ETV Bharat / state

ଅସହାୟ ସାବିତ୍ରୀଙ୍କୁ ସହାୟତାର ହାତ ବଢାଇଲା ଯାଦବ ବିକାଶ ପରିଷଦ - ଯାଦବ ବିକାଶ ପରିଷଦ

ଇଟିଭି ଭାରତରେ ଖବର ପ୍ରସାରଣ ପରେ ନୂଆପଡା ବ୍ଲକ ମାଲପଡା ଗାଁର ଅସହାୟ ସାବିତ୍ରୀ ହଂସଙ୍କ ଦୁଃଖ ଶୁଣିଛନ୍ତି ଯାଦବ ବିକାଶ ପରିଷଦର କାର୍ଯ୍ୟକର୍ତ୍ତା । ପିଡୀତା ସାବିତ୍ରୀ ହଂସଙ୍କୁ ଚିକିତ୍ସା ପାଇଁ ପାଞ୍ଚ ହଜାର ନଗଦ ସହାୟତା ଅର୍ଥ ସହ ରାସନ ଯୋଗାଇ ଦେଇଛନ୍ତି ଏମାନେ । ଅଧିକ ପଢନ୍ତୁ...

ଅସହାୟ ସାବିତ୍ରୀଙ୍କୁ ସହାୟତାର ହାତ ବଢାଇଲା ଯାଦବ ବିକାଶ ପରିଷଦ

author img

By

Published : Jun 29, 2020, 9:03 PM IST

ନୂଆପଡା: ସିନାପାଲି ବ୍ଲକ ମାଲପଡା ଗାଁର ଅସହାୟ ସାବିତ୍ରୀ ହଂସଙ୍କ ଦୁଃଖ ଶୁଣିଛନ୍ତି ନୂଆପଡା ଜିଲ୍ଲା ଯାଦବ ବିକାଶ ପରିଷଦର କାର୍ଯ୍ୟକର୍ତ୍ତା । ପିଡୀତା ସାବିତ୍ରୀ ହଂସଙ୍କୁ ଚିକିତ୍ସା ପାଇଁ ପାଞ୍ଚ ହଜାର ନଗଦ ସହାୟତା ଅର୍ଥ ଓ ଏକ ମାସର ରାସନ ଯୋଗାଇ ଦେଇ ଆସୁ ଆରୋଗ୍ୟ କାମନା କରିଛନ୍ତି ଯାଦବ ବିକାଶ ପରିଷଦର କାର୍ଯ୍ୟକର୍ତ୍ତା ।

ଅସହାୟ ସାବିତ୍ରୀଙ୍କୁ ସହାୟତାର ହାତ ବଢାଇଲା ଯାଦବ ବିକାଶ ପରିଷଦ

ଗରିବ ଓ ଅସହାୟ ଶ୍ରମିକ ଲୋକେଶ ଚନ୍ଦ୍ର ହଂସ ନିଜ ସ୍ତ୍ରୀ ସାବିତ୍ରୀ ହଂସ, 2 ନାବାଳକ ସନ୍ତାନ ଏବଂ ବୃଦ୍ଧ ମାଆଙ୍କୁ ନେଇ ଦୁଃଖ ଯନ୍ତ୍ରଣାରେ ପରିବାର ଚଳାଉଥିଲେ । ଆଜକୁ 7 ମାସ ପୂର୍ବେ ହଠାତ ଲୋକେଶ ଚନ୍ଦ୍ର ହଂସଙ୍କ ସ୍ତ୍ରୀ ସାବିତ୍ରୀଙ୍କ ଉପରେ ଝୁଣ୍ଟିପଡି ଡାହାଣ ଗୋଡ଼ ଭାଙ୍ଗିଯାଇଥିଲା । ଶକ୍ତି ସାମର୍ଥ୍ୟ ଅନୁସାରେ ସିନାପାଲି ସ୍ବାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା ହେବା ପରେ ମଧ୍ୟ ଆରୋଗ୍ୟ ହେଲେ ନାହିଁ ସାବିତ୍ରୀ । ଅକ୍ଷମ ଭାବରେ ଦୁଃଖ କଷ୍ଟରେ ଘରେ ପଡି ରହି ଚିକିତ୍ସା ସହାୟତା ପାଇଁ ସରକାରଙ୍କୁ ନିବେଦନ କରୁଥିଲେ ସେ ।

ଏହି ଖବର ପ୍ରଥମ କରି ଜୁନ 10ରେ ଇଟିଭି ଭାରତରେ ପ୍ରସାରଣ କରାଯାଇଥିଲା । ଖବର ପାଇ ସୋମବାର ନୂଆପଡା ଜିଲ୍ଲା ଯାଦବ ବିକାଶ ପରିଷଦର ସଭାପତି କପିଳେନ୍ଦ୍ର ଭୋଇଙ୍କ ନେତୃତ୍ୟରେ ଏକ ଆଠ ଜଣିଆ ପ୍ରତିନିଧି ଦଳ ମାଲପଡା ଗାଁରୁ ଗ୍ରସ୍ତ କରିଥିଲେ । ଚିକିତ୍ସାରୁ ବଞ୍ଚିତ ଥିବା ସାବିତ୍ରୀ ହଂସଙ୍କୁ 5000 ଟଙ୍କା ଏବଂ ଏକ ମାସର ରାସନ ଯୋଗାଇ ଦିଆଯାଇଛି । ଏଭଳି ଏକ ଅସହାୟ ମହିଳାଙ୍କ ବିଷୟରେ ଖବର ପ୍ରସାରଣ କରିଥିବାରୁ ଉଭୟ ପିଡୀତା ସାବିତ୍ରୀ ହଂସ ଏବଂ ନୂଆପଡା ଜିଲ୍ଲା ଯାଦବ ବିକାଶ ପରିଷଦ ଇଟିଭି ଭାରତକୁ ଧନ୍ୟବାଦ ଜଣାଇଛନ୍ତି ।

ନୂଆପଡାରୁ ମୋତିଲାଲ ବାଗ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.