ETV Bharat / state

ପୁରୀରେ ଦାଦାବଟି ମାଗି 4 ଗିରଫ

author img

By

Published : Jun 14, 2021, 7:25 PM IST

ପୁରୀ ସହରରେ ଦାଦା ବଟି ମାଗୁଥିବା ଅଭିଯୋଗରେ 4 ଜଣଙ୍କୁ ଗିରଫ କରିଛି ପୋଲିସ । ଅଧିକ ପଢନ୍ତୁ...

ଦାଦା ବଟି ମାଗିବା ଅଭିଯୋଗ , 4 ଗିରଫ
ଦାଦା ବଟି ମାଗିବା ଅଭିଯୋଗ , 4 ଗିରଫ

ପୁରୀ: ସହରରେ ଦାଦା ବଟି ମାଗୁଥିବା ବ୍ୟକ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଜାରି ରଖିଛି ପୋଲିସ। ଦାଦାବଟି ମାଗିବା ଅଭିଯୋଗରେ 4 ଜଣ ବ୍ୟକ୍ତିଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୁରୀ ଟାଉନ ଥାନା ପୋଲିସ । ଗିରଫ ଅଭିଯୁକ୍ତ ହେଲେ ପୁରୀ ସହରର ରବି ନାରାୟଣ ଆପଟ, କାହ୍ନୁ ମହାପାତ୍ର, ଚୈତନ୍ୟ ପୃଷ୍ଟି, ସତ୍ୟ ରଂଜନ ପଣ୍ଡା ।

ଦାଦା ବଟି ମାଗିବା ଅଭିଯୋଗ , 4 ଗିରଫ

ପୋଲିସର ସୂଚନା ଅନୁଯାୟୀ, ଅଭିଯୁକ୍ତ ମାନେ ମରିଚିକୋଟ ଛକରେ ଥିବା ଅଭିରାମ ପରମହଂସ ଆଶ୍ରମକୁ ଯାଇ ସେଠାରେ କାର୍ଯ୍ୟ କରୁଥିବା ବାବାଜୀ ଅରବିନ୍ଦ ଦାସଙ୍କୁ 30 ହଜାର ଟଙ୍କା ଦାଦାବଟି ମାଗିଥିଲେ । ଗାଳି ଗୁଲଜ କରିବା ସହ ଟଙ୍କା ନ ଦେଲେ ଜୀବନରୁ ମାରି ଦେବାକୁ ଧମକ ଦେଇଥିଲେ । ଏନେଇ ଟାଉନ ଥାନାରେ ଅଭିଯୋଗ ହେବା ପରେ ପୋଲିସ ଘଟଣାର ତଦନ୍ତ କରି 4 ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଅଭିଯୁକ୍ତଙ୍କ ଠାରୁ 30 ହଜାର ଟଙ୍କା ଜବତ କରାଯାଇଛି ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.