ETV Bharat / state

‘ବାଇ-ଲ’ ପ୍ରତ୍ୟାହାର ପରେ ଶ୍ରୀମନ୍ଦିରରେ ଦ୍ବୀପଦାନ

author img

By

Published : Feb 8, 2021, 10:28 PM IST

ଶ୍ରୀମନ୍ଦିର ପାଇଁ ଏନ୍ଏମ୍ଏ ପକ୍ଷରୁ ଜାରି କରାଯାଇଥିବା ବାଇ-ଲ ପ୍ରତ୍ୟାହାର ପରେ ଆଶସ୍ତ ହୋଇଛନ୍ତି ସେବାୟତ । ଅଧିକ ପଡନ୍ତୁ...

‘ବାଇ-ଲ’ ପ୍ରତ୍ୟହାର ପରେ ମହାପ୍ରଭୁଙ୍କ ନିକଟରେ ଦ୍ବୀପଦାନ

ପୁରୀ: ଶ୍ରୀମନ୍ଦିର ପାଇଁ ଏନ୍ଏମ୍ଏ ପକ୍ଷରୁ ଜାରି କରାଯାଇଥିବା ବାଇ-ଲ ପ୍ରତ୍ୟାହାର ପରେ ଆଶସ୍ତ ହୋଇଛନ୍ତି ସେବାୟତ। ଭକ୍ତ ତଥା ସେବାୟତଙ୍କ ପ୍ରତି ମହାପ୍ରଭୁଙ୍କ ଆଶୀର୍ବାଦ ଯୋଗୁଁ କେନ୍ଦ୍ର ସରକାର ନିୟମ ପରିବର୍ତ୍ତନ କରିଥିବା ସେବାୟତ କହିଛନ୍ତି। ଏହି ଅବସରରେ ଏକ ଦ୍ବୀପଦାନ ମଧ୍ୟ କରାଯାଇଛି ।

କରୋନା ସମୟରେ ମହାପ୍ରଭୁଙ୍କ ବିଶ୍ବପ୍ରସିଦ୍ଧ ରଥଯାତ୍ରା ନେଇ ଯେତେବେଳେ ସୁପ୍ରିମକୋର୍ଟର ଆଇନରେ ଛନ୍ଦି ହୋଇଥିଲା ସେ ସମୟରେ ମଧ୍ୟ ମହାପ୍ରଭୁ ନିଜ ଅଲୌକିକତା ଦେଖାଇଥିଲେ। ସେହିପରି ଆଜି ମଧ୍ୟ ମହାପ୍ରଭୁଙ୍କ ଆଶୀର୍ବାଦ ଯୋଗୁଁ ବାଇ-ଲ ପ୍ରତ୍ୟାହାର ହୋଇଛି ବୋଲି କହିଛନ୍ତି ସେବାୟତ ।

ଏନେଇ ଆଜି ସନ୍ଧ୍ୟାରେ ଶ୍ରୀମନ୍ଦିର ସିଂହଦ୍ବାର ଠାରେ ସେବାୟତଙ୍କ ପକ୍ଷରୁ ମହାପ୍ରଭୁଙ୍କ ନିକଟରେ ଦୀପଦାନ କରାଯାଇଛି। ସେହିପରି କେନ୍ଦ୍ର ସରକାର ପ୍ରତ୍ୟାହାର କରିଥିବା ବାଇ-ଲ କୁ ନେଇ ପୁରୁ ଜିଲ୍ଲା ବିଜେପି ପକ୍ଷରୁ ଏହାକୁ ସ୍ବାଗତ କରାଯାଇଛି। ଏନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରାଧାନଙ୍କୁ ଜିଲ୍ଲା ବିଜେପି ଧନ୍ୟବାଦ ଦେଇଛି। ଏହି ପରିପ୍ରେକ୍ଷୀରେ ଶ୍ରୀମନ୍ଦିର ସମ୍ମୁଖରେ ଦଳ ପକ୍ଷରୁ ଦୀପଦାନ କରାଯାଇଛି।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.