ପୁରୀ: କୌଣାର୍କ ସୂର୍ଯ୍ୟ ମନ୍ଦିର ବୁଲି ଦେଖିଲେ ହାସ୍ୟ ଅଭିନେତା କପିଲ ଶର୍ମା । ଆଜି(ମଙ୍ଗଳବାର) କୋଣାର୍କ ସୂର୍ଯ୍ୟମନ୍ଦିର ବୁଲି ଦେଖିବା ସହ ଏନେଇ ଟ୍ବିଟ କରି ସୂଚନା ଦେଇଛନ୍ତି କପିଲ । ଗତକାଲି ପୁରୀ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ ପରେ କୋଣାର୍କ ବୁଲି ଯାଇଛନ୍ତି କମେଡି କିଙ୍ଗ ।
ଏହା ମଧ୍ୟ ପଢନ୍ତୁ:- ମହାପ୍ରଭୁଙ୍କୁ ଦର୍ଶନ କଲେ କମେଡି କିଙ୍ଗ କପିଲ ଶର୍ମା
-
It was a wonder experience visiting #Konark #suntemple beautiful #odisha ❤️ pic.twitter.com/wgOOJqpQYU
— Kapil Sharma (@KapilSharmaK9) March 22, 2022 " class="align-text-top noRightClick twitterSection" data="
">It was a wonder experience visiting #Konark #suntemple beautiful #odisha ❤️ pic.twitter.com/wgOOJqpQYU
— Kapil Sharma (@KapilSharmaK9) March 22, 2022It was a wonder experience visiting #Konark #suntemple beautiful #odisha ❤️ pic.twitter.com/wgOOJqpQYU
— Kapil Sharma (@KapilSharmaK9) March 22, 2022
ସୂଚନା ଅନୁଯାୟୀ, କିଛିଦିନ ହେବ ଓଡିଶାରେ ଅଛନ୍ତି କମେଡି କିଙ୍ଗ କପିଲ ଶର୍ମା । ବଲିଉଡ ଫିଲ୍ମ ମେକର ନନ୍ଦିତା ଦାସଙ୍କ ଏକ ଚଳଚ୍ଚିତ୍ରର ସୁଟିଂ ପାଇଁ ଓଡିଶା ଆସିଛନ୍ତି କପିଲ । ସେ ଏହି ଚଳିଚ୍ଚିତ୍ରରେ ଜଣେ ବିତରଣ କର୍ମଚାରୀ ଭାବେ ଅଭିନୟ କରୁଛନ୍ତି । ତେବେ କପିଲଙ୍କ ଓଡିଶା ବୁଲିବା ସମୟରେ ସେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ମଧ୍ୟ ସାକ୍ଷାତ କରିଛନ୍ତି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ