ETV Bharat / state

ରଥଯାତ୍ରାକୁ ଆଉ 6 ଦିନ, ଚଳଚଞ୍ଚଳ ରଥଖଳା

ଜୋରସୋରରେ ଆଗେଇ ଚାଲିଛି ନନ୍ଦିଘୋଷ, ତାଳଧ୍ବଜ ଓ ଦର୍ପଦଳନ ରଥ ନିର୍ମାଣ କାର୍ଯ୍ୟ । ଆରମ୍ଭ ହୋଇଛି ତୃତୀୟ ଭୂଇଁ କାର୍ଯ୍ୟ । ଚିତ୍ରକରମାନେ ଦେଉଛନ୍ତି ରଙ୍ଗତୂଳିର ଶେଷ ସ୍ପର୍ଶ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ପୁରୀ
author img

By

Published : Jun 27, 2019, 5:49 PM IST

ପୁରୀ: ପବିତ୍ର ରଥଯାତ୍ରାକୁ ଆଉ ମାତ୍ର 6ଦିନ । ଶେଷ ପର୍ଯ୍ୟାୟ କାମ ପାଇଁ ଚଳଚଞ୍ଚଳ ରଥଖଳା । ତିନି ରଥର ଚାରି ନାହାକ ସହ ପ୍ରଥମ ଭୂଇଁ ଓ ଦ୍ବିତୀୟ ଭୂଇଁ ଉଠାଯାଇଛି । ଏବେ ବିଶ୍ବକର୍ମା ଆରମ୍ଭ କରିଛନ୍ତି ତୃତୀୟ ଭୂଇଁ କାର୍ଯ୍ୟ । ଏହାପରେ ସିଂହାସନ, ପାରାଭାଡି, ପ୍ରଭା ଓ ଚାରିଦ୍ବାର ଖଞ୍ଜା ଯିବ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ପୁରୀ

ସେପଟେ ରୂପକାର ସେବାୟତମାନେ ଦୁଆର ବେଢା, ନାଟଗୋଡ ଖୋଦାଇ କରୁଥିବାବେଳେ ଚିତ୍ରକର ସେବାୟତମାନେ ପାର୍ଶ୍ବ ଦେବାଦେବୀ, ହଂସପଟା ଆଦିକୁ ରଙ୍ଗତୂଳୀରେ ଶେଷ ସ୍ପର୍ଶ ଦେବାରେ ବ୍ୟସ୍ତ । ମହାରଣା ସେବାୟତଙ୍କଠାରୁ ଆରମ୍ଭ କରି ଭୋଇ ସେବାୟତ, ରୂପକାର ସେବାୟତ ପର୍ଯ୍ୟନ୍ତ ସମସ୍ତେ ମହାପ୍ରଭୁଙ୍କ ରଥନିର୍ମାଣ କାର୍ଯ୍ୟ ସୁରୁଖୁରୁରେ ସାରିବାକୁ ବ୍ୟସ୍ତ ନଜର ଆସିଛନ୍ତି ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

Slug,, rath nirmaan update , avb , Puri , 27.7.19

Anc,,ଆଉ ମାତ୍ର 6  ଦିନ ପରେ ରଥଯାତ୍ରା।  ରଥ ନିର୍ମାଣ କାମ ଦ୍ରୁତ ଗତିରେ ଆଗେଇ ଚାଲିଛି । ତିନି ରଥର ଚାରି ନାହାକା  ଉଠାଯିବା ପରେ ୧୪ ନାହାକା, ପ୍ରଥମ ଭୂଇଁ ଓ ଦ୍ୱିତୀୟ ଭୂଇଁ ଉଠାଯାଇଛି। ଏବେ ତୃତୀୟ ଭୁଇଁ କାର୍ଯ୍ୟ  ଆଗେଇ ଚାଲିଛି। ଏହା ପରେ ସିଂହାସନ , ପାରାଭାଡ଼ି , ପ୍ରଭା, ଚାରି ଦ୍ୱାର ଖଞ୍ଜା ଯିବ। ବିଶ୍ୱକର୍ମା ମହାରଣା ମାନେ ଜୋର ସୋର ରେ କାମ ଆଗେଇ ନେଉଛନ୍ତି। ସେହିପରି ରୂପକାର ସେବାୟତ ମାନେ ଦୁଅର ବେଢା, ନାଟଗୋଡ଼ ଆଦି ଖୋଦେଇ କରୁଛନ୍ତି । ଚିତ୍ରକର ସେବାୟତମାନେ ପାର୍ଶ୍ୱଦେବାଦେବୀ, ହଂସପଟା ଆଦିକୁ ରଙ୍ଗତୂଳୀରେ ଶେଷ ସ୍ପର୍ଶ ଦେଉଛନ୍ତି। କିଭଳି ମହାପ୍ରଭୁଙ୍କ ରଥ ନିର୍ମାଣ କାର୍ଯ୍ୟ ସୁରୁଖୁରୁରେ ସରିବ ସେ ନେଇ ମହାରଣା ଓ ଭୋଇ ସେବକମାନେ କାର୍ଯ୍ୟ ଆଗେଇ ନେଉଛନ୍ତି।

ବାଇଟ1,, ରବିନ୍ଦ୍ର ଭୋଇ , ଭୋଇ ସର୍ଦାର
ବାଇଟ2,, ଚିତ୍ର କର ସେବକ

ପୁରୀ ରୁ ଶକ୍ତି ପ୍ରସାଦ ମିଶ୍ର

Mojo ରେ ଭିଯୁଆଲ ବାଇଟ ଯାଇଛି।
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.