ପୁରୀ: ଡେଲାଙ୍ଗରେ ନିର୍ବାଚନୀ ହିଂସା । ଏହି ମାମଲାରେ 2 ଜଣଙ୍କୁ ଗିରଫ କରିଛି ପୋଲିସ । ଏନେଇ ତଦନ୍ତ ଚାଲୁ ରହିଛି ବୋଲି ପୁରୀ ଏସପି କେ ବିଶାଳ ସିଂ କହିଛନ୍ତି। ତେବେ ନିର୍ବାଚନରେ ସୁରକ୍ଷା ନେଇ ପୋଲିସ କଡା ନଜର ରଖିଛି।
ଏସପି କହିଛନ୍ତି, ବିଶୃଙ୍ଖଳା କଲେ ସେ ଯିଏ ବି ହେଉନା କାହିଁକି କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ । ତେବେ ନିର୍ବାଚନ ହିଂସାରେ ୩ ଜଣ ବିଜେପି କର୍ମୀ ଆହତ ହୋଇଛନ୍ତି । ବିଜେଡି କର୍ମୀ ନିର୍ବାଚନ ପ୍ରଚାର ସମୟରେ ହିଂସାକାଣ୍ଡ କରିଥିବା ଅଭିଯୋଗ ହୋଇଛି ।
ପ୍ରକାଶଥାଉକି, ଡେଲାଙ୍ଗ ଜେନାପୁର ପଞ୍ଚାୟତ ବ୍ରାହ୍ମଣବାଡ ଗ୍ରାମରେ ବିଜେପି ନିର୍ବାଚନ ପ୍ରଚାର କରୁଥିଲା । ଏହି ସମୟରେ କିଛି ବିଜେଡି କର୍ମୀ ପ୍ରଚାରରେ ସାମିଲ ବିଜେପି କର୍ମୀଙ୍କୁ ମାଡ ମାରିଥିଲେ । ଏଥିରେ 3 ଜଣ ବିଜେପି କର୍ମୀ ଆହତ ହୋଇଛନ୍ତି । ସେମାନଙ୍କୁ ଡେଲାଙ୍ଗ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ପରେ ସେମାନଙ୍କୁ ଅଧିକ ଚିକିତ୍ସା ପାଇଁ ଭୁବନେଶ୍ବର ସ୍ଥାନାନ୍ତର କରାଯାଇଛି ।
ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ