ETV Bharat / state

ପୁରୀ ସମୁଦ୍ରରେ ବୁଡି ଯାଉଥିବା 2 ପର୍ଯ୍ୟଟକ ଉଦ୍ଧାର

author img

By

Published : Apr 8, 2021, 5:51 PM IST

ପୁରୀ ସମୁଦ୍ରରେ ଗାଧୋଉଥିବା ସମୟରେ ବୁଡିଗଲେ 2 ପର୍ଯ୍ୟଟକ । ଅଗ୍ନିଶମ ବାହିନୀ ପହଞ୍ଚି କଲା ଉଦ୍ଧାର । ଅଧିକ ପଢନ୍ତୁ...

ପୁରୀ ସମୁଦ୍ରରେ ବୁଡି ଯାଉଥିବା 2 ପର୍ଯ୍ୟଟକ ଉଦ୍ଧାର
ପୁରୀ ସମୁଦ୍ରରେ ବୁଡି ଯାଉଥିବା 2 ପର୍ଯ୍ୟଟକ ଉଦ୍ଧାର

ପୁରୀ: ପୁଣି ପୁରୀ ସମୁଦ୍ରରେ ବୁଡିଗଲେ ପର୍ଯ୍ୟଟକ । ଖବର ପାଇ ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ଉଦ୍ଧାର କରିଥିବା ସୂଚନା । ବାହାର ଜିଲ୍ଲାରୁ ଆସିଥିବା 2 ପର୍ଯ୍ୟଟକ ଗାଧୋଉଥିବାବେଳେ ପୁରୀ ସମୁଦ୍ରରେ ବୁଡି ଯାଇଥିଲେ ।

ସୂଚନା ଅନୁଯାୟୀ ପୁରୀ ସମୁଦ୍ରର ୨ ନମ୍ବର ସେକ୍ଟର ଦିଗବାରିଣୀ ଛକ ସମ୍ମୁଖ ସମୁଦ୍ରରେ ଗାଧୋଉଥିବା ସମୟରେ 2 ପର୍ଯ୍ୟଟକ ପାଣିରେ ବୁଡି ଯାଇଥିଲେ । ଏନେଇ ଉପସ୍ଥିତ ଲୋକେ ଉଦ୍ଧାରକାରୀ ଟିମକୁ ଖବର ଦେଇଥିଲେ । ଖବର ପାଇ ଅଗ୍ନିଶମ ବାହିନୀ ଓ ଲାଇଫଗାର୍ଡ ପହଞ୍ଚି ଉଭୟଙ୍କୁ ଉଦ୍ଧାର କରି ସଦର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଛନ୍ତି । ତେବେ ଉଦ୍ଧାର ଯୁବକ ଦ୍ବୟ ବାଲେଶ୍ୱରର ଗୌତମ ସେଠୀ ଓ ଜୀବନ କୁମାର ଦାଶ ହୋଇଥିବା ଜଣାପଡିଛି ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.