ETV Bharat / state

ବୃନ୍ଦାବନ ମେହେରଙ୍କ ନିର୍ଦ୍ଦେଶନାରେ ଗୀତ ଗାଇଲେ ଉଦିତ ନାରାୟଣ - sambalpuri music

ସମ୍ବଲପୁରୀ କୋଶଲି ଭାଷା ଗୀତିକାର ସଙ୍ଗୀତ ନିର୍ଦ୍ଦେଶକ ବୃନ୍ଦାବନ ମେହେର ବଲିଉଡର ପ୍ରଖ୍ୟାତ କଣ୍ଠଶିଳ୍ପୀ ଉଦିତ ନାରାୟଣଙ୍କ ପାଇଁ ଏକ ସମ୍ବଲପୁରୀ ସଙ୍ଗୀତ ସଜାଇଛନ୍ତି । 'ତୋରବିନା ପାଗଳ ଲାଗୁଛେ' ଗୀତ ସମ୍ବଲପୁରୀ ଭାଷାରେ ଗାଇଛନ୍ତି ଉଦିତ ନାରାୟଣ । ଅଧିକ ପଢନ୍ତୁ...

music
ଉଦିତ ନାରାୟଣଙ୍କ ପାଇଁ ସଙ୍ଗୀତ ସଜାଇଲେ ପଶ୍ଚିମ ଓଡିଶାର ସଙ୍ଗୀତ ନିର୍ଦ୍ଦେଶକ
author img

By

Published : Feb 17, 2021, 10:38 PM IST

ନୂଆପଡା: ଜିଲ୍ଲାର ଗର୍ବ ଓ ଗୌରବ ସମ୍ବଲପୁରୀ କୋଶଲି ଭାଷା ଗୀତିକାର ସଙ୍ଗୀତ ନିର୍ଦ୍ଦେଶକ ବୃନ୍ଦାବନ ମେହେର । ବଲିଉଡର ପ୍ରଖ୍ୟାତ କଣ୍ଠଶିଳ୍ପୀ ଉଦିତ ନାରାୟଣଙ୍କ ପାଇଁ ଏକ ସମ୍ବଲପୁରୀ ସଙ୍ଗୀତ ସଜାଇଛନ୍ତି । ଯାହା ସମ୍ବଲପୁରୀ ଭାଷାରେ ସଙ୍ଗୀତ ଗାଇଛନ୍ତି ଉଦିତ ନାରାୟଣ ।

ଉଦିତ ନାରାୟଣଙ୍କ ପାଇଁ ସଙ୍ଗୀତ ସଜାଇଲେ ପଶ୍ଚିମ ଓଡିଶାର ସଙ୍ଗୀତ ନିର୍ଦ୍ଦେଶକ

କୋମନା ବ୍ଲକ ଅଧିନସ୍ଥ ଖଇରଭାଡ଼ି ଗ୍ରାମର ରାଜମିସ୍ତ୍ରୀ ଦଶରୁ ମେହେରଙ୍କ ସୁପୁତ୍ର ସଙ୍ଗୀତ ସାଧକ ଯୁବ ପ୍ରତିଭା ବୃନ୍ଦାବନ ମେହେର । ଏକ ଗରିବ ପରିବାରରେ ଜନ୍ମ ଗ୍ରହଣ କରିଥିବାବେଳେ,ପେଟ ଚାଖଣ୍ଡେ ପାଇଁ ଅନବରତ ସଂଗ୍ରାମ କରିଚାଲିଛନ୍ତି ଏହି ଯୁବ ପ୍ରତିଭା । ତଥାପି ଜୀବନ ଜଞ୍ଜାଳରେ ଥକି ନ ପଡି ଛୋଟବେଳୁ ସଙ୍ଗୀତ ପ୍ରତି ତାଙ୍କର ଦୁର୍ବଳତା ରହିଛି । ସମ୍ବଲପୁରୀ କୋଶଳି ଭାଷା ସଙ୍ଗୀତ ଜଗତରେ ଶତାଧିକ ସୁମଧୁର ଗୀତ ରଚନା କରି ସ୍ବୟଂ ସଙ୍ଗୀତ ନିର୍ଦ୍ଦେଶନା ଦେଇ ସଫଳତାର ପାହାଚ ପରେ ପାହାଚ ଅତିକ୍ରମ କରିଚାଲିଛନ୍ତି । ବଲିଉଡର ପ୍ରକ୍ଷାତ କଣ୍ଠ ଶିଳ୍ପୀ ବିନୋଦ ରାଠୋରଠୁ ଆରମ୍ଭ କରି ଉଦିତ ନାରାୟଣ ପର୍ଯ୍ୟନ୍ତ ପହଞ୍ଚି ପାରିଛନ୍ତି ବୃନ୍ଦାବନ ।

ନିକଟରେ ମହାନଗରୀ ମୁମ୍ବାଇ ପଞ୍ଚମ ଷ୍ଟୁଡ଼ିଓ ଠାରେ ବୃନ୍ଦାବନଙ୍କ ରଚନା ଓ ସଙ୍ଗୀତ ନିର୍ଦ୍ଦେଶନା ରେ 'ତୋରବିନା ପାଗଳ ଲାଗୁଛେ' ଗୀତ ବଲିଉଡ ର ମହାନାୟକ ସଙ୍ଗୀତ ନିର୍ଦ୍ଦେଶକ କଣ୍ଠଶିଳ୍ପୀ ଉଦିତ ନାରାୟଣ ସଫଳତାର ସହ ଗାଈଛନ୍ତି । ଏହି ସଫଳତାର ପଛରେ RK ଟିମ ର ସମ୍ପୂର୍ଣ୍ଣ ସହଯୋଗ ରହିଛି । ଆଗକୁ ସରକାର ସହଯୋଗର ହାତ ବଢ଼ାଇଲେ ଆହୁରି ନୂଆ ନୂଆ ରେକର୍ଡ ସୃଷ୍ଟି କରିବେ ବୋଲି ସଙ୍ଗୀତ ନିର୍ଦ୍ଦେଶକ ବୃନ୍ଦାବନ ମେହେର ପ୍ରକାଶ କରିଛନ୍ତି ।

ନୂଆପଡାରୁ ମୋତିଲାଲ ବାଗ,ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.