ପୁରୀ : ପୁରୀ ରେଡ଼କ୍ରସ ରୋଡ଼ ସ୍ଥିତ ରାମଚଣ୍ଡୀ ମନ୍ଦିରରୁ ଠାକୁରାଣୀଙ୍କ ଅଳଙ୍କାର ଚୋରି ମାମଲା ପୁରୀ କୁମ୍ଭାର ପଡା ପୋଲିସ 3 ଜଣଙ୍କୁ ଗିରଫ କରିଛି । ଗିରଫ ଅଭିଯୁକ୍ତ ମାନେ ହେଲେ ସତ୍ୟବାଦୀର ଶ୍ରୀଧର ମିଶ୍ର, ଖୋରଦା ବାଲିଅନ୍ତାର ଅକ୍ଷୟ ଦାସ ଓ ପୁରୀ ସଦର ଅଞ୍ଚଳର କୃଷ୍ଣଚନ୍ଦ୍ର ବେହେରା । ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଥିବା ବେଳେ ମନ୍ଦିରରୁ ଚୋରି ହୋଇ ଥିବା ଅଳଙ୍କାରକୁ ପୋଲିସ ଜବତ କରିଛି ।
ପୋଲିସର ସୂଚନା ଅନୁଯାୟୀ ଗତ 24 ତାରିଖ ରାତିରେ ରାମଚଣ୍ଡୀ ମନ୍ଦିରରୁ ବିଳମ୍ବିତ ରାତିରେ ଅଭିଯୁକ୍ତ ମାନେ ପଶି ହୁଣ୍ଡି ଭାଙ୍ଗି 15 ହଜାର ଟଙ୍କା ସମେତ ଠାକୁରାଣୀଙ୍କ ସୁନା ଗହଣା, ବସ୍ତ୍ର ଆଦି ଲୁଟି ନେଇ ଫେରାର ହୋଇ ଯାଇଥିଲେ । ତେବେ ପୋଲିସ ଏକ ଟିମ ଗଠନ କରି ଘଟଣାର ତଦନ୍ତ କରୁଥିବା ବେଳେ ଅଭିଯୁକ୍ତ ମାନେ ରବିବାର ସକାଳେ ପୁରୀକୁ ଆସିଥିବା ପୋଲିସ ସୂଚନା ପାଇଥିଲା । ପରେ ଭିଆଇପି ରୋଡ଼ର ଝଡେଶ୍ୱରୀ ଛକରେ ଏକ ବାଇକରେ ଅଭିଯୁକ୍ତ ମାନେ ଯାଉଥିବା ବେଳେ ପୋଲିସ ଟିମ ତାଙ୍କୁ ଧରିବାରେ ସଫଳ ହୋଇଥିଲେ ।