ETV Bharat / state

ଆଜି ଆଡ଼ପ ମଣ୍ଡପକୁ ବିଜେ କରିବେ ଶ୍ରୀଜୀଉ, ଜାଣନ୍ତୁ କଣ ରହିଛି ନୀତିକାନ୍ତି.. - ରଥଯାତ୍ରା 2020

ଶ୍ରୀମନ୍ଦିର ସତ୍ତ୍ବଲିପି ଅନୁସାରେ ରଥ ଗୁଣ୍ଡିଚା ମନ୍ଦିର ନିକଟରେ ପହଞ୍ଚିବା ପରଦିନ ଆଡ଼ପ ମଣ୍ଡପ ବିଜେ ନୀତି ଅନୁଷ୍ଠିତ ହୋଇଥାଏ । ଏନେଇ ସମସ୍ତ ପ୍ରସ୍ତୁତି ସରିଛି ।

ଆଜି ଆଡ଼ପ ମଣ୍ଡପକୁ ବିଜେ କରିବେ ଶ୍ରୀଜୀଉ
ଆଜି ଆଡ଼ପ ମଣ୍ଡପକୁ ବିଜେ କରିବେ ଶ୍ରୀଜୀଉ
author img

By

Published : Jun 24, 2020, 12:51 PM IST

ପୁରୀ: ଘୋଷଯାତ୍ରାର ଆଦ୍ୟ ପର୍ବ କୋରୋନା କଟକଣା ଭିତରେ ସୂଚାରୁରୂପେ ସମ୍ପନ୍ନ ହୋଇଛି । ବିନା ଭକ୍ତରେ ପ୍ରଥମ ଥର ଶ୍ରୀଗୁଣ୍ଡିଚା ଯାତ୍ରା ଅନୁଷ୍ଠିତ ହୋଇଛି । ସୀମିତ ସେବାୟତ ଓ ସୁରକ୍ଷାକର୍ମୀଙ୍କ ସହାୟତାରେ ତିନି ରଥକୁ ଟାଣି ଶ୍ରୀଗୁଣ୍ଡିଚା ମନ୍ଦିର ସିଂହଦ୍ବାର ଶରଧାବାଲିରେ ଅଟକିଛନ୍ତି । ଆଜି ଆଡପ ମଣ୍ଡପ ବିଜେ କରିବେ ଚତୁର୍ଦ୍ଧାମୂର୍ତ୍ତି । ଶ୍ରୀମନ୍ଦିର ସତ୍ତ୍ବଲିପି ଅନୁସାରେ ରଥ ଗୁଣ୍ଡିଚା ମନ୍ଦିର ନିକଟରେ ପହଞ୍ଚିବା ପରଦିନ ଆଡ଼ପ ମଣ୍ଡପ ବିଜେ ନୀତି ଅନୁଷ୍ଠିତ ହୋଇଥାଏ । ଏ ନେଇ ସମସ୍ତ ପ୍ରସ୍ତୁତି ସରିଛି ।

ଆଜି ଆଡ଼ପ ମଣ୍ଡପକୁ ବିଜେ କରିବେ ଶ୍ରୀଜୀଉ, ଜାଣନ୍ତୁ କଣ ରହିଛି ନୀତିକାନ୍ତି..

ବୁଧବାର ଆଡପ ମଣ୍ଡପ ବିଜେ ପାଇଁ ସନ୍ଧ୍ୟା ଧୂପ ପରେ ମହାପ୍ରଭୁ ଆଡ଼ପ ମଣ୍ଡପ ବିଜେ କରିବେ। ଏଥିପାଇଁ ମହାପ୍ରଭୁଙ୍କ ରଥ ଉପରେ ବିଭିନ୍ନ ନୀତିକାନ୍ତି ଅନୁଷ୍ଠିତ ହେଉଛି । ତେବେ ମହାପ୍ରଭୁଙ୍କ ଆଡ଼ପ ମଣ୍ଡପ ବିଜେ କିଭଳି ହେବ ସେ ନେଇ ପୁରୀରୁ ଅଧିକ ସୂଚନା ଦେଇଛନ୍ତି ଚୂନରା ସେବାୟତ ଡ଼କ୍ଟର ଶରତ ମହାନ୍ତି ।

ପୁରୀରୁ ଶକ୍ତିପ୍ରସାଦ ମିଶ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.