ETV Bharat / state

ବିବାଦ ପରେ ପୁଣି ବଡ ଆଖଡା ମଠ ଉପରେ ଚଢିଲା ବୁଲଡୋଜର - puri bada ekhada matt

ପୁରୀରେ ଶ୍ରୀମନ୍ଦିର ନିକଟ ବଡ଼ ଆଖଡ଼ା ମଠ ଉଚ୍ଛେଦ ପ୍ରକ୍ରିୟା ପୁଣି ଆରମ୍ଭ ହୋଇଛି । କଡ଼ା ସୁରକ୍ଷା ବଳ ମଧ୍ୟରେ ଚାଲିଛି ଉଚ୍ଛେଦ ପ୍ରକ୍ରିୟା ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ପୁରୀ
author img

By

Published : Sep 8, 2019, 8:16 AM IST

ପୁରୀ: ପୁଣି ଆରମ୍ଭ ହେଲା ବଡ ଆଖଡା ମଠ ଉଚ୍ଛେଦ ପ୍ରକ୍ରିୟା । କଡା ସୁରକ୍ଷା ବଳୟ ମଧ୍ୟରେ ଚାଲିଛି ଉଚ୍ଛେଦ । ଘଟଣାସ୍ଥଳରେ ପୋଲିସ ପ୍ରଶାସନ ସହ ମାଜିଷ୍ଟ୍ରେଟ ମଧ୍ୟ ଉପସ୍ଥିତ ଅଛନ୍ତି । ସକାଳ 6ଟାରୁ ଆରମ୍ଭ ହୋଇଥିବା ଏହି ଉଚ୍ଛେଦ ସନ୍ଧ୍ୟା ପର୍ଯ୍ୟନ୍ତ ଚାଲିବ । ସୁରକ୍ଷାକୁ ଦୃଷ୍ଟିରେ ଉଚ୍ଛେଦ ସ୍ଥଳରେ 30 ପ୍ଲାଟୁନ ଫୋର୍ସ ମୁତୟନ ଅଛନ୍ତି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ପୁରୀ

6ଟି ଜେସିବି ସାହାଯ୍ୟରେ କରାଯାଉଛି ଉଚ୍ଛେଦ । ପ୍ରକାଶ ଥାଉକି, ଲଙ୍ଗୁଳି ମଠ ଉଚ୍ଛେଦ ପରେ ପଡିଥିଲା ବଡ ଆଖଡା ମଠର ପାଳି । ହେଲେ ଏହି ମଠ ଉଚ୍ଛେଦକୁ ସହଜରେ ଗ୍ରହଣ କରିପାରି ନଥିଲେ ମଠ ମହନ୍ତ । ଯାହାକୁ ନେଇ ସୃଷ୍ଟି ହୋଇଥିଲା ବିବାଦ । ଫଳରେ ଉଚ୍ଛେଦ ପ୍ରକ୍ରିୟାକୁ ବନ୍ଦ କରାଯାଇଥିଲା ।

କିନ୍ତୁ ଶନିବାର ପୁରୀ ଗସ୍ତରେ ଆସି ଆମିକସ୍‌ କ୍ୟୁରି ଉଚ୍ଛେଦ ପ୍ରକ୍ରିୟାକୁ ଗ୍ରୀନ ସିଗନାଲ ଦେବା ପରେ ଆଜି ଠାରୁ ପୁଣି ଥରେ ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ ହୋଇଛି ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.