ETV Bharat / state

ବେଆଇନ କଫ ସିରପ ବିକ୍ରି ଅଭିଯୋଗ , 3 ଗିରଫ - କଫ ସିରପ ବିକ୍ରି ଘଟଣାରେ 3 ଗିରଫ

ପୁରୀରେ ବେଆଇନ କଫ ସିରପ ବିକ୍ରି ଅଭିଯୋଗରେ 3 ଜଣଙ୍କୁ ଗିରଫ କରାଯାଇଛି । ସେମାନଙ୍କ ନିକଟରୁ 478 ବୋତଲ କଫ ସିରପ ଓ 3 ଟି ମୋବାଇଲ ଜବତ କରାଯାଇଛି । ଅଧିକ ପଢନ୍ତୁ...

478 bottle cough syrup seized in puri
ବେଆଇନ କଫ ସିରପ ବିକ୍ରୀ ଅଭିଯୋଗ , 3 ଗିରଫ
author img

By

Published : Nov 3, 2020, 10:26 AM IST

ପୁରୀ: ଜିଲ୍ଲାରେ ଦିନକୁ ଦିନ ବଢି ଚାଲିଛି ବେଆଇନ ନିଶା କାରବାର । ଏନେଇ ପୋଲିସ ତୀକ୍ଷ୍ଣ ନଜର ରଖିଥିବା ବେଳେ ସୋମବାର ପୁରୀରେ ପୁଣି ବେଆଇନ କଫ ସିରପ ବିକ୍ରି ଘଟଣା ପ୍ରକାଶ ପାଇଛି । ଘଟଣାରେ ସଂପୃକ୍ତ 3 ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି । ସେମାନଙ୍କ ନିକଟରୁ 478 ବୋତଲ କଫ ସିରପ ଓ 3 ଟି ମୋବାଇଲ ଜବତ ହୋଇଛି ।

ସୂଚନାଯୋଗ୍ୟ, ଅଭିଯୁକ୍ତମାନେ ହେଲେ ବାଟଗାଁର ସରୋଜ କୁମାର ମହାନ୍ତି, ମାର୍କଣ୍ଡସ୍ବର ସାହିର ବାଲ୍ମିକୀ ପ୍ରଧାନ, ଘୋଡା ବଜାର ଅଞ୍ଚଳର କେ. ମହେଶ୍ବର ଆଚାରି । ଏମାନେ ବାଟଗାଁରେ ବେଆଇନ ଭାବେ କଫ ସିରପ ବେପାର କରୁଥିଲେ । ଖବର ପାଇ ସଦର ଥାନା ପୋଲିସ ସେଠାରେ ଚଢ଼ାଉ କରି ସଂପୃକ୍ତ 3 ଜଣ ବ୍ୟକ୍ତିଙ୍କୁ ଗିରଫ କରିଛି । ସେମାନଙ୍କ ନିକଟରୁ 478 ବୋତଲ କଫ ସିରପ ସମେତ 3 ଟି ମୋବାଇଲ ଜବତ ହୋଇଥିବା ପୋଲିସ ସୂଚନା ଦେଇଛି ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.