯାତ୍ରା ଦେଖାଉଥିବା ଅଭିଯୋଗ ହୋଇଥିଲା ।

କଟକଣା ଉଲ୍ଲଘଂନ ପଡିଲା ମହଙ୍ଗା, ଅକ୍ଷୟ ପାତ୍ର ବିଲ୍ଡିଂ ସିଲ

କଟକଣା ଉଲ୍ଲଙ୍ଘନ ନେଇ ଅକ୍ଷୟ ପାତ୍ର ଫାଉଣ୍ଡେସନ ବିଲ୍ଡିଂ ସିଲ୍ ହୋଇଛି । ରଥଯାତ୍ରା ପାଇଁ ଲାଗୁ ହୋଇଥିବା କୋଭିଡ୍ SOP ଉଲ୍ଲଙ୍ଘନ ଅଭିଯୋଗରେ ବିଲ୍ଡିଂକୁ ସିଲ କରାଯାଇଛି । ଛାତ ଉପରେ ରଥଯାତ୍ରା ଦେଖିବା ପାଇଁ ସରକାର ବାରଣ କରିଥିଲେ ମଧ୍ୟ ଏହି ବିଲ୍ଡିଂ ମାଲିକ କିଛି ଇସ୍କନ ଭକ୍ତଙ୍କୁ ରଖି ରଥଯାତ୍ରା ଦେଖାଉଥିବା ଅଭିଯୋଗ ହୋଇଥିଲା ।

ସଂକ୍ରମଣକୁ ନିୟନ୍ତ୍ରଣରେ ରଖିବା ପାଇଁ ରାଜ୍ୟ ସରକାର ଚଳିତ ବର୍ଷ ମଧ୍ୟ ବିନା ଭକ୍ତରେ ରଥଯାତ୍ରା ଅନୁଷ୍ଠିତ କରିଥିଲେ । ଭିଡ କମାଇବା ପାଇଁ ଅନ୍ୟ ରାଜ୍ୟବାସୀଙ୍କ ସମେତ କାହାରିକୁ ମଧ୍ୟ ବଡଦାଣ୍ଡକୁ ଯିବା ପାଇଁ ଅନୁମତି ମିଳିନଥିଲା । ଏମିତିକି ଘର ଛାତ ଉପରେ ମଧ୍ୟ ରଥଯାତ୍ରା ଦେଖିବାକୁ ବାରଣ କରାଯାଇଥିଲା । ସରକାର ଏହି ନିୟମ ଉଲଘଂନକାରୀଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ବୋଲି ପୂର୍ବରୁ ଚେତାବନୀ ଦେଇଥିଲେ ।

ପୁରୀରୁ ଶକ୍ତିପ୍ରସାଦ ମିଶ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.