ETV Bharat / state

10 ବର୍ଷ ପରେ ପରିବାରକୁ ଭେଟିଲେ ବୃଦ୍ଧା

ଦୀର୍ଘ 10 ବର୍ଷ ପରେ ପରିବାରକୁ ଭେଟିଲେ ପଶ୍ଚିମବଙ୍ଗ ବୀରଭୂମି ଜିଲ୍ଲା ଶାନ୍ତିନିକେତନସ୍ଥିତ ବୋଲପୁର ଗାଁର ତାରା ଭଗତ । ଅଧିକ ପଢନ୍ତୁ....

10 ବର୍ଷ ପରେ ପରିବାରକୁ ଭେଟିଲେ ବୃଦ୍ଧା
10 ବର୍ଷ ପରେ ପରିବାରକୁ ଭେଟିଲେ ବୃଦ୍ଧା
author img

By

Published : Nov 5, 2020, 8:48 PM IST

ପୁରୀ: ଦିନେ ନୁହେଁ କି ମାସେ ନୁହେଁ, ଦୀର୍ଘ ୧୦ ବର୍ଷ ପରେ ପରିବାରକୁ ଭେଟିଲେ ବୃଦ୍ଧା । ଅସମ୍ଭବ ଓ ଅବିଶ୍ବାସ ଲାଗୁଥିଲେ ମଧ୍ୟ କଥାଟି ସତ ଅଟେ ।

10 ବର୍ଷ ପରେ ପରିବାରକୁ ଭେଟିଲେ ବୃଦ୍ଧା

ତେବେ ପ୍ରକୃତ ଘଟଣାଟି କଣ ଜାଣନ୍ତୁ । ତାରା ଭଗତ ନାମକ ବୃଦ୍ଧା( ୬୫) ପଶ୍ଚିମବଙ୍ଗର ବୀରଭୂମି ଜିଲ୍ଲା ଶାନ୍ତିନିକେତନସ୍ଥିତ ବୋଲପୁର ଠାରେ ହସଖୁସିରେ ନିଜ ପରିବାର ସହ ରହୁଥିଲେ। ତାଙ୍କର ସାମାନ୍ୟ ମାନସିକ ବିକୃତି ରହିଥିଲା। ଦିନେ ମେଡ଼ିସିନ କିଣିବା ପାଇଁ ସେ ଘରୁ ବାହାରି ଟ୍ରେନ ଯୋଗେ ପୁରୀରେ ଆସି ପହଞ୍ଚିଥିଲେ ।

ଏହାପରେ ପରିବାର ଲୋକେ ବହୁ ଖୋଜାଖୋଜି କରିଥିଲେ । ଶେଷରେ ସେ ନ ମିଳିବାରୁ ତାଙ୍କୁ ମୃତ ଭାବି ପରିବାର ଲୋକେ ତାଙ୍କର ଅନ୍ତ୍ୟେଷ୍ଟି କ୍ରିୟା ମଧ୍ୟ କରିଦେଇଥିଲେ ।

ଏପଟେ ଭଗତ ପ୍ରଥମେ ଶ୍ରୀମନ୍ଦିର ପରେ ଜଣେ ସେବାୟତ ଏବଂ ଶେଷରେ ଗୋଟିଏ ଆଶ୍ରମ ପରେ ହୋପ ଇଜ ଲାଇଫ ଦ୍ବାରା ପରିଚାଳିତ ବୃଦ୍ଧାଶ୍ରମରେ ରହୁଥିଲେ । ଅନୁଷ୍ଠାନ କର୍ମକର୍ତ୍ତା ତାଙ୍କ ବିବରଣୀ ଓ ଫଟୋ ସହ ସୋସିଆଲ ମିଡିଆରେ ଛାଡ଼ିଥିଲେ ।

ପରିବାର ଲୋକେ ଏହା ଦେଖି ଭିଡ଼ିଓ କଲ ମାଧ୍ୟମରେ ତାରାଙ୍କୁ ଚିହ୍ନି ତତକ୍ଷଣାତ ଗାଡି ଯୋଗେ ଗୁରୁବାର ପୁରୀରେ ପହଞ୍ଚିଛନ୍ତି । ତେବେ ତାରା ମହାଦେବଙ୍କ ପାଖରେ ସପ୍ତାହରେ ଦୁଇ ଦିନ ଫୁଲ, ଫଳ ଦେଇ ପୂଜା କରୁଥିଲେ। ଶେଷରେ ତାଙ୍କର ଏହି ପ୍ରାର୍ଥନା କାମ ଦେଇଛି। ତେବେ ପରିବାର ଲୋକେ ପହଁଚିବା ପରେ ଆଶ୍ରମରେ ଏକ ଭାବବିହ୍ଵଳ ପରିବେଶ ସୃଷ୍ଟି ହୋଇଥିଲା ।

ଦୀର୍ଘ ୧୦ ବର୍ଷ ଧରି ପରିବାର ଲୋକଙ୍କ ପାଖରୁ ଦୂରେଇ ଯାଇଥିବା ତାରାଙ୍କୁ ଦେଖି ପରିବାର ଲୋକେ ବିଶ୍ବାସ କରି ପାରିନଥିଲେ । ତାଙ୍କର ଦୁଇ ପୁଅ ଓ ଗୋଟିଏ ଝିଅ ଅଛନ୍ତି । ଶ୍ରୀଜଗନ୍ନାଥଙ୍କ ଅପାର କରୁଣା ଓ ହୋପ ଇଜ ଲାଇଫ କର୍ମକର୍ତ୍ତାଙ୍କ ଚେଷ୍ଟା ବଳରେ ଏହା ସମ୍ଭବ ହୋଇପାରିଛି। ପିଲାମାନେ ନିଜ ମା ଜୀବିତ ଥିବା ଜାଣି ଅତ୍ୟନ୍ତ ଭାବବିହ୍ଵଳ ହୋଇପଡିଛନ୍ତି ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.