ETV Bharat / state

ତଦନ୍ତରେ ଉତ୍କର୍ଷତା, ପୁରୀ ସିଟି ଡିଏସପିଙ୍କୁ ସମ୍ମାନିତ କରିବ କେନ୍ଦ୍ର ଗୃହ ମନ୍ତ୍ରଣାଳୟ

author img

By

Published : Aug 12, 2023, 10:18 PM IST

ତଦନ୍ତରେ ଉତ୍କର୍ଷତା ପାଇଁ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ପକ୍ଷରୁ ସମ୍ମାନିତ ହେବେ ଓଡ଼ିଶାର ୪ ପୋଲିସ କର୍ମଚାରୀ । ଅଧିକ ପଢନ୍ତୁ

Etv Bharat
Etv Bharat
ପୁରୀ ସିଟି ଡିଏସପିଙ୍କୁ ସମ୍ମାନିତ କରିବ କେନ୍ଦ୍ର ଗୃହ ମନ୍ତ୍ରଣାଳୟ

ପୁରୀ: ସେବା, ଦକ୍ଷତା ଓ ପରିଶ୍ରମକୁ ସମ୍ମାନ । ତଦନ୍ତରେ ଉତ୍କର୍ଷତା ପାଇଁ ଓଡ଼ିଶାର ୪ ଜଣ ପୋଲିସ ଅଫିସରଙ୍କୁ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଆସନ୍ତା ଅଗଷ୍ଟ ୧୫ ତାରିଖରେ ସମ୍ମାନିତ କରିବ । ତେବେ ପୁରୀ ସିଟି ଡିଏସପି କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଦ୍ବାରା ସମ୍ମାନିତ ହେବାକୁ ମନୋନୀତ ହେବା ପରେ ତାଙ୍କୁ ସବୁଆଡୁ ଶୁଭେଚ୍ଛାର ସୁଅ ଛୁଟିବାରେ ଲାଗିଛି । ୨୦୨୨ ମସିହା ପାଇଁ ପୁରୀ ସିଟି ଡିଏସପି ଏହି ପୁରସ୍କାର ପାଇବେ ।

ଇନ୍ସପେକ୍ଟର ଦୁର୍ଗେଶ ନନ୍ଦିନୀ ମହାନ୍ତି, ପୁରୀର ସିଟି ଡିଏସପି ପ୍ରଶାନ୍ତ କୁମାର ସାହୁ, ଡେପୁଟୀ ଏସପି ମାନଓ ରଞ୍ଜନ ପ୍ରଧାନ, ଡେପୁଟୀ ଏସପି ପ୍ରଭାତ କୁମାର ବିଶ୍ବାଳ ଏହି ସମ୍ମାନ ଲାଗି ମନୋନୀତ ହୋଇଛନ୍ତି । ତେବେ ପୁରୀ ସିଟି ଡିଏସପି କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଦ୍ବାରା ସମ୍ମାନିତ ହେବାକୁ ମନୋନୀତ ହେବା ପରେ ତାଙ୍କୁ ସବୁଆଡୁ ଶୁଭେଚ୍ଛାର ସୁଅ ଛୁଟିବାରେ ଲାଗିଛି । ତେବେ ୨୦୨୨ ମସିହା ପାଇଁ ପୁରୀ ସିଟି ଡିଏସପି ଏହି ପୁରସ୍କାର ପାଇବେ । ସେ ୨୦୨୨ ମସିହାରେ ଗଞ୍ଜାମ ଜିଲ୍ଲା ଆସ୍କା ଥାନାରେ ଇନ୍ସପେକ୍ଟର ଥିବା ବେଳେ ତାଙ୍କର ଉତ୍ତମ କାର୍ଯ୍ୟ ଦକ୍ଷତା ପାଇଁ ଏହି ସମ୍ମାନ ପାଇବେ।

ଏହା ବି ପଢନ୍ତୁ- ଗୃହ ମନ୍ତ୍ରଣାଳୟ ପକ୍ଷରୁ ୧୫୧ ଦକ୍ଷ ପୋଲିସ ଅଧିକାରୀଙ୍କୁ ଦିଆଯିବ ଉତ୍କର୍ଷ ପଦକ, ତାଲିକାରେ ଓଡ଼ିଶାର ୪ ଅଧିକାରୀ

ତେବେ ପୁରୀ ସିଟି ଡିଏସପି ଭାବେ କାର୍ଯ୍ୟରତ ପ୍ରଶାନ୍ତ କୁମାର ସାହୁ ୨୦୦୫ ମସିହାରେ ଓଡ଼ିଶା ପୋଲିସରେ ଯୋଗ ଦେଇଥିଲେ । ସେ ଗଞ୍ଜାମର ଆସ୍କା ଥାନାରେ ସେ ସବ-ଇନ୍ସପେକ୍ଟର ଭାବେ କାର୍ଯ୍ୟ ଆରମ୍ଭ କରିଥିଲେ । ପରେ ଗଞ୍ଜାମର ବିଭିନ୍ନ ଥାନାରେ ସଫଳତାର ସହ କାର୍ଯ୍ୟ କରି ଆସ୍କା ଥାନା ଅଧିକାରୀ ଭାବେ ଯୋଗ ଦେଇଥିଲେ । ତାଙ୍କ କାର୍ଯ୍ୟକାଳରେ ଆସ୍କା ଥାନା ସାରା ଦେଶରେ ଏକ ନମ୍ବର ଥାନା ଭାବେ ପୁରସ୍କୃତ ହୋଇଥିଲା । ତେବେ ତଦନ୍ତରେ ଉତ୍କର୍ଷତା ପାଇଁ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଦ୍ବାରା ସମ୍ମାନିତ ହେବା ପାଇଁ ପ୍ରଶାନ୍ତ ମନୋନୀତ ହେବା ପରେ ସେ ବେଶ ଖୁସି ଓ ଉତ୍ସାହିତ ଥିବା କହିଛନ୍ତି ।

ଆଗାମୀ ଦିନରେ କିଭଳି ଲୋକଙ୍କୁ ତ୍ବରିତ ନ୍ୟାୟ ପ୍ରଦାନ କରିହେବ ସେ ଦିଗରେ ଆହୁରି କଠିନ ପରିଶ୍ରମ କରିବେ ବୋଲି ପୁରୀ ସିଟି ଡିଏସପି ପ୍ରଶାନ୍ତ କହିଛନ୍ତି । ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଆଶୀର୍ବାଦରୁ ସେ ଏହି ସ୍ଥାନରେ ପହଞ୍ଚି ଥିବା ପ୍ରଶାନ୍ତ କହିଛନ୍ତି । ପୁରୀ ସହରର ଏକ ଅନ୍ତର୍ଜାତୀୟ ପର୍ଯ୍ୟଟନ ସ୍ଥଳୀ ହୋଇଥିବାରୁ ଭକ୍ତ, ପର୍ଯ୍ୟଟକ ଓ ପୁରୀ ବାସିନ୍ଦାଙ୍କ ସୁରକ୍ଷା ତାଙ୍କର ପ୍ରାଥମିକ କର୍ତ୍ତବ୍ୟ ରହିବ ବୋଲି ପୁରୀ ସିଟି ଡିଏସପି ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି ।

ଇଟିଭି ଭାରତ, ପୁରୀ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.