ବ୍ରହ୍ମଗିରି: ପୁରୀ ଜିଲ୍ଲାରେ ପୁଣି ଅଭିଯୁକ୍ତକୁ କୋରୋନା । ବ୍ରହ୍ମଗିରି ଥାନାରେ ଅଭିଯୁକ୍ତର ପଜିଟିଭକୁ ନେଇ ଥାନାର 15ଜଣ ଷ୍ଟାଫ କ୍ୱାରେଣ୍ଟାଇନରେ । ସେମାନଙ୍କୁ7 ଦିନ କ୍ୱାରେଣ୍ଟାଇନରେ ରଖାଯାଉଛି । ସେମାନଙ୍କର କୋଭିଡ ଟେଷ୍ଟ କରାଯିବ। ଅଭିଯୁକ୍ତର ରିପୋର୍ଟ ପଜିଟିଭ ଆସିଲା ପରେ ଥାନାକୁ ସାନିଟାଇଜ କରାଯାଇଛି । ମିର୍ଜାପୁରର ଏକ ଅଭିଯୁକ୍ତକୁ ଚୋରି କେସରେ ଧରି କୋର୍ଟ ଚାଲାଣ କରିଥିଲା ପୋଲିସ ।
ଏହା ପୂର୍ବରୁ କୁମ୍ଭାରପଡା ଥାନାରେ ଜଣେ ଅଭିଯୁକ୍ତର କୋରୋନା ରିପୋର୍ଟ ପଜିଟିଭ ଆସିଥିଲା । ଏହାପରେ ଥାନା ଅଧିକାରୀଙ୍କ ସମେତ 30ଜଣ କର୍ମଚାରୀ କ୍ବାରେଣ୍ଟାଇନରେ ରହିଥିଲେ ।
ବ୍ରହ୍ମଗିରିରୁ ଦେବାଶିଷ ଦାସ, ଇଟିଭି ଭାରତ