ପୁରୀ: ଗୁରୁବାର ମହାପ୍ରଭୁଙ୍କ ସକାଳ ନିକଟରେ ଭୋଗ ଲାଗି ପରେ ବାହାରିଛି ଆଡ଼ପ ଅବଢା଼ । ବର୍ଷକେ ଥରେ ଶ୍ରୀଗୁଣ୍ଡିଚାରେ 6ଦିନ ରହଣି ସମୟରେ ଏହି ଅନ୍ନ ପ୍ରସାଦ ବାହାରିଥାଏ । ବର୍ଷସାରା ଶ୍ରୀମନ୍ଦିରରେ ମା' ଲକ୍ଷ୍ମୀ ସାଆନ୍ତାଣି ଶ୍ରୀକ୍ଷେତ୍ର ସାଆନ୍ତେଙ୍କୁ ପତ୍ନୀର କର୍ତ୍ତବ୍ୟ ପାଳନ କରି ନିତ୍ୟ ମହାପ୍ରସାଦ ରାନ୍ଧି ଖୁଆଥାନ୍ତି । ମାତ୍ର ବର୍ଷକେ ଏହି 6 ଦିନ ଗୁଣ୍ଡିଚା ମନ୍ଦିରରେ ରାଣୀ ଗୁଣ୍ଡିଚା ମହାପ୍ରଭୁଙ୍କ ମାତା ରୂପେ ଖାଦ୍ୟ ରନ୍ଧନ କରିଥାନ୍ତି । ଏହାକୁ କୁହାଯାଏ ଆଡପ ଅବଢା କୁହାଯାଏ ।
ଆଡପ ଅବଢାକୁ ବ୍ରାହ୍ମଣ ଭୋଜନ ଦେଲେ ପିତୃପୁରୁଷ ପରମ ତୃପ୍ତି ପ୍ରାପ୍ତ କରି ଆଶୀର୍ବାଦ ପ୍ରଦାନ କରିଥାନ୍ତି । ଏହି ଅବଢା ଅନ୍ନ ରୋଷେଇ ପାଇଁ ସ୍ବତନ୍ତ୍ର ରୋଷଶାଳା ମଧ୍ୟ ଗୁଣ୍ଡିଚା ମନ୍ଦିରରେ ରହିଛି । ରଥଯାତ୍ରା ପରଦିନ ମହାପ୍ରଭୁଙ୍କ ଆଡପ ମଣ୍ଡପ ବିଜେ ହୋଇଥାଏ । ଏହାପର ଦିନ ଆଡପ ଅବଢା ବାହାରିଥାଏ । ଗୁରୁବାର ଏହି ଆଡପ ଅବଢା଼ ବାହାରିଛି ।
ଅନ୍ୟପଟେ ଏଥର କୋଭିଡ କଟକଣା ଯୋଗୁ ଭକ୍ତଙ୍କ ଦର୍ଶନ ବନ୍ଦ ରହିଛି। କେବଳ ଭକ୍ତ ମାନେ ସୁଆର ନିଯୋଗ କର୍ମକର୍ତାଙ୍କ ସହ ଏବଂ ଶ୍ରୀମନ୍ଦିର କାର୍ଯ୍ୟଳୟ ସହ ଯୋଗାଯୋଗ କରି ଅଵଢା଼ ପ୍ରସାଦ ପାଇ ପାରିବେ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ କୁହାଯାଇଛି ।
ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ