ପୁରୀ: ଜିଲ୍ଲାରେ ଚାଲିଛି ଦାଦାଗିରି । ଦାଦା ବଟି ମାଗିବା ଅଭିଯୋଗରେ ଜଣେ ଗିରଫ । ପୁରୀ ସଦର ଥାନା ଅଞ୍ଚଳରେ ଥିବା ଏକ ଜମିରେ ଜମି ମାଲିକଙ୍କୁ 5 ଲକ୍ଷ ଟଙ୍କା ଦାଦାବଟି ମାଗିବା ସହ ଜୋର ଜବରଦସ୍ତ ସେହି ଜମିରେ ହଳ ବୁଲାଇବା ଅଭିଯୋଗରେ ଜଣକୁ ଗିରଫ କରିଛି ପୋଲିସ ।
ସୂଚନାନୁସାରେ,ବାସେଳୀ ସାହି ଥାନା ଅନ୍ତର୍ଗତ ପାର୍ବତୀପୁର ଅଞ୍ଚଳରେ ରହୁଥିବା ବାବୁଲି ପାଢ଼ୀ ତାଙ୍କ ବାପା ଅମଳରୁସଦର ଥାନା ଅନ୍ତର୍ଗତ ଚାଳିଶି ବାଟିଆରେ ଥିବା ତାଙ୍କ ଜମିରେ ଚାଷ କରି ଆସୁଛନ୍ତି । ଗତ 3ତାରିଖ ଦିନ ବାବୁଲି ପାଢୀ ତାଙ୍କ ଚାଷ ଜମିକୁ ଚାଷ କରିବାକୁ ଯାଇଥିଲେ । ସେହି ସମୟରେ କେଦାର ନାଥ ପଲେଇ ନାମକ ଜଣେ ବ୍ୟକ୍ତି ତାଙ୍କୁ ଗାଳିଗୁଲଜ କରିବା ସହିତ ତାଙ୍କୁ 5ଲକ୍ଷ ଟଙ୍କାର ବଟି ମାଗିଥିଲେ । ବଟି ଦେଲେ ଜମିରେ ଚାଷ କରିପାରିବ ନାହିଁ ବୋଲି ବାବୁଲିଙ୍କୁ ଧମକ ଦେଇଥିଲେ ।
ଏ ନେଇ ବାବୁଲି ସଦର ଥାନାରେ ଅଭିଯୋଗ କରିଥିଲେ । ବାବୁଲିଙ୍କ ଅଭିଯୋଗକୁ ଭିତ୍ତି କରି ପୋଲିସ ଏକ ମାମଲା ରୁଜ୍ଜୁ କରିବା ସହିତ କେଦାରଙ୍କୁ ଗିରଫ କରିଛି ।
ପୁରୀରୁ ଶକ୍ତି ପ୍ରସାଦ ମିଶ୍ର,ଇଟିଭି ଭାରତ