ପୁରୀ: ମାଙ୍କଡା ପଥର ଚୋରାଚାଲାଣ ଅଭିଯୋଗରେ 4 ଜଣଙ୍କୁ ଗିରଫ କରିଛି ପୋଲିସ । ଏଥିସହ ପୋଲିସ ସେମାନଙ୍କ ନିକଟରୁ ପଥର କଟା ମେସିନ ସହ ଅନ୍ୟ ଯନ୍ତ୍ରାଂଶ ଜବତ କରିଛି ।
ସୂଚନା ଅନୁଯାୟୀ ପୁରୀ କଣାସ ଥାନା ଝାରକଟା ଅଞ୍ଚଳରେ ମଣ୍ଟୁ ଖଣ୍ଡାୟତ ରାୟ ପଥର ଚୋରା ଚାଲଣ କରୁଥିବା ନେଇ ଅଭିଯୋଗ ଆସିଥିଲା । ଏନେଇ ପୁରୀ ପୋଲିସ ଖବର ପାଇବା ପରେ ଉକ୍ତ ଅଞ୍ଚଳରେ ଚଢାଉ କରି 4 ଜଣଙ୍କୁ ଗିରଫ କରିଛି । ସେମାନଙ୍କ ନିକଟରୁ ପଥର କଟା ମେସିନ ସହ ଅନ୍ୟାନ୍ୟ ଯନ୍ତ୍ରାଂଶ ଜବତ କରିଛି ପୋଲିସ ।
ଅଭିଯୁକ୍ତଙ୍କୁ ଧରିବା ସମୟରେ ପୋଲିସ ଆକ୍ରମଣର ଶିକାର ହୋଇଥିଲା । ତେବେ ମୁଖ୍ୟ ଅଭିଯୁକ୍ତ ଘଟଣାସ୍ଥଳରୁ ଫେରାର୍ ହୋଇଯାଇ ଥିବାବେଳେ ସେଠାରେ କାମ କରୁଥିବା 4 ଜଣଙ୍କୁ ପୋଲିସ ଗିରଫ କରିଛି । ମୁଖ୍ୟ ଅଭିଯୁକ୍ତ ମଣ୍ଟୁଙ୍କୁ ଗିରଫ କରିବା ପାଇଁ ପୋଲିସ ତଦନ୍ତ ଯାରି ରଖିଛି ଏବଂ ଗିରଫ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରିଛି ।
ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ