ପୁରୀ: ପୁରୀ ଜିଲ୍ଲାରେ ପୁଣି 4ଟି କୋରୋନା ପଜିଟିଭ ରିପୋର୍ଟ ହୋଇଥିବା ରାଜ୍ୟ ସ୍ବାସ୍ତ୍ୟ ବିଭାଗ ସୂଚନା ଦେଇଛି । ପୁରୀ ଜିଲ୍ଲାପାଳ ବଲବନ୍ତ ସିଂଙ୍କ ସୂଚନା ଅନୁଯାୟୀ, ଏହି 4 ଜଣଙ୍କ ମଧ୍ୟରୁ 2 ଜଣ ଅସ୍ତରଙ୍ଗ ଓ ଅନ୍ୟ 2 ଜଣ କାକଟପୁର ଅଂଚଳର ।
ସୂଚନାମୁତାବକ, ଏମାନେ ପଶ୍ଚିମବଙ୍ଗରୁ ଫେରିଥିବା ବେଳେ 4 ଜଣଙ୍କୁ କ୍ଵାରେଣ୍ଟାଇନ ସେଣ୍ଟରରେ ରଖାଯାଇ ଥିଲା । ତେବେ ପଜିଟିଭ ରିପୋର୍ଟ ଆସିବା ପରେ ତାଙ୍କର ଚିକିତ୍ସା ପାଇଁ ଭୁବନେଶ୍ବରର ସ୍ୱତନ୍ତ୍ର କୋଭିଡ ହସ୍ପିଟାଲକୁ ପଠାଇ ଦିଆଯାଇଛି।
ବର୍ତ୍ତମାନ ସେମାନଙ୍କ ସ୍ୱାସ୍ଥ୍ୟ ଅବସ୍ଥା ସ୍ଥିର ରହିଛି । ସେହିପରି ଉକ୍ତ ପଜିଟିଭ ବ୍ୟକ୍ତିଙ୍କର ମଧ୍ୟ କଣ୍ଟାକ୍ଟ ଟ୍ରେସିଂ ଆରମ୍ଭ କରାଯାଇଛି। ଯାହା ଗାଇଡ଼ ଲାଇନ ଅଛି ତାକୁ ଅନୁକରଣ କରାଯାଇ କୋଭିଡ ମୁକାବିଲା ନେଇ ପ୍ରଶାସନ କାର୍ଯ୍ୟ କରୁଥିବା ପୁରୀ ଜିଲ୍ଲାପାଳ କହିଛନ୍ତି ।
ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ