ପୁରୀ: କୋଣାର୍କ ପୋଲିସର ଦବଙ୍ଗଗିରି । ସାଧାରଣ ଜନତାଙ୍କ ଉପରେ ଖାକିର ପାଓ୍ଵାର ଦେଖାଇଲେ ପୋଲିସ ବାବୁ । ପାରିବାରିକ ସମସ୍ୟା ସମାଧାନ କରିବାକୁ ଯାଇଥିବା ବ୍ୟକ୍ତିଙ୍କୁ ନିସ୍ତୁକ ମାଡ ମାରିଲେ । ପୋଲିସର ଲାଠି ମାଡରେ ବ୍ୟକ୍ତି ଜଣକ ଅଚେତ ହୋଇ ପଡିଥିବା ବେଳେ ଲାଠି ମାଡ ଦେହର ଅନେକ ସ୍ଥାନରେ ଦାଗ ଲିଭିନାହିଁ ।
ସୂଚନାନୁସାରେ, ସୋମବାର କୋଣାର୍କ ରାଉଳପାଟଣା ଗ୍ରାମର ପାରିବାରିକ କଳହ ସମାଧାନ କରିବାକୁ ଥାନାରେ ଯାଇ ପହଞ୍ଚିଥିଲେ ପୋଲିସ ଅ।କ୍ରମଣର ଶିକାର ହୋଇଥିବା ଜ୍ଞାନ ରଞ୍ଜନ ପଣ୍ଡା । ତାଙ୍କର ଭୁଲ ଥିଲା ଯେ ପୋଲିସ ସାମ୍ନାରେ ବଡ ପାଟିରେ କଥା କହିବା । କେବଳ ଏଥିପାଇଁ କୋଣାର୍କ ଥାନାର କାର୍ଯ୍ୟରତ ପୋଲିସ ଏସଆଇ ଦିଲ୍ଲିପ ବେହେରାଙ୍କ ମୁଣ୍ତରେ ପିତ ଚଢି ଯାଇଥିଲା । ଏହା ପରେ ସେ ନିସ୍ତୁକ ମାଡ ମାରିଥିଲେ ।
ପରେ ଅଚେତ ଅବସ୍ଥାରେ ଜ୍ଞାନକୁ ଚିକିତ୍ସା ପାଇଁ ନିଅ।ଯାଇ ସଂଧ୍ୟା ସମୟରେ ଘରକୁ ଛାଡି ଥିଲ। ପୋଲିସ । ସେପଟେ ପୋଲିସର ଦବଙ୍ଗଗିରି ବିରୁଦ୍ଧରେ ଜ୍ଞାନ ରଞ୍ଜନଙ୍କ ପତ୍ନୀ ଶୈଳବାଳା ଲିଖିତ ଅଭିଯୋଗ କରି କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି । ତେବେ ରାଜ୍ୟ ସରକାର ପୋଲିସକୁ ଲୋକାଭିମୁଖୀ କରିବା ପାଇଁ ବ୍ୟାପକ ପଦକ୍ଷେପ ନେଉଥିବା ବେଳେ କୋଣାର୍କ ପୋଲିସର ଏଭଳି ଆଚରଣକୁ ବିଭିନ୍ନ ମହଲରେ ସମାଲୋଚନା କରାଯାଇଛି ।
ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ