ଭୁବନେଶ୍ବର: ପୁରୀ, ଲିଙ୍ଗରାଜ ମନ୍ଦିର ପରେ ଏବେ କୋଣାର୍କରେ 5 'ଟି' ସଚିବ । ଗୁରୁବାର ଭୋର 5ଟାରୁ 5'ଟି' ସଚିବ ଭି. କେ ପାଣ୍ଡିଆନ ଅଚାନକ କୋଣାର୍କ ଗସ୍ତ କରିଥିଲେ । ଏହି ସମୟରେ ସେ ସୂର୍ଯ୍ୟ ମନ୍ଦିର ପହଞ୍ଚି ଏହାର ଚାରିପାଖ ବୁଲିବା ସହ ବାହାର ବେଢା ପରିଦର୍ଶନ କରିଛନ୍ତି ।
କୋଣାର୍କ ମନ୍ଦିରର ସୌନ୍ଦର୍ଯ୍ୟକରଣ ପାଇଁ ପ୍ରସ୍ତୁତ ଏକ ନକ୍ସା ଉପରେ ଆଲୋଚନା କରିଥିଲେ । ଗସ୍ତ ସମୟରେ ପାଣ୍ଡିଆନଙ୍କ ସହ ପୁରୀ ଜିଲ୍ଲାପାଳ ଓ ବରିଷ୍ଠ ଅଧିକାରୀ ସାମିଲ ହୋଇଥିଲେ । ଖୁବଶୀଘ୍ର କୋଣାର୍କ ସୌନ୍ଦର୍ଯ୍ୟକରଣ କାମ ଆରମ୍ଭ ହୋଇପାରେ । ଏଥିପାଇଁ ଏକ ପ୍ୟାକେଜ୍ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିବାର ସମ୍ଭାବନା ରହିଛି ।
ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ