ETV Bharat / state

ଡକାୟତି ପୂର୍ବରୁ 7 ଡକାୟତଙ୍କୁ ବାନ୍ଧିଲା ପୁରୀ ଟାଉନ ପୋଲିସ - 7 dacoity arrested by puri town police

ପୁରୀ ଟାଉନ ଥାନା ପୋଲିସ 7 ଜଣ ଡ଼କାୟତଙ୍କୁ ଗିରଫ କରିଛି । ଜଗନ୍ନାଥ ବଲ୍ଲବରେ ଡକାୟତି ଯୋଜନା କରୁଥିବା ପୋଲିସ ଖବର ପାଇ ଚଢଉ ଏମାନଙ୍କୁ ଗିରଫ କରିବାରେ ସଫଳ ହୋଇଛି । ଅଧିକ ପଢନ୍ତୁ...

ଡକାୟତି ପୂର୍ବରୁ 7 ଡକାୟତଙ୍କୁ ବାନ୍ଧିଲା ପୁରୀ ଟାଉନ ପୋଲିସ

author img

By

Published : Nov 4, 2020, 7:16 AM IST

ପୁରୀ: ଡକାୟତି ଯୋଜନା ପଣ୍ଡ । ଡକାୟତି ଯୋଜନା ସଫଳ ହେବା ପୂର୍ବରୁ 7 ଡକାୟତଙ୍କୁ ବାନ୍ଧି ନେଲା ପୋଲିସ । ଏଭଳି ଘଟଣା ଘଟିଛି ପୁରୀ ଜିଲ୍ଲାରେ ।

ସୂଚନା ଅନୁସାରେ, ଗତ ମଙ୍ଗଳବାର ଜଗନ୍ନାଥ ବଲ୍ଲବରେ ଏହି 7 ଜଣିଆ ଡକାୟତ ଗ୍ୟାଙ୍ଗ ଡକାୟତି ଯୋଜନା କରୁଥିବା ପୋଲିସ ଖବର ପାଇ ଚଢାଉ କରିଥିଲା । 7 ଜଣ ଡ଼କାୟତକୁ ଗିରଫ କରିବା ସହ ତାଙ୍କ ଠାରୁ ଖଣ୍ଡା ସମେତ ବିଭିନ୍ନ ମାରଣାସ୍ତ୍ର ଜବତ କରିଛି ପୋଲିସ । ଗିରଫ ଅଭିଯୁକ୍ତ ମାନେ ହେଲେ ଭିମେଶ୍ବର ସୁବୁଦ୍ଧି, ନୃସିଂହ ସୁବୁଦ୍ଧି, ସୁର୍ଯ୍ୟ ପ୍ରସାଦ ମହାଭୋଇ, ଶ୍ରୀକାନ୍ତ ବେଜ, ଦେବାଶିଷ ବାରିକ, ରାମ କୃଷ୍ଣ ଗୋଛାୟତ ଓ ଭବାନୀ ସଙ୍କର ରଥ ।

ଏମାନଙ୍କୁ ଗିରଫ କରାଯାଇ ପୋଲିସ କୋର୍ଟ ଚାଲାଣ କରିଛି । ଗତ କିଛି ଦିନ ହେବ ପୁରୀ ସହରରେ ଡକାୟତି ବୃଦ୍ଧି ପାଇବାରେ ଲାଗିଛି । ରାତି ଅଧରେ ଦୋକାନ ସଟର ଭାଙ୍ଗି ଦୁର୍ବୃତ୍ତ ଟଙ୍କା ଲୁଟି ନେଉଛନ୍ତି । ଯାହାକୁ ନେଇ ବ୍ୟବସାୟୀ ଆତଙ୍କିତ ଅବସ୍ଥାରେ ରହିଛନ୍ତି । ତେବେ ଡ଼କାୟତ ଗ୍ୟାଙ୍ଗକୁ ଧରିବା ପାଇଁ ପୋଲିସ ଆହୁରି ଜୋରଦାର ଧରପଗଡ଼ କରିବାକୁ ବିଭିନ୍ନ ମହଲରେ ଦାବି ହୋଇଛି ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.