ETV Bharat / state

ପୁରୀ ମନ୍ଦିର ସାର୍ବଜନୀନ ଖୋଲିବାକୁ ହାଇକୋର୍ଟରେ ଯାଚିକା

କୋଭିଡ ଗାଇଡଲାଇନକୁ ପାଳନ କରି ସମସ୍ତ ବ୍ୟବସାୟ ପ୍ରତିଷ୍ଠାନ, ଧାର୍ମିକ ଅନୁଷ୍ଠାନ ତଥା ମନ୍ଦିର ଖୋଲିବାକୁ କେନ୍ଦ୍ର ସରକାର ଅନୁମତି ଦେଇଛନ୍ତି । ଓଡିଶାରେ ରାଜ୍ୟ ସରକାର ଶ୍ରୀମନ୍ଦିରକୁ ଭକ୍ତଙ୍କ ପ୍ରବେଶ କଟକଣା ବଳବତ୍ତର ରଖିଛନ୍ତି ।

puri mandir
ପୁରୀ ମନ୍ଦିର ସାର୍ବଜନୀନ ଖୋଲିବାକୁ ହାଇକୋର୍ଟରେ ଯାଚିକା
author img

By

Published : Aug 5, 2020, 11:00 PM IST

ପୁରୀ: ସାରା ଦେଶରେ ଏବେ ଲକଡାଉନ ହଟି ଅନଲକ ପ୍ରକ୍ରିୟା ଚାଲୁ ରହିଛି । ଇତି ମଧ୍ୟରେ କୋଭିଡ ଗାଇଡଲାଇନକୁ ପାଳନ କରି ସମସ୍ତ ବ୍ୟବସାୟ ପ୍ରତିଷ୍ଠାନ, ଧାର୍ମିକ ଅନୁଷ୍ଠାନ ତଥା ମନ୍ଦିର ଖୋଲିବାକୁ କେନ୍ଦ୍ର ସରକାର ଅନୁମତି ଦେଇଛନ୍ତି । ଓଡିଶାରେ ରାଜ୍ୟ ସରକାର ଶ୍ରୀମନ୍ଦିରକୁ ଭକ୍ତଙ୍କ ପ୍ରବେଶ କଟକଣା ବଳବତ୍ତର ରଖିଛନ୍ତି । ଗତ ମାର୍ଚ୍ଚ 20 ରୁ ଏହି କଟକଣା ରହିଛି ।

ପୁରୀ ମନ୍ଦିର ସାର୍ବଜନୀନ ଖୋଲିବାକୁ ହାଇକୋର୍ଟରେ ଯାଚିକା

ତେବେ ରାଜ୍ୟରେ କୋଭିଡ ଗାଇଡ଼ଲାଇନ ପାଳନ କରି ସମସ୍ତ ମନ୍ଦିର ଖୋଲିବାକୁ ନେଇ ହାଇକୋର୍ଟରେ ଏକ ମାମଲା ରୁଜୁ ହୋଇଛି । ଯଦି ମନ୍ଦିର ଖୋଲା ନଯାଏ ତେବେ ଏହା ଉପରେ ନିର୍ଭର କରୁଥିବା ହଜାର ହଜାର ଲୋକଙ୍କ ଜୀବନଜୀବିକା ଦୟନୀୟ ହୋଇ ପଡିବ । ତେଣୁ ମନ୍ଦିର ଖୋଲା ଯିବାକୁ କୋର୍ଟଙ୍କୁ ଅବଗତ କରାଯାଇଛି । ଏହାକୁ ନେଇ ମନ୍ଦିର ଖୋଲିବ କି ନାହିଁ ଏବେ ଆଲୋଚନା ପର୍ଯ୍ୟଲୋଚନା ବିଭିନ୍ନ ମହଲରେ ରେ ଲାଗି ରହିଛି । ତେବେ ଶ୍ରୀମନ୍ଦିରରେ ମଧ୍ୟ କୋଭିଡ ଗାଇଡ଼ଲାଇନ ପାଳନ କରି ଓ ଉପଯୁକ୍ତ ବ୍ୟବସ୍ଥା କରାଯାଇ କିଛି ନିର୍ଦିଷ୍ଟ ସମୟ ଭକ୍ତଙ୍କୁ ଦର୍ଶନ ପାଇଁ ଛାଡିବାକୁ ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ ଓ ସେବାୟତ ମତ ଦେଇଛନ୍ତି ।

ବଡ କଥା ହେଉଛି ପୁରୀ ର ଜନ ସାଧାରଣ ସମେତ ସେବାୟତ ମାନେ ଭକ୍ତଙ୍କ ଆଗମନ ହେତୁ କିଛି ରୋଜଗାର କରି ଜୀବିକା ନିର୍ବାହ କରନ୍ତି । କିନ୍ତୁ ଶ୍ରୀମନ୍ଦିର ଭକ୍ତଙ୍କ ପ୍ରବେଶ କଟକଣା ପରେ ରୋଜଗାର ହରାଇ ସମସ୍ତଙ୍କ ଜୀବିକା ଦୁର୍ବିସହ ହୋଇ ପଡ଼ିଛି । କୋଭିଡ ଭୂତାଣୁ ହଟାଇବାରେ ସମ୍ଭାବନା ନ ଥିବା ବେଳେ ଆଉ କେତେ ଦିନ ଶ୍ରୀମନ୍ଦିରକୁ ଭକ୍ତଙ୍କ ପ୍ରବେଶ କଟକଣା ରଖି ହେବ ବୋଲି ବରିଷ୍ଠ ସେବାୟତ ପ୍ରଶ୍ନ କରିଛନ୍ତି । ତେଣୁ ଜୀବନ ସହିତ ଜୀବିକାର ରକ୍ଷା ଓ ମହାପ୍ରଭୁଙ୍କୁ ଭକ୍ତ ଟିଏ ଯେମିତି ଦର୍ଶନ କରି ପାରିବ ସେ ନେଇ ଶ୍ରୀମନ୍ଦିରକୁ ଭକ୍ତଙ୍କ ପ୍ରବେଶ ଅନୁମତି ଦେବାକୁ ମତ ପ୍ରକାଶ ପାଇଛି ।

ପୁରୀରୁ ଶକ୍ତିପ୍ରସାଦ ମିଶ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.