ପୁରୀ: ରାଜ୍ୟରେ ହୁ ହୁ ହୋଇ ବଢିବାରେ ଲାଗିଛି କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଏପଟେ ପୁରୀରେ 10ହଜାର ଟପିଲା କୋଭିଡ ପଜିଟିଭ । ଗତ 24 ଘଣ୍ଟା ମଧ୍ୟରେ ନୂଆ 132 କୋଭିଡ ପଜିଟିଭ ଚିହ୍ନଟ ହେବା ସହ ଜିଲ୍ଲାରେ ମୋଟ କୋଭିଡ ପଜେଟିଭ ସଂଖା 10,014ରେ ପହଞ୍ଚିଛି ଏବଂ ମୃତ୍ୟୁ ସଂଖା 54 ରହିଛି। ତେବେ ଜିଲ୍ଲାରେ ମୋଟ 1418 ଟି ଆକ୍ଟିଭ କେସ ଥିବା ବେଳେ 8542 ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।

ଏବେ ସୁଦ୍ଧା 92,150 ଟି ସାମ୍ପୁଲ ଟେଷ୍ଟ ହୋଇଛି । ତେବେ ଜିଲ୍ଲାରେ ଦିନକୁଦିନ ଆରୋଗ୍ୟ ହାର ବଢୁଥିବା ହେତୁ ପ୍ରଶାସନର ଚିନ୍ତା ସାମାନ୍ୟ କମ ରହିଛି । ଏବେ ଜିଲ୍ଲାରେ ଆରୋଗ୍ୟ ହାର 85.30 ପ୍ରତିଶତ ରହିଛି । କିନ୍ତୁ ପୁରୀ ଜିଲ୍ଲା ପୁରୀ ପୌର ପାଳିକାରେ ସବୁଠୁ ଅଧିକ 3326ଜଣ କୋଭିଡରେ ସଂକ୍ରମିତ ହୋଇଛନ୍ତି ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ