ପୁରୀ: 2035 ସୁଦ୍ଧା ଓଡିଶା ହେବ ସବୁଜମୟ । 1 କୋଟିରୁ ଊର୍ଦ୍ଧ୍ବ ହେବ ବୃକ୍ଷ ରୋପଣ । ଓଡିଶାକୁ ସବୁଜ , ସ୍ୱଚ୍ଛ ଓ ପ୍ରଦୂଷଣ ମୁକ୍ତ କରି ଗଢି ତୋଳିବା ପାଇଁ ମହା ସଂକଳ୍ପ ନେଇଛି ପ୍ରେରଣା ଇଣ୍ଟର ନ୍ୟାଶନାଲ ଗ୍ରୀନ ଆର୍ମି । ଏନେଇ ପୁରୀ ଶ୍ରୀମନ୍ଦିର ସିଂହ ଦ୍ବାରଠାରେ ଉଦଘାଟନ ହୋଇଯାଇଛି ସବୁଜ ସଂଗ୍ରାମ ଅଭିଯାନ ।
ସିଂହ ଦ୍ବାର ସମ୍ମୁଖରେ ସବୁଜ ସେନା ଏକାଠି ହୋଇ ସାରା ବିଶ୍ବକୁ ସବୁଜ ସଂଗ୍ରାମର ବାର୍ତ୍ତା ଦେଇଛନ୍ତି । 2035 ସୁଧା ଓଡିଶାକୁ ସବୁଜ ରାଜଧାନୀ କରିବାର ଦୃଢ଼ ସଂକଳ୍ପ ନେଇଛନ୍ତି । ଏହି ଉପଲକ୍ଷେ ପୁରୀ ସହରରେ ଏକ ବିରାଟ ସବୁଜ ରାଲିର ଅୟୋଜନ କରାଯାଇଥିଲା । 2020 ଅକ୍ଟୋବର 20 ସୁଦ୍ଧା ସବୁଜ ବାହିନୀର ସଂଖ୍ୟା ଏକ ଲକ୍ଷରେ ପହଞ୍ଚାଇବା ସହ ଏକ କୋଟି ବୃକ୍ଷ ରୋପଣ ପାଇଁ ଘୋଷଣା ହୋଇଛି ।
ସଂଗଠନର ମୁଖ୍ୟ ଦିଲୀପ ଶ୍ରୀଚନ୍ଦନ ନେତୃତ୍ବରେ ରାଜ୍ୟର କୋଣ ଅନୁକୋଣରୁ ଆସିଥିବା ସବୁଜ ବାହିନୀ ଏକାଠି ହୋଇଥିଲେ । ଏହି ଅବସର ପୁରୀର ବିଭିନ୍ନ ପାରମ୍ପରିକ ଲୋକ ନୃତ୍ୟ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ପୁରୀ ବିଧାୟକ ଜୟନ୍ତ ଷଡ଼ଙ୍ଗୀ, ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, କଂଗ୍ରେସ ନେତା ସୁରେଶ ରାଉତରାୟଙ୍କ ସମେତ ବହୁତ ବୁଦ୍ଧିଜୀବୀ, ପରିବେଶ ପ୍ରେମୀ ଯୋଗ ଦେଇଥିଲେ।
ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ