ETV Bharat / state

ଆଡପ ଅବଢ଼ା ପାଇ ବିଭୋର ଭକ୍ତ, ଜୟ ଜଗନ୍ନାଥ ଧ୍ବନିରେ କମ୍ପୁଛି ଶରଧା ବାଲି

author img

By

Published : Jul 6, 2019, 6:15 PM IST

ଆଡପ ମଣ୍ଡପରେ ଆଡପ ଅବଢା ପାଇଲେ ଭକ୍ତ । ସକାଳ ଧୂପ ପରେ ଅପରାହ୍ନରେ ଏହି ଅବଢା ବାହାରିଥିଲା ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ପୁରୀ

ପୁରୀ: ମହାପ୍ରଭୁ ଶ୍ରୀଜଗନ୍ନାଥ ଆଜି(ଶନିବାର) ବଡ଼ ଭାଇ ବଳଭଦ୍ର ଓ ଭଉଣୀ ସୁଭଦ୍ରାଙ୍କ ସହ ଆଡ଼ପ ମଣ୍ଡପରେ ଭକ୍ତଙ୍କୁ ଦର୍ଶନ ଦେଇଛନ୍ତି । ଏହାପରେ ମହାପ୍ରଭୁଙ୍କ ସକାଳ ଧୂପ ହୋଇ ଅପରାହ୍ନରେ ଆଡ଼ପ ଅବଢ଼ା ବାହାରିଥିଲା । ଯାହାକୁ ଭକ୍ତମାନେ ବେଶ ଆନନ୍ଦର ସହ ପାଇଥିଲେ ।

ଦୀର୍ଘ ସମୟ ଅପେକ୍ଷା ପରେ ଭକ୍ତଙ୍କୁ ଏହି ଅବଢା ମିଳିଥିଲା । ଆଡପ ମଡପରେ ସକାଳ 7ଟାରୁ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ଦର୍ଶନ ପାଇଁ ବ୍ୟବସ୍ଥା କରାଯାଇଥିଲା । ବେଶ ଆନନ୍ଦର ସହ ହଜାର ହଜାର ଭକ୍ତ ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି । ଶୁକ୍ରବାର ଦଇତାପତି ସେବକମାନେ ଗୋଟି ପହଣ୍ଡିରେ ଚତୁର୍ଦ୍ଧାମୂର୍ତ୍ତୀଙ୍କୁ ଆଡ଼ପ ମଣ୍ଡପ ବିଜେ କରାଇଥିଲେ । ଶାନ୍ତିଶୃଙ୍ଖଳା ପାଇଁ ପୋଲିସ ପକ୍ଷରୁ କଡା ନିରାପତ୍ତା ବ୍ୟବସ୍ଥା ଗ୍ରହଣ କରାଯାଇଛି । ଜଗନ୍ନାଥ ଧ୍ୱନ୍ବିରେ ପ୍ରକମ୍ପିତ ହୋଇଉଠିଥିଲା ଶରଧାବାଲି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ପୁରୀ

ଆଡପ ମଣ୍ଡପରେ ମହାପ୍ରଭୁଙ୍କ ଦର୍ଶନ ପାଇ ନିଜକୁ ଧନ୍ୟ ମଣିଛନ୍ତି ଶ୍ରଦ୍ଧାଳୁ । ବିଶ୍ଵାସ ରହିଛି ଯେ, ଆଡ଼ପ ମଣ୍ଡପରେ ମହାପ୍ରଭୁଙ୍କ ଦର୍ଶନ ସହ ଆଡ଼ପ ଅବଢା ସେବନ କଲେ କୋଟି ପୁଣ୍ୟ ମିଳିଥାଏ ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

Intro:ଆଡ଼ପ ଅବଢ଼ାBody:ମହାପ୍ରଭୁ ଶ୍ରୀଜଗନ୍ନାଥ ଆଜି ବଡ଼ ଭାଇ ଶ୍ରୀବଳଭଦ୍ର, ଭଉଣୀ ଦେବୀ ସୁଭଦ୍ରାଙ୍କ ସହ ଆଡ଼ପ ମଣ୍ଡପ ଭକ୍ତ ଙ୍କୁ ଦର୍ଶନ ଦେଇଛନ୍ତି । ଏଥି ସହ ମହାପ୍ରଭୁଙ୍କ ପ୍ରଥମ ଆଡ଼ପ ମଣ୍ଡପ ଅବଡା ମଧ୍ୟ ଆଜି ଭକ୍ତ ମାନେ ପାଇ ଛନ୍ତି। ଯାହାକି ଭକ୍ତ ଙ୍କୁ ଆନନ୍ଦିତ କରିଥିଲା। ଦୀର୍ଘ ସମୟ ଅପେକ୍ଷା ପରେ ଅପରାହ୍ନ 2 ଟା ରେ ସକାଳ ଧୂପ ପରେ ଆଡ଼ପ ଅବଡା ବାହାରିଥିଲା। ତେବେ ସକାଳ 7 ଟା ରୁ ଦର୍ଶନ ବ୍ୟବସ୍ଥା ଆରମ୍ଭ ହୋଇଥିଲା। ଆନନ୍ଦ ମନରେ ହଜାର ହଜାର ଭକ୍ତ ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି। ଗତକାଲି ଦଇତାପତି ସେବକମାନେ ଗୋଟି ପହଣ୍ଡି ରେ ଚତୁର୍ଦ୍ଧାମୁରତି କୁ ଆଡ଼ପ ମଣ୍ଡପ ବିଜେ କରାଇ ଥିଲେ। ଶାନ୍ତି ଶୃଙ୍ଖଳା ପାଇଁ ପୋଲିସ ପକ୍ଷରୁ କଡା ନିରାପତା ବ୍ୟବସ୍ଥା ଗ୍ରହଣ କରାଯାଇଚି। ଜଗନ୍ନାଥ ଧ୍ୱନୀରେ ଶରଧା ବାଲି ପ୍ରକମ୍ପିତ ହେଉଛି। ମହାପ୍ରଭୁଙ୍କ ଦର୍ଶନ ପାଇବା ପରେ ଶ୍ରଦ୍ଧାଳୁ ମାନେ ନିଜକୁ ଧନ୍ୟ ମଣିଛନ୍ତି। । ବିଶ୍ଵାସ ରହିଛି ଆଡ଼ପ ମଣ୍ଡପରେ ମହାପ୍ରଭୁଙ୍କ ଦର୍ଶନ ସହ ଆଡ଼ପ ଅବଡା ସେବନ କଲେ କୋଟି ପୁଣ୍ୟ ମିଳି ଥାଏ।

ବାଇଟ,, ଜୀବନାନନ୍ଦ ଶତପଥି,, ଜଗନ୍ନାଥ ସଂସ୍କୃତି ପ୍ରଚାରକConclusion:ପୁରୀ ରୁ ଶକ୍ତି ପ୍ରସାଦ ମିଶ୍ର

Mojo ଓ ftp ଭିଯୁଆଲ ବାଇଟ ଯାଇଛି।

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.