ETV Bharat / state

ଦିନକରେ ପୁରୀରୁ 63 କୋରୋନା ଆକ୍ରାନ୍ତ ଚିହ୍ନଟ

author img

By

Published : Nov 6, 2020, 3:36 PM IST

ପୁରୀରେ ଗତ 24 ଘଣ୍ଟାରେ 63ଟି ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଜିଲ୍ଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା 12 ହଜାର 857ରେ ପହଞ୍ଚିଛି । ଅଧିକ ପଢନ୍ତୁ...

ଦିନକରେ ପୁରୀରେ 63 କୋରୋନା ଆକ୍ରାନ୍ତ ଚିହ୍ନଟ
ଦିନକରେ ପୁରୀରେ 63 କୋରୋନା ଆକ୍ରାନ୍ତ ଚିହ୍ନଟ

ପୁରୀ: ଜିଲ୍ଲାରେ ଗତ 24 ଘଣ୍ଟା ମଧ୍ୟରେ 63 ନୂଆ ଆକ୍ରାନ୍ତ ଚିହ୍ନଟ । ନୂଆ ଆକ୍ରାନ୍ତଙ୍କୁ ମିଶାଇ ପୁରୀରେ ମୋଟ ପଜିଟିଭ୍ ସଂଖ୍ୟା ପାଖାପାଖି 13 ହଜାରରେ ପହଞ୍ଚିଛି ।

ଦିନକରେ ପୁରୀରେ 63 କୋରୋନା ଆକ୍ରାନ୍ତ ଚିହ୍ନଟ
ଦିନକରେ ପୁରୀରେ 63 କୋରୋନା ଆକ୍ରାନ୍ତ ଚିହ୍ନଟ

ସେହିପରି ଜିଲ୍ଲାରେ 85 ଜଣ କୋରୋନା କବଳରେ ପ୍ରାଣ ହରାଇଛନ୍ତି । ତେବେ ଜିଲ୍ଲାରେ ବର୍ତ୍ତମାନ 544 ଜଣ କୋରୋନାରେ ଆକ୍ରାନ୍ତ ହୋଇ ବିଭିନ୍ନ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ଏକ ଲକ୍ଷ 37 ହଜାର 972ଟି ସାମ୍ପଲ ଟେଷ୍ଟ ହୋଇ ଥିବାବେଳେ 12 ହଜାର 857 ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଆକ୍ରାନ୍ତଙ୍କ ମଧ୍ୟରୁ 12 ହଜାର 225 ଜଣ ସୁସ୍ଥ ହୋଇଛନ୍ତି । ତେବେ ଜିଲ୍ଲାରେ ସୁସ୍ଥହାର ସନ୍ତୋଷଜନକ ରହିଛି ।

ଆଗକୁ ଶୀତଦିନ ଆସୁଥିବାରୁ ସଂକ୍ରମଣ ବୃଦ୍ଧିକୁ ନେଇ ଆଶଙ୍କା କରାଯାଉଛି । ତେଣୁ ପ୍ରତିଟି ବ୍ୟକ୍ତିଙ୍କୁ କୋଭିଡ ଗାଇଡଲାଇନ ମାନିବାକୁ ରାଜ୍ୟସରକାର ତଥା ଜିଲ୍ଲା ପ୍ରଶାସନଙ୍କ ପକ୍ଷରୁ ପରାମର୍ଶ ଦିଆଯାଇଛି ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.