ETV Bharat / state

ପୁରୀ ଜିଲ୍ଲା ଗସ୍ତରେ 5T ସଚିବ: ମଙ୍ଗଳା ପୀଠର ଉନ୍ନତିକରଣ, 2023 ଏପ୍ରିଲ ସୁଦ୍ଧା କୋଣାର୍କ-ଚନ୍ଦ୍ରଭାଗା ରାସ୍ତା ସମ୍ପ୍ରସାରଣ

author img

By

Published : Dec 24, 2022, 3:57 PM IST

ପୁରୀ ଜିଲ୍ଲାର କୋଣାର୍କ ସମେତ ମା' ମଙ୍ଗଳାପୀଠ ପରିଦର୍ଶନ କଲେ 5T ସଚିବ ଭି.କେ ପାଣ୍ଡିଆନ । ପୀଠର ଉନ୍ନତିକରଣ ବିଷୟରେ ସେବାୟତ ଓ ସ୍ଥାନୀୟ ଲୋକଙ୍କ ସହ ଆଲୋଚନା କଲେ । ଅଧିକ ପଢନ୍ତୁ

ପୁରୀ ଜିଲ୍ଲା ଗସ୍ତରେ 5T ସଚିବ
ପୁରୀ ଜିଲ୍ଲା ଗସ୍ତରେ 5T ସଚିବ

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ପୁରୀ ଗସ୍ତରେ ଯାଇଛନ୍ତି ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ତଥା 5T ସଚିବ ଭି.କେ ପାଣ୍ଡିଆନ । ଆଜି ସକାଳେ ପୁରୀ, କୋଣାର୍କ ଓ କାକଟପୁର ଗସ୍ତରେ ଯାଇ ବିଭିନ୍ନ ବିକାଶ କାମ ବୁଲି ଦେଖିଛନ୍ତି । ଏହା ସହ ମା' ମଙ୍ଗଳାଙ୍କ ପୀଠର ଉନ୍ନତିକରଣ ସମ୍ପର୍କରେ ସେବାୟତ ଓ ସ୍ଥାନୀୟ ଲୋକଙ୍କ ସହ ଆଲୋଚନା କରିଛନ୍ତି । ଜଗନ୍ନାଥ ସଂସ୍କୃତିରେ ମା' ମଙ୍ଗଳାଙ୍କ ପୀଠର ସ୍ଵତନ୍ତ୍ର ମହତ୍ତ୍ୱ ରହିଛି । ବିଶେଷକରି ନବକଳେବର ସମୟରେ ଦାରୁ ଅନ୍ୱେଷଣ କାର୍ଯ୍ୟ ମାଆଙ୍କ ନିର୍ଦ୍ଦେଶରେ କରଯାଇଥାଏ ବୋଲି ବିଶ୍ବାସ ରହିଛି । ଏତଦବ୍ୟତୀତ ଓଡ଼ିଶାର ପ୍ରମୁଖ ଶକ୍ତି ପୀଠ ଭାବରେ ମଙ୍ଗଳା ପୀଠ ଓଡ଼ିଶାର ଘରେ ଘରେ ପରିଚିତ । ପ୍ରତିଦିନ ହଜାର ହଜାର ଭକ୍ତ ମା'ଙ୍କ ଦର୍ଶନ ପାଇଁ କାକଟପୁର ଆସିଥାନ୍ତି । ତେଣୁ 5T ଉପକ୍ରମରେ ଏ ପୀଠର ଉନ୍ନତିକରଣ ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ।

ଗସ୍ତ ଅବସରରେ 5T ସଚିବ ମଙ୍ଗଳା ପୀଠର(Kakatpur Mangala Temple) ସେବାୟତ ଓ ସ୍ଥାନୀୟ ଲୋକଙ୍କ ସହ ପୀଠର ଉନ୍ନତିକରଣ ବିଷୟରେ ଆଲୋଚନା କରିଛନ୍ତି । ମନ୍ଦିର ଜଳ ନିଷ୍କାସନ, ପାର୍କିଂ ଯାତ୍ରୀଙ୍କ ସୁବିଧା ପ୍ରାଚୀ ନଦୀ ଘାଟର ଉନ୍ନତିକରଣ ପାଇଁ ପଦକ୍ଷେପମାନ ଗ୍ରହଣ କରାଯିବ । ସେବାୟତ, ସ୍ଥାନୀୟ ଲୋକ ଓ ଟ୍ରଷ୍ଟିମାନଙ୍କ ସହ ଆଲୋଚନା କରି ବିସ୍ତୃତ ଯୋଜନା ୧୫ ଦିନ ମଧ୍ୟରେ ପ୍ରସ୍ତୁତ କରିବା ସେ ନିର୍ଦ୍ଦେଶ ଦେଇଛନ୍ତି । ଏହା ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ ନିମନ୍ତେ ଉପସ୍ଥାପନ କରାଯିବ ବୋଲି 5T ସଚିବ (5T Secretary VK Pandian) ସୂଚନା ଦେଇଛନ୍ତି । OBCC ଏହି ଯୋଜନା ପ୍ରସ୍ତୁତ କରିବ ।

ଏହାମଧ୍ୟ ପଢନ୍ତୁ: କୋରାପୁଟ ପର୍ଯ୍ୟଟନର ବିକାଶ ପାଇଁ ପର୍ଯ୍ୟଟନ ମନ୍ତ୍ରୀଙ୍କୁ ଚିଠି ଲେଖିଲେ ଧର୍ମେନ୍ଦ୍ର

ଏହାପୂର୍ବର ପୂର୍ବରୁ ଭି.କେ ପାଣ୍ଡିଆନ ପୁରୀରେ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କୁ ଦର୍ଶନ କରି ପରିକ୍ରମା ପ୍ରକଳ୍ପ ବୁଲି ଦେଖିଛନ୍ତି । ସେଠାରୁ ଶ୍ରୀଜଗନ୍ନାଥ ମେଡିକାଲ କଲେଜ ଟିଚିଂ ହସ୍ପିଟାଲ ନିର୍ମାଣ କାମ ବୁଲି ଦେଖିଛନ୍ତି । ନିର୍ମାଣ ଅଗ୍ରଗତିର ସମୀକ୍ଷା କରିଛନ୍ତି । 2023 ଜୁନ ସୁଦ୍ଧା ଏହି ହସ୍ପିଟାଲ କାମ ଶେଷ ହେବ ବୋଲି ସୂଚନା ମିଳିଛି । ପରେ କୋଣାର୍କ ଯାଇ 5T ସଚିବ ଚନ୍ଦ୍ରଭାଗା ବେଳାଭୂମି ବିକାଶ କାମ, କୋଣାର୍କ-ଚନ୍ଦ୍ରଭାଗା ରାଜ୍ୟ ରାଜପଥର ସମ୍ପ୍ରସାରଣ ଓ ନୂଆ ରିଂ-ରୋଡ କାମ ଅନୁଧ୍ୟାନ କରିଛନ୍ତି । କାମର ଅଗ୍ରଗତି ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ ସଚିବ ସମୀକ୍ଷା କରିଛନ୍ତି । କୋଣାର୍କ-ଚନ୍ଦ୍ରଭାଗା ରାଜପଥ ସମ୍ପ୍ରସାରଣ କାମ 2023 ଏପ୍ରିଲ ସୁଦ୍ଧା ଶେଷ କରିବାକୁ 5T ସଚିବ ନିର୍ଦ୍ଦେଶ ଦେଇଛନ୍ତି । 5T ସଚିବଙ୍କ ପରିଦର୍ଶନ ସମୟରେ ପୁରୀ ଜିଲ୍ଲାପାଳ ସମର୍ଥ ବର୍ମା, ଏସପି ତଥା ବରିଷ୍ଠ ଅଧିକାରୀ ମାନେ ଉପସ୍ଥିତ ଥିଲେ ।

ଏହାମଧ୍ୟ ପଢନ୍ତୁ: ଶ୍ରୀମନ୍ଦିରରେ ଦିବ୍ୟାଙ୍ଗଙ୍କ ପ୍ରବେଶ ନେଇ ହେବ ସ୍ଵତନ୍ତ୍ର ବ୍ୟବସ୍ଥା, ନିର୍ଦ୍ଦେଶ ଦେଲେ ହାଇକୋର୍ଟ

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.