ETV Bharat / state

ମହାପ୍ରଭୁଙ୍କ ପଦ୍ମ ବେଶ ପ୍ରସ୍ତୁତି

ଅସନ୍ତା 29 ତାରିଖ ତଥା ବୁଧବାର ମହାପ୍ରଭୁ ନେବେ ପଦ୍ମ ବେଶ । ଦୁର୍ଲଭ ପଦ୍ମ ବେଶରେ ଝଟକିବେ ମହାବାହୁ । ଆଉ ଏଥିଲାଗି ସମସ୍ତ ପ୍ରସ୍ତୁତି ଚୂଡାନ୍ତ ପର୍ଯ୍ୟାୟରେ । ପଢନ୍ତୁ ସମ୍ପୂର୍ଣ୍ଣ ଖବର...

ମହାପ୍ରଭୁଙ୍କ ପଦ୍ମ ବେଶ ପ୍ରସ୍ତୁତି
ମହାପ୍ରଭୁଙ୍କ ପଦ୍ମ ବେଶ ପ୍ରସ୍ତୁତି
author img

By

Published : Jan 25, 2020, 6:11 AM IST

ପୁରୀ: ଦୁର୍ଲଭ ପଦ୍ମ ବେଶରେ ଝଟକିବେ ମହାବାହୁ । ଅସନ୍ତା 29 ତାରିଖ ତଥା ବୁଧବାର ମହାପ୍ରଭୁ ନେବେ ପଦ୍ମ ବେଶ । ଏଥିପାଇଁ ସମସ୍ତ ପ୍ରସ୍ତୁତି ଚୂଡାନ୍ତ ପର୍ଯ୍ୟାୟରେ । ମହାପ୍ରଭୁଙ୍କ ପଦ୍ମ ବେଶ ପାଇଁ ପୁରୀର ବଡ଼ ଛତା ମଠ ସମସ୍ତ ସାମଗ୍ରୀ ଯୋଗାଇଥାଏ । ଏହି ସାମଗ୍ରୀ ପ୍ରସ୍ତୁତ କରୁଥିବା କାରିଗର, ଚିତ୍ରକର ମାନେ ବେଶ ନିଷ୍ଠାର ସହ ପ୍ରସ୍ତୁତ କରିଥାନ୍ତି । ପଣ୍ଡୁ ପୂର୍ଣ୍ଣିମା ଠାରୁ ପଦ୍ମ ବେଶ ନେଇ ପ୍ରସ୍ତୁତି ଆରମ୍ଭ ହୋଇଥାଏ ।

ମହାପ୍ରଭୁଙ୍କ ପଦ୍ମ ବେଶ ପ୍ରସ୍ତୁତି

ବେଶ ପାଇଁ ଆବଶ୍ୟକ ଚୂଳ, ଶ୍ରୀମୁଖ ପଦ୍ମ, କର ପଲ୍ଲବ, ପଦ୍ମ କଢି, ଗଛ , 80 ରୁ ଅଧିକ ସୋଲ ତିଆରି ପଦ୍ମ ଫୁଲ ପ୍ରସ୍ତୁତ ହୋଇଥାଏ। ଏହି ପଦ୍ମ ବେଶ ପଛରେ ରହିଛି ଏକ ସୁନ୍ଦର ଲୋକ କଥା । ଏକଦା ମନୋହର ଦାସ ନାମକ ଜଣେ ବାହ୍ୟ ରାଜ୍ୟର ସାଧୁ ପୁରୀରେ ଥିବା ବେଳେ ଏକ ପୋଖରୀରୁ କିଛି ପଦ୍ମ ଫୁଲ ମହାପ୍ରଭୁଙ୍କୁ ଲାଗି ଆଣିଥିଲେ । ମାତ୍ର ଶ୍ରୀକ୍ଷେତ୍ର ପହଞ୍ଚିବା ପରେ ପଦ୍ମ ଫୁଲଟି ସୁଖି ଯାଇଥିଲା । ଆଉ ଏହି ସୁଖିଲା ଫୁଲକୁ ଗ୍ରହଣ କରିନଥିଲେ ସେବକ । ଏନେଇ ସାଧୁଙ୍କୁ ଗଭୀର ଦୁଃଖ ଲାଗିଥିଲା ।

ତେବେ ସେହିଦିନ ରାତି ମହାପ୍ରଭୁ ଗଜପତି ମହାରାଜଙ୍କୁ ସ୍ବପ୍ନାଦେଶ ଦେଲେ । କହିଲେ ଉକ୍ତ ସାଧୁ ଆଣିଥିବା ପଦ୍ମ ଫୁଲ ରେ ସେ ବେଶ ହେବାକୁ ଚାହାଁନ୍ତି । ପରେ ଗଜପତିଙ୍କ ନିର୍ଦ୍ଦେଶ କ୍ରମେ ସାଧୁ ଆଣିଥିବା ପଦ୍ମ ଫୁଲରେ ମହାପ୍ରଭୁଙ୍କ ବେଶ ହୋଇଥିଲା । ମହାପ୍ରଭୁଙ୍କ ବିଭିନ୍ନ ବେଶ ମଧ୍ୟରେ ପଦ୍ମ ବେଶ ବେଶ ଚିତାକର୍ଷକ। ଏହାକୁ ଦେଖି ବାକୁ ହଜାର ହଜାର ଶ୍ରଦ୍ଧାଳୁ ଏବେ ଉତ୍କଣ୍ଠାରେ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

Intro:ମହାପ୍ରଭୁଙ୍କ ପଦ୍ମ ବେଶ ପ୍ରସ୍ତୁତିBody:Vo1,, ମହାପ୍ରଭୁଙ୍କ ଦୁର୍ଲଭ ପଦ୍ମ ବେଶ ଅସନ୍ତା ବୁଧବାର 29 ତାରିଖରେ। ଏଥିପାଇଁ ପ୍ରସ୍ତୁତି ଚୂଡାନ୍ତ ପର୍ଯ୍ୟାୟରେ। ପୁରୀ ର ବଡ଼ ଛତା ମଠ ପଦ୍ମ ବେଶ ପାଇଁ ସାମଗ୍ରୀ ମହାପ୍ରଭୁଙ୍କ ପାଇଁ ଯୋଗାଇ ଥାଏ। ଏହି ସାମଗ୍ରୀ ପ୍ରସ୍ତୁତ କରୁଥିବା କାରିଗର , ଚିତ୍ରକର ମାନେ ବେଶ ନିଷ୍ଠାର ସହ ପ୍ରସ୍ତୁତ କରିଥାନ୍ତି। ପଣ୍ଡୁ ପୂର୍ଣ୍ଣିମା ଠାରୁ ପଦ୍ମ ବେଶ ନେଇ ପ୍ରସ୍ତୁତି ଆରଂଭ ହୋଇ ଥାଏ। ବେଶ ପାଇଁ ଆବଶ୍ୟକ ଚୂଳ, ଶ୍ରୀମୁଖ ପଦ୍ମ, କର ପଲ୍ଲବ , ପଦ୍ମ କଢି, ଗଛ , 80 ରୁ ଅଧିକ ସୋଲ ତିଆରି ପଦ୍ମ ଫୁଲ ପ୍ରସ୍ତୁତ ହୋଇଥାଏ।

ବାଇଟ1,, ବସନ୍ତ କୁମାର ରଣା ,, ଚିତ୍ରକର

Vo2,, ତେବେ ଏହି ପଦ୍ମ ବେଶ ପଛରେ ରହିଛି ଏକ ସୁନ୍ଦର ଲୋକ କଥା। ଏକଦା ମନୋହର ଦାସ ନାମକ ଜଣେ ବାହାର ରାଜ୍ୟର ସାଧୁ ପୁରୀ ଥିବା ବେଳେ ଏକ ପୋଖ ରିରୁ କିଛି ପଦ୍ମ ଫୁଲ ମହାପ୍ରଭୁ ଙ୍କ ନିକଟରେ ଲାଗି ନେବା ଆଶାରେ ଆଣିଥିଲେ। ମାତ୍ର ଶ୍ରୀକ୍ଷେତ୍ର ରେ ସେ ପହଂଚିବା ପରେ ପଦ୍ମ ଫୁଲ ପଦ୍ମ ଫୁଲ ସୁଖୀ ଯାଇଥିବା ହେତୁ ସେବକ ମାନେ ଗ୍ରହଣ କରି ନ ଥିଲେ। ଯାହାକୁ ସାଧୁ ଙ୍କୁ ଗଭୀର ଦୁଃଖ ଦେଇ ଥିଲା। ତେବେ ସେହିଦିନ ରାତି ମହାପ୍ରଭୁ ଗଜପତି ମହାରାଜ ଙ୍କୁ ସ୍ୱପ୍ନାଦେଶ ରେ କହିଥିଲେ ଉକ୍ତ ସାଧୁ ଆଣିଥିବା ପଦ୍ମ ଫୁଲ ରେସେ ବେଶ ହେବାକୁ ଚାହାନ୍ତି। ପରେ ଗଜପତି ଙ୍କ ନିର୍ଦେଶ କ୍ରମେ ସାଧୁ ଆଣିଥିବା ପଦ୍ମ ଫୁଲ ରେ ମହାପ୍ରଭୁ ଙ୍କ ବେଶ ହୋଇ ଥିଲା।

ବାଇଟ2,, ଡ଼କ୍ଟର ନରେସ ଦାଶ ,, ଗବେଷକ

Fvo,, ମହାପ୍ରଭୁଙ୍କ ବିଭିନ୍ନ ବେଶ ମଧ୍ୟରେ ପଦ୍ମ ବେଶ ବେଶ ଚିତାକର୍ଷକ। ଏହାକୁ ଦେଖି ବାକୁ ହଜାର ହଜାର ଶ୍ରଦ୍ଧାଳୁ ଏବେ ଉତ୍କଣ୍ଠା ରେ।

ପୁରୀ ରୁ ଶକ୍ତି ପ୍ରସାଦ ମିଶ୍ରConclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.