ETV Bharat / state

ଜନଜାତିଙ୍କୁ ନ୍ୟାୟ ନ ମିଳିବା ଦାବିରେ ଥାନା ଘେରିଲା ଆଦିବାସୀ କଲ୍ୟାଣ ସଙ୍ଘ - komna Block

ବିଦ୍ୟୁତ ବିଭାଗର କାର୍ଯ୍ୟରତ ଆଦିବାସୀ ଯୁବକଙ୍କୁ ଆକ୍ରମଣ ଘଟଣାରେ ପୋଲିସ ନୀରବ ଦ୍ରଷ୍ଟା ସାଜିବା ସହ ନ୍ୟାୟ ନ ମିଳିବା ଦାବିରେ ଥାନା ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଛି ଆଦିବାସୀ କଲ୍ୟାଣ ସଙ୍ଘ । ଅଧିକ ପଢନ୍ତୁ...

ଆଦିବାସୀ ବିସ୍ଥାପିତଙ୍କୁ ମାଡମରା ଘଟଣାରେ ଥାନା ଘେରାଉ କରିଛି ଆଦିବାସୀ କଲ୍ୟାଣ ସଙ୍ଘ

author img

By

Published : Aug 20, 2021, 10:09 PM IST

ନୂଆପଡା: ପଶ୍ଚିମ ଓଡିଶା ଆଦିବାସୀ କଲ୍ୟାଣ ସଙ୍ଘ ଆହ୍ବାନ କ୍ରମେ ଆଜି ନୂଆପଡା ଜିଲ୍ଲା ଆଦିବାସୀ କଲ୍ୟାଣ ସଙ୍ଘ ପକ୍ଷରୁ ଶତାଧିକ ଆଦିବାସୀ ଲୋକେ ଖଡ଼ିଆଳ ଥାନା ଘେରାଉ କରିବା ସହ ଥାନା ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରି ପୋଲିସ ବିରୁଦ୍ଧରେ ଗର୍ଜିଛନ୍ତି ।

ଆଦିବାସୀ ବିସ୍ଥାପିତଙ୍କୁ ମାଡମରା ଘଟଣାରେ ଥାନା ଘେରାଉ କରିଛି ଆଦିବାସୀ କଲ୍ୟାଣ ସଙ୍ଘ

ସର୍ବପ୍ରଥମେ ଖଡ଼ିଆଳ ସହର ସ୍ଥିତ ଠାକୁରାଣୀ ମନ୍ଦିର ପ୍ରାଙ୍ଗଣରେ ସମୂହ ଆଦିବାସୀ ଏକତ୍ରିତ ହୋଇ ପାରମ୍ପରିକ ଅସ୍ତ୍ରଶସ୍ତ୍ରରେ ସଜ୍ଜିତ ହୋଇ ଏକ ବିଶାଳ ରାଲିରେ ଖଡ଼ିଆଳ ଥାନାକୁ ଘେରାଉ କରିଛନ୍ତି । ଆଦିବାସୀଙ୍କୁ ପୋଲିସ ନ୍ୟାୟ ଦେଉନାହିଁ । ବଡ଼ ବଡ଼ିଆ ପ୍ରଭାବଶାଳୀ ଧନୀଙ୍କ ସପକ୍ଷରେ ଥାଇ ଆଦିବାସୀଙ୍କୁ ପୋଲିସ ହଇରାଣ କରୁଥିବା ବିକ୍ଷୋଭକାରୀ ଅଭିଯୋଗ କରୁଛନ୍ତି ।

ତେବେ କୋମନା ବ୍ଲକରେ ବିଦ୍ୟୁତ ବିଭାଗରେ କାର୍ଯ୍ୟରତ ଆଦିବାସୀ ଯୁବକଙ୍କୁ ସ୍ଥାନୀୟ ଲୋକେ ଗୋଡ଼ାଇ ଗୋଡ଼ାଇ ମାଡ ମାରିଛନ୍ତି । ଏନେଇ ଥାନାରେ ଅଭିଯୋଗ କଲାପରେ ମଧ୍ୟ କୋମନା ପୋଲିସ ନିରବଦ୍ରଷ୍ଟା ସାଜିଛି । ଖଡ଼ିଆଳ ଥାନାରେ ଚନ୍ଦ୍ରଶେଖର ଶବର ନାମକ ଜଣେ ଆଦିବାସୀ ଯୁବକ ନିଜ ପତ୍ନୀଙ୍କ ପ୍ରତି ବିପଦ ଥିବା ନେଇ ଅଭିଯୋଗ କରିବା ପରେ ମଧ୍ୟ ଖଡ଼ିଆଳ ଥାନା ପୋଲିସ ନିରବ ଦ୍ରଷ୍ଟା। ସାଜିଛି ।

ସେପଟେ ଜଣେ ଆଦିବାସୀ ବିସ୍ଥାପିତଙ୍କ ଠାରୁ ଜଣେ ଦଲାଲ ଓ ବ୍ୟାଙ୍କ ମ୍ୟାନେଜର 23 ଲକ୍ଷ 80 ହଜାର ଟଙ୍କା ହଡପ କରିଥିବା ଥାନାରେ ଅଭିଯୋଗ ହୋଇଥିଲେ ସୁଦ୍ଧା ପୋଲିସ ଅଭିଯୁକ୍ତକୁ ଗିରଫ କରିନାହିଁ । ଏଭଳି ଆଦିବାସୀ ଲୋକ ମାନଙ୍କ ପ୍ରତି ଅନ୍ୟାୟ ଅତ୍ୟାଚାର ହୋଇ ଆସୁଥିବା ବେଳେ ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନଥିବା ନେଇ ଆନ୍ଦୋଳନକାରୀ ଗଣ ଅଭିଯୋଗ କରିଛନ୍ତି ।

ନୂଆପଡାରୁ ମୋତିଲାଲ ବାଗ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.