ETV Bharat / state

Panchayat Election: ପ୍ରଥମ ଦିବସରେ 378 ପ୍ରାର୍ଥୀଙ୍କ ନାମାଙ୍କନ ପତ୍ର ଦାଖଲ - ପୁରୀ ଜିଲ୍ଲା ପ୍ରଥମ ଦିବସ ନାମାଙ୍କନ ପତ୍ର ଦାଖଲ

ପଞ୍ଚାୟତ ନିର୍ବାଚନ ପାଇଁ ସୋମବାର ଠାରୁ ନାମାଙ୍କନ ପତ୍ର ଦାଖଲ ଆରମ୍ଭ ହୋଇଛି । ତେବେ ସୂଚନା ଅନୁଯାୟୀ ପୁରୀ ଜିଲ୍ଲାରେ ପ୍ରଥମ ଦିବସରେ ମୋଟ 378 ଜଣ ନିଜର ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ଅଧିକ ପଢନ୍ତୁ

Panchayat Election Nomination: ପୁରୀ ଜିଲ୍ଲାରେ ପ୍ରଥମ ଦିବସରେ ମୋଟ 378 ଜଣଙ୍କ ନାମାଙ୍କନ ପତ୍ର ଦାଖଲ

author img

By

Published : Jan 17, 2022, 10:12 PM IST

ପୁରୀ: ପଞ୍ଚାୟତ ନିର୍ବାଚନ ପାଇଁ ସୋମବାର ଠାରୁ ନାମାଙ୍କନ ପତ୍ର ଦାଖଲ ଆରମ୍ଭ ହୋଇଛି । ତେବେ ସୂଚନା ଅନୁଯାୟୀ ପୁରୀ ଜିଲ୍ଲାରେ ପ୍ରଥମ ଦିବସରେ ମୋଟ 378 ଜଣ ନିଜର ନାମାଙ୍କନ ପତ୍ର ଦାଖଲ କରିଛନ୍ତି । 319 ଜଣ ୱାର୍ଡ ମେମ୍ବର, 38 ସରପଞ୍ଚ, 19 ସମତି ସଭ୍ୟ, 2 ଜଣ ଜିଲ୍ଲା ପରିଷଦ ସଭ୍ୟ ନିମନ୍ତେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ଆସନ୍ତା 21 ତାରିଖ ଯାଏଁ ନାମାଙ୍କନ ପତ୍ର ଦାଖଲ ତାରିଖ ରହିଛି ।

Panchayat Election Nomination: ପୁରୀ ଜିଲ୍ଲାରେ ପ୍ରଥମ ଦିବସରେ ମୋଟ 378 ଜଣଙ୍କ ନାମାଙ୍କନ ପତ୍ର ଦାଖଲ

ଜିଲ୍ଲା ପ୍ରଶାସନର ସୂଚନା ଅନୁଯାୟୀ, ପୁରୀ ଜିଲ୍ଲାର ମୋଟ 268ଟି ପଞ୍ଚାୟତ, 33ଟି ଜିଲ୍ଲା ପରିଷଦ ଜୋନ ପାଇଁ ନିର୍ବାଚନ ହେବ । ୱାର୍ଡ ମେମ୍ବର୍, ସରପଞ୍ଚ, ପଞ୍ଚାୟତ ସମିତି ସଭ୍ୟ ଓ ଜିଲ୍ଲା ପରିଷଦ ସଭ୍ୟ ନିର୍ବାଚନ ହେବ । ୱାର୍ଡମେମ୍ବର୍ ଓ ସରପଞ୍ଚ ନିଜସ୍ୱ ପଞ୍ଚାୟତରେ ନାମାଙ୍କନ ପତ୍ର ଦାଖଲ କରିବେ । ସମିତିସଭ୍ୟ ମାନେ ବିଡିଓଙ୍କ ନିକଟ ନାମାଙ୍କନ ପତ୍ର ଦାଖଲ କରିବେ । ଜିଲ୍ଲା ପରିଷଦ ନିର୍ବାଚନ ପାଇଁ ଉପଜିଲ୍ଲାପାଳଙ୍କ ନିକଟରେ ନାମାଙ୍କନ ପତ୍ର ଦାଖଲ ହେବ । 17 ରୁ 21 ତାରିଖ ଯାଏଁ ନାମାଙ୍କନ ପତ୍ର ଦାଖଲ, 25ରେ ଚୂଡାନ୍ତ ତାଲିକା ପ୍ରକାଶ ପାଇବ । ତେବେ ରାଜ୍ୟ ନିର୍ବାଚନ କମିଶନଙ୍କ କୋଭିଡ ଗାଇଡ଼ ଲାଇନ ଅନୁଯାୟୀ ସବୁ କିଛି ହେବ । ନିର୍ବାଚନ ପ୍ରଚାର ନିୟମ ନେଇ ସଚେତନ କରାଯାଇଛି । ନିୟମ ଉଲଙ୍ଘନ ହେଲେ ଆଇନ ଅନୁଯାୟୀ କାର୍ଯ୍ୟନୁଷ୍ଠାନ ହେବ ବୋଲି ପୁରୀ ଉପଜିଲ୍ଲାପାଳ କହିଛନ୍ତି ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.