ନୂଆପଡା: ଜିଲ୍ଲା ବୋଡେ଼ନ ବ୍ଲକ ଖଇରା ଗାଁ ଠାରୁ କମାରଖୋଲ ରାସ୍ତା ଉନ୍ନତି କରଣରେ ବ୍ୟାପକ ଦୁର୍ନୀତି ହୋଇଥିବା ଅଭିଯୋଗ ହୋଇଛି । ଏହି ରାସ୍ତାର ଉନ୍ନତିକରଣ ପାଇଁ 2020-21 ଆର୍ଥିକ ବର୍ଷରେ ମହାତ୍ମାଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଯୋଜନାରେ 9ଲକ୍ଷ 90ହଜାର ଅଟକଳ ପରିମାଣରେ କାମ କରାଯାଇଛି । ହେଲେ ରାସ୍ତା କାମ ଉନ୍ନତ ମାନର ହୋଇ ନାହିଁ । ଏଥିରେ ବ୍ୟାପକ ଅର୍ଥ ହରିଲୁଟ ହୋଇଥିବା ଅଭିଯୋଗ କରିଛନ୍ତି ସ୍ଥାନୀୟ ଲୋକେ ।
ରାସ୍ତା କାମରେ ହୋଇ ଥିବା ଦୁର୍ନୀତିର ଉଚ୍ଚ ସ୍ତରୀୟ ତଦନ୍ତ ଦାବି କରାଯାଇଛି । ଏହାସହ ହରିଲୁଟରେ ସମ୍ପୃ୍କ୍ତ ଥିବା ବ୍ୟକ୍ତିଙ୍କ ବିରୋଧରେ ଦୃଢ କାର୍ଯାନୁଷ୍ଠାନ ନେବାକୁ ଦାବି କରାଯାଇଛି ।
ନୂଆପଡାରୁ ମୋତିଲାଲ ବାଗ,ଇଟିଭି ଭାରତ