ETV Bharat / state

ରାମନବମୀରେ ରଥକାଠ ଚିରଟ ଶୁଭ ଅନୁକୂଳ

author img

By

Published : Apr 21, 2021, 5:05 PM IST

ଆଜି ପବିତ୍ର ରାମନବମୀ ଅବସରରେ ରଥକାଠ ଚିରଟର ଶୁଭ ଅନୁକୂଳ ହେବାର ପରମ୍ପରା ରହିଛି । ଏଥିପାଇଁ ଶ୍ରୀମନ୍ଦିରରୁ ମହାପ୍ରଭୁଙ୍କ ଲାଗି ମାଳ ମହାପ୍ରସାଦ ନେଇ ଏକ ତିନିଜଣିଆ ଟିମ କଟକ ଅଭିମୁଖେ ଯାତ୍ରା କରିଛନ୍ତି । ଅଧିକ ପଢନ୍ତୁ...

ରଥ କାଠ ଚିରଟ ଶୁଭ ଅନୁକୂଳ
ରଥ କାଠ ଚିରଟ ଶୁଭ ଅନୁକୂଳ

ପୁରୀ: ଆଜି ପବିତ୍ର ରାମନବମୀ ଅବସରରେ ରଥକାଠ ଚିରଟର ଶୁଭ ଅନୁକୂଳ ହେବାର ପରମ୍ପରା ରହିଛି । ଏଥିପାଇଁ ଶ୍ରୀମନ୍ଦିରରୁ ମହାପ୍ରଭୁଙ୍କ ଲାଗି
ମାଳ ମହାପ୍ରସାଦ ନେଇ ଏକ ତିନିଜଣିଆ ଟିମ କଟକ ଅଭିମୁଖେ ଯାତ୍ରା କରିଛନ୍ତି ।

ରଥ କାଠ ଚିରଟ ଶୁଭ ଅନୁକୂଳ

କଟକ ଖପୁରିଆ ସ୍ଥିତ କରତ କଳରେ ଆଜିର ପବିତ୍ର ରାମନବମୀ ତିଥିରେ ମାଳ ମହାପ୍ରସାଦ ଲାଗି ପରେ ରଥକାଠ ଚିରଟ କାର୍ଯ୍ୟ ଆରମ୍ଭ ହେବ । ରଥକାଠ ତତ୍ତ୍ବାବଧାରକ ସୁଦର୍ଶନ ମେକାପଙ୍କ ନେତୃତ୍ତ୍ବରେ ଏହି ତିନି ଜଣିଆ ଟିମ କଟକରେ ପହଞ୍ଚି ଚିରଟ ପ୍ରକ୍ରିୟାର ଅନୁକୂଳ କରିବେ । ତିନୋଟି ଧଉରା କାଠକୁ ଆଜିର ଦିନରେ ମାଳ ମହାପ୍ରସାଦ ଲାଗି କରାଯାଇ ଚିରଟ କାର୍ଯ୍ୟ ଆରମ୍ଭ ହେବ । ଗତ ସରସ୍ବତୀ ପୂଜାରେ ରଥକାଠ ପୂଜାର୍ଚ୍ଚନା କରାଯାଇଥିବା ବେଳେ ଆସନ୍ତା ଅକ୍ଷୟ ତୃତୀୟା ଅବସରରେ ରଥ ନିର୍ମାଣ ଅନୁକୂଳ ହେବାର ପରମ୍ପରା ରହିଛି ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.