ETV Bharat / state

ମାଲେସିଆ ଜାହାଜରୁ 13 ହଜାର ଲିଟର ତେଲ ହେଲା ନିଷ୍କାସନ

ରାଜହଂସ ନିକଟରେ ଅଟକି ରହିଥିବା ମାଲେସିଆ ଜାହାଜରୁ ତେଲ ନିଷ୍କାସନ ପ୍ରକ୍ରିୟା ଜାରୀ ରହିଛି। ବର୍ତ୍ତମାନ ସୁଦ୍ଧା 13 ହଜାର ଲିଟର ତେଲ ନିଷ୍କାସନ କରାଯାଇଛି ।

author img

By

Published : Sep 2, 2019, 2:24 AM IST

Updated : Sep 2, 2019, 7:54 AM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, ପୁରୀ

ପୁରୀ: କୃଷ୍ଣ ପ୍ରସାଦ ବ୍ଲକର ରାଜହଂସ ନିକଟରେ ଅଟକି ରହିଥିବା ଜାହାଜରୁ ତେଲ ନିଷ୍କାସନ ପ୍ରକ୍ରିୟା ଜାରୀ ରହିଛି। ତେଲ ନିଷ୍କାସନ ନିମନ୍ତେ କୋଲକାତାର ଲର୍ଡ୍ସ ବ୍ଲୁ ଟେକ୍ କମ୍ପାନୀର 30ଜଣ ଇଞ୍ଜିନିୟର ବୈଷୟିକ ସହାୟତା ପ୍ରଦାନ କରିବା ସହ ବର୍ତ୍ତମାନ ସୁଦ୍ଧା 13 ହଜାର ଲିଟର ତେଲ ନିଷ୍କାସନ କରିଛନ୍ତି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ପୁରୀ

ତେବେ ଜାହାଜରେ ପ୍ରାୟ 30 ହଜାର ଲିଟର ତେଲ ଥିବା ସୂଚନା ମିଳିଛି । ଆଗାମୀ ଦୁଇ ତିନି ଦିନ ଭିତରେ ତେଲ ନିଷ୍କାସନ କାର୍ଯ୍ୟ ଶେଷ ହେବ ବୋଲି ପୁରୀ ଜିଲ୍ଲାପାଳ ବଲଓ୍ବନ୍ତ ସିଂ ସୂଚନା ଦେଇଛନ୍ତି । ତେଲ ନିଷ୍କାସନ ପ୍ରକ୍ରିୟା ସମ୍ପୂର୍ଣ୍ଣ ରୂପେ ସରିଗଲା ପରେ ଜହାଜର ମରାମତି କାମ ଆରମ୍ଭ ହେବ । ପରେ ଜହାଜ କର୍ତ୍ତୃପକ୍ଷ ରାଜହଂସ ନିକଟରୁ ଜାହାଜଟିକୁ ନେଇ ମଙ୍ଗଳା ବନ୍ଦର ଅଭିମୁଖେ ଯାତ୍ରା କରିବାର ବ୍ୟବସ୍ଥା ହୋଇଛି ।

ସୂଚନାଥାଉକି, ଜିନ ହ୍ଵା ନାମକ ଉକ୍ତ ମାଲବାହୀ ଜାହାଜ ବାଂଲାଦେଶର ମଙ୍ଗଳା ବନ୍ଦର ଅଭିମୁଖେ ଯାତ୍ରା କରୁଥିଲା । ତେବେ ଯାନ୍ତ୍ରିକ ତ୍ରୁଟି ଯୋଗୁଁ ରାଜହଂସ ନିକଟରେ ଗତ 8 ତାରିଖରୁ ଅଟକି ରହିଛି ।

ପୁରୀରୁ ଶକ୍ତିପ୍ରସାଦ ମିଶ୍ର, ଇଟିଭି ଭାରତ

Intro:ମାଲେସିଆ ଜହାଜ ରୁ 13 ହଜାର ଲିଟର ତେଲ ନିଷ୍କାସନ । Body:ପୁରୀ କୃଷ୍ଣ ପ୍ରସାଦ ବ୍ଲକ ର ରାଜ ହଂସ ନିକଟରେ ଅଟକି ରହିଥିବା ଜହାଜ ରୁ ତେଲ ନିଷ୍କାସନ କାର୍ଯ୍ୟ ଜାରି ରହିଛି। ଜିନ ହ୍ଵା ନାମକ ଉକ୍ତ ମାଲ ବାହି ଜହାଜ ବାଂଲା ଦେଶ ର ମଙ୍ଗଳା ବନ୍ଦର ଅଭିମୁଖେ ଯାତ୍ରା କରୁଥିବା ବେଳେ ଯାନ୍ତ୍ରିକ ତ୍ରୁଟି ଯୋଗୁ ରାଜ ହଂସ ନିକଟରେ ଗତ 8 ତାରିଖରୁ ଅଟକି ଯାଇ ଥିଲା। ଏହାର ମରାମତି ଏବଂ ଏଥିରୁ ତେଲ ନିଷ୍କାସନ ନିମନ୍ତେ କୋଲକାତା ର ଲର୍ଡ୍ସ ବ୍ଲୁ ଟେକ କମ୍ପାନୀ ର ତିରିଶ ଜଣ ଇଂଜିନିୟର ବୈଷୟିକ ସହାୟତା ପ୍ରଦାନ କରିବା ସହ ଆଜି ସୁଧା 13 ହଜାର ଲିଟର ତେଲ ନିଷ୍କାସନ କରିଛନ୍ତି। ଜହାଜ ରେ 30 ହଜାର ଲିଟର ତେଲ ଥିବା ସୂଚନା ମିଳିଛି। ଦୁଇ ତିନି ଦିନ ଭିତରେ ତେଲ ନିଷ୍କାସନ କାର୍ଯ୍ୟ ଶେଷ ହେବ ବୋଲୀ ପୁରୀ ଜିଲାପାଳ ବଲବନ୍ତ ସିଂ ସୂଚନା ଦେଇଛନ୍ତି।। ପରେ ଜହାଜ ର ମରାମତି କାମ ଆରମ୍ଭ ହେବ। ପରେ ଜହାଜ କର୍ତ୍ତୃପକ୍ଷ ରାଜ ହଂସ ନିକଟ ରୁ ଜହାଜ ଟିକୁ ନେଇ ଜିବାର ବ୍ୟବସ୍ଥା ହୋଇଛି।

ବାଇଟ,, ବଲବନ୍ତ ସିଂ , ପୁରୀ ଜିଲାପାଳConclusion:ପୁରୀ ରୁ ଶକ୍ତି ପ୍ରସାଦ ମିଶ୍ର

ଗତକାଲି ଏହି ଷ୍ଟୋରି ଯାଇଥିଲା। ଭିଯୁଆଲ ସେଥିରୁ ଲଗାଇବେ। ବାଇଟ ମୋଜୋ ରେ ଯାଇଛି
Last Updated : Sep 2, 2019, 7:54 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.