ETV Bharat / state

ଆଦର୍ଶ ବିଦ୍ୟାଳୟରେ ଅବ୍ୟବସ୍ଥା: ପିପିଲି ବିଇଓ ଅଟକ, ପ୍ରତିଶ୍ରୁତି ପରେ ଛାଡ଼ିଲେ ଅଭିଭାବକ

author img

By ETV Bharat Odisha Team

Published : Aug 24, 2023, 8:09 PM IST

ଆଦର୍ଶ ବିଦ୍ୟାଳୟରେ ଅବ୍ୟବସ୍ଥାକୁ ନେଇ ପିପିଲି ବିଇଓଙ୍କୁ ଅଟକ ରଖିଲେ ଅଭିଭାବକ । ଅଧିକ ପଢନ୍ତୁ

ପିପିଲି ବିଇଓଙ୍କୁ ଅଟକ ରଖିଲେ ଅଭିଭାବକ
ପିପିଲି ବିଇଓଙ୍କୁ ଅଟକ ରଖିଲେ ଅଭିଭାବକ
ପିପିଲି ବିଇଓଙ୍କୁ ଅଟକ ରଖିଲେ ଅଭିଭାବକ

ପୁରୀ: ଆଦର୍ଶ ବିଦ୍ୟାଳୟରେ ଅବ୍ୟବସ୍ଥାକୁ ନେଇ ପିପିଲି ବିଇଓଙ୍କୁ ଅଟକ ରଖିଲେ ଅଭିଭାବକ । ଏପରି ଘଟଣା ପୁରୀ ଡେଲାଙ୍ଗ ବ୍ଲକ୍ ବେରବୋଇ ଆଦର୍ଶ ବିଦ୍ୟାଳୟରେ ଦେଖିବାକୁ ମିଳିଛି । ତେବେ ସୂଚନା ଅନୁଯାୟୀ, ଡେଲାଙ୍ଗ ବ୍ଳକ ବେରବୋଇ ଆଦର୍ଶ ବିଦ୍ୟାଳୟର ଗୃହ ନିର୍ମାଣ ଗତ ଦୁଇ ବର୍ଷ ହେବ ଚାଲିଛି । ହେଲେ ନିର୍ମାଣ ଶେଷ ହେବାର ନା ଧରୁନାହିଁ । ଫଳରେ ଆଦର୍ଶ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କୁ ନିକଟରେ ଥିବା ବେରବୋଇ ଉଚ୍ଚ ବିଦ୍ୟାଳୟର ଦୁଇଟି କକ୍ଷରେ ପାଠପଢା ପାଇଁ ବ୍ୟବସ୍ଥା କରାଯାଇଛି । ହେଲେ ସେହି କକ୍ଷରେ ଛାତ୍ରଛାତ୍ରୀ ବସିବା ପାଇଁ ସ୍ଥାନ ଅଭାବ ରହିଛି । ଛୋଟ କୋଠରୀ ମଧ୍ୟରେ ଅଧିକ ଜାମ କାରଣରୁ ଅନେକ ଛାତ୍ରଛାତ୍ରୀ ଚେତାଶୂନ୍ୟ ହୋଇଯାଉଥିବା ଅଭିଯୋଗ ହୋଇଛି ।

ବସିବା ତ ଦୂରର କଥା ବହି ରଖିବା ପାଇଁ ସ୍ଥାନ ନାହିଁ। ଫଳରେ ଛାତ୍ରଛାତ୍ରୀଙ୍କ ପାଠ ପଢାରେ ବ୍ୟାଘାତ ସୃଷ୍ଟି ହୋଇଛି। ତେବେ ସ୍ଥାନ ଅଭାବରୁ ଶିକ୍ଷକମାନେ ସ୍କୁଲ ପରିସରରେ ଥିବା ଏକ ଗଛ ମୂଳେ ବସାଇ ପାଠ ପଢ଼ାଉଛନ୍ତି । ତେବେ ଏହାକୁ ନେଇ ଅଭିଭାବକ ମହଲରେ ତୀବ୍ର ଅସନ୍ତୋଷ ସୃଷ୍ଟି ହୋଇଛି । ଅଭିଭାବକମାନେ ସ୍କୁଲରେ ପହଁଞ୍ଚି ପାଠପଢା ଓ ଶ୍ରେଣୀ ଗୃହର ଅବ୍ୟବସ୍ଥାକୁ ନେଇ ପାଟିତୁଣ୍ଡ କରିଥଲେ । ପରେ ଏହା ଖବର ପାଇ ପିପିଲି ବିଇଓ ପହଞ୍ଚି ଉତକ୍ଷୀପ୍ତ ଅଭିଭାବକଙ୍କୁ ବୁଝାସୁଝା କରିଥଲେ ।

ଅଧିକ ପଢନ୍ତୁ: ବଜ୍ରାଘାତରେ ଆଦର୍ଶ ବିଦ୍ୟାଳୟର 17 ଛାତ୍ରଛାତ୍ରୀ ଗୁରୁତର

ହେଲେ ଦୀର୍ଘ ଦିନ ଧରି ଏହି ଅବ୍ୟବସ୍ଥା ଚାଲିଥିବାରୁ ଅଭିଭାବକମାନେ ଏହାର ସ୍ଥାୟୀ ସମାଧାନ ଦାବିକରି ବିଇଓଙ୍କୁ ଅଟକ ରଖିଥିଲେ । ନୂତନ ଗୃହ ନିର୍ମାଣ ଯଥାଶୀଘ୍ର ଶେଷ କରିବା । ସ୍ଥାୟୀ ଗୃହ ନିର୍ମାଣ ନହେବା ଯାଏଁ ଅସ୍ଥାୟୀ ଭାବରେ ଏକ ଭଲ ଗୃହରେ ଛାତ୍ରଛାତ୍ରୀଙ୍କୁ ଶିକ୍ଷା ଦାନ ଆଦି ଦାବି କରିଥଲେ ଅଭିଭାବକ । ତେବେ ସମସ୍ୟା ସମାଧାନ ନେଇ ପିପିଲି ବିଇଓଙ୍କ ପ୍ରତିଶ୍ରୁତି ପରେ ଅଭିଭାବକ ଆନ୍ଦୋଳନରୁ ଓହରିଥିଲେ ଓ ବିଇଓଙ୍କୁ ଛାଡ଼ିଥିଲେ ।

ତେବେ ବ୍ଳକ୍ ସ୍ତରରେ ମେଧାବୀ ଛାତ୍ରଛାତ୍ରୀଙ୍କୁ ଭଲ ଉଚ୍ଚ ଶିକ୍ଷା ଦେବା ନିମନ୍ତେ ରାଜ୍ୟ ସରକାର ପ୍ରତି ବ୍ଳକରେ ଆଦର୍ଶ ବିଦ୍ୟାଳୟ ସ୍ଥାପନ କରିଛନ୍ତି । ତେବେ ଅନେକ ସ୍ଥାନରେ ଭିତ୍ତିଭୂମି ନଥାଇ ତରବରିଆ ଭାବେ ସ୍କୁଲ ଖୋଲି ଦିଆଯାଇଥିବା ଅଭିଯୋଗ ହୋଇଛି । ତେବେ ଆଦର୍ଶ ବିଦ୍ୟାଳୟ ପ୍ରକୃତ ଉଦ୍ଦେଶ୍ୟ ସାଧନ କରିବାକୁ ହେଲେ ରାଜ୍ୟ ସରକାର ଅଧିକ ଯତ୍ନବାନ ହେବାର ଆବଶ୍ୟକତା ରହିଛି ବୋଲି ବୁଦ୍ଧିଜୀବୀ ମହଲରେ ମତପ୍ରକାଶ ପାଇଛି ।

ଇଟିଭି ଭାରତ, ପୁରୀ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.