ବ୍ରହ୍ମଗିରି: ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ଅଞ୍ଚଳରେ କଙ୍ଗାରୁକୋର୍ଟ । ଜଣେ ଯୁବକଙ୍କୁ ଚୂନ କଳା ବୋଳି କଙ୍ଗାରୁ କୋର୍ଟରେ ଦଣ୍ଡ ଦିଆଯାଇଛି। ଯାହାର ଫଟୋ ଏବେ ଭାଇରାଲ ହେବାରେ ଲାଗିଛି। କୃଷ୍ଣପ୍ରସାଦର ଖିରିସାହି ଗ୍ରାମର ଆରଖକୁଦା ଗ୍ରାମରେ 20 ବର୍ଷୀୟ ଯୁବକ ଶିବା ବେହେରାଙ୍କ ପାରିବାର ଦୀର୍ଘ ଦିନ ସେଠାରେ ରହିଆସୁଛନ୍ତି ।

ସେହି ଗ୍ରାମର ଜଣେ ନାବାଳିକା ସହିତ ପ୍ରେମ ସମ୍ପର୍କ ସ୍ଥାପନ ହୋଇଥିଲା। କିନ୍ତୁ ଯୁବକ ଶିବା ନାବାଳିକା ଫଟୋକୁ ଭାଇରାଲ କରିଥିବା ଅଭିଯୋଗ କରି ଗ୍ରାମରେ କଙ୍ଗାରୁକୋର୍ଟ ବସି ଶିବାକୁ ଦୋଷୀ ସାବ୍ୟସ୍ତ କରଯାଇଛି। ଏବଂ ତାଙ୍କ ଗାଲରେ ଚୂନ କଳା ବୋଳା ଯାଇ ଗାଁରେ ବୁଲା ଯାଇଥିଲା।
ଯାହାର ଫଟୋ ଭାଇରାଲ ହେବାରେ ଲାଗିଛି। ଏନେଇ କୃଷ୍ଣ ପ୍ରସାଦ ଥାନା ଅଧିକାରୀଙ୍କ ସହିତ ଯୋଗାଯୋଗ କରିବାରୁ ତାଙ୍କ ପାଖରେ କୌଣସି ଅଭିଯୋଗ ହୋଇ ନଥିବା ଜଣାଇଛି ।
ବ୍ରହ୍ମଗିରିରୁ ଦେବାଶିସ ଦାସ, ଇଟିଭି ଭାରତ