ବ୍ରହ୍ମଗିରି: ପୁରୀ ଜିଲ୍ଲା ବ୍ରହ୍ମଗିରି ଥାନା ଅନ୍ତର୍ଗତ ହରପଡା ଗ୍ରାମର ତ୍ରିନାଥ ବେହେରା ଗାଁ ପାଖ ପଡ଼ିଆରେ ମେଣ୍ଢା ଚରାଉଥିବା ବେଳେ ବଜ୍ରପାତ । ବଜ୍ରାଘାତରେ 15ଟି ମେଣ୍ଢାଙ୍କ ମୃତ୍ୟୁ ହୋଇଥିବା ବେଳେ ସେ ଆହତ ହୋଇଛନ୍ତି ।
ଗୁରୁତର ତ୍ରିନାଥଙ୍କୁ ପ୍ରଥମେ ରେବଣା ନୂଆଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନିଆଯାଇଥିଲା । ପରେ ତାଙ୍କ ସ୍ବାସ୍ଥ୍ୟବସ୍ଥା ବିଗିଡିବାରୁ ପୁରୀ ମୁଖ୍ୟ ଚିକିତ୍ସାଳୟ ସ୍ଥାନାନ୍ତରିତ କରାଯାଇଛି ।
ବ୍ରହ୍ମଗିରିରୁ ଦେବାଶିଷ ଦାସ, ଇଟିଭି ଭାରତ