ETV Bharat / state

ଗଣ୍ଡାବାହେଲି ଗାଁରେ ଜମୁଛି ଗଣେଶ ପୂଜା

ବେଶ୍‌ ଧୂମଧାମରେ ସହରରେ ଚାଲିଛି ଗଣେଶ ପୂଜା । ଭକ୍ତଙ୍କ ଚହଳ ଗହଳରେ ମହାଆଡମ୍ବରରେ ବିଭିନ୍ନ ପୂଜା ମଣ୍ଡପରେ ପୂଜା ପାଉଛନ୍ତି ବିଘ୍ନ ବିନାଶକ । ତେବେ ଗାଁରେ ଦୀର୍ଘ ଆଠ ବର୍ଷ ଧରି ଚାଲିଥିବା ଏହି ପୂଜାର୍ଚ୍ଚନାକୁ ନେଇ ଲୋକଙ୍କ ସହ ସିଧାସଳଖ ଆଲୋଚନ କରିଥିଲା ଇଟିଭି ଭାରତ ଟିମ୍‌ ।

author img

By

Published : Sep 7, 2019, 10:50 PM IST

ଫଟୋ ସୌଜନ୍ୟ: ପ୍ରତିନିଧି, ନୂଆପଡା

ନୂଆପଡା: ବେଶ୍‌ ଧୂମଧାମରେ ସହରରେ ଚାଲିଛି ଗଣେଶ ପୂଜା । ଭକ୍ତଙ୍କ ଚହଳ ଗହଳରେ ମହାଆଡମ୍ବରରେ ବିଭିନ୍ନ ପୂଜା ମଣ୍ଡପରେ ପୂଜା ପାଉଛନ୍ତି ବିଘ୍ନ ବିନାଶକ । ତେବେ ସାରା ରାଜ୍ୟରେ ଜୋରସୋରରେ ପୂଜାର ମାହୋଲ ଜମିଥିବା ବେଳେ ଖଡିଆଳ, ବୋଡେନ, କୋମନା ଓ ନୂଆପଡା ସହରରେ ଶତାଧିକ ପୂଜା ମଣ୍ଡପରେ ଚାଲିଛି ଅଗ୍ରପୂଜ୍ୟ ଗଣନାଥଙ୍କ ଷୋଡଶ ବିଧିରେ ପୂଜାର୍ଚ୍ଚନା ।

ସବୁଠାରୁ ଭିନ୍ନ ରହିଛି ସହରର ସିନାପାଲି ବ୍ଲକସ୍ଥିତ ଗଣ୍ଡାବାହେଲି ଗାଁର ଗଣେଶ ପୂଜା । ଏଠାରେ ପ୍ରତିଦିନ ଷୋଡଶ ବିଧିରେ ଗଜାନନଙ୍କର ପୂଜାର୍ଚ୍ଚନା କରାଯାଏ । ଅନ୍ୟପଟେ ଶ୍ରଦ୍ଧାଳୁଙ୍କୁ ଆକୃଷ୍ଟ କରିବା ଭଳି ବିଶାଳ ତୋରଣ ହୋଇଥିବା ବେଳେ ବିଶାଳକାୟ ମୂର୍ତ୍ତି ପ୍ରସ୍ତୁତ କରିଛନ୍ତି କାରିଗର ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ନୂଆପଡା

ଶନିବାର ଗଜାନନଙ୍କର ଷଷ୍ଠ ଦିନ ପୂଜାରେ ପ୍ରଭୁଙ୍କୁ ମିଷ୍ଟାନ୍ନ, ଛେନା, ଖେଚୁଡି ଓ ଲଡୁ ସହ 56 ପ୍ରକାର ଭୋଗ ଲଗାଯାଇଥିଲା । ଘଣ୍ଟ ଘଣ୍ଟୁଆଙ୍କ ତାଳରେ ପ୍ରକମ୍ପିତ ହୋଇ ଉଠିଥିଲା ଗଣ୍ଡାବାହେଲି ପୂଜା ମଣ୍ଡପ । ଏଥିସହ ଜମିଥିଲା ହଜାର ହଜାର ଶ୍ରଦ୍ଧାଳୁଙ୍କ ଭିଡ ।

ତେବେ ଗାଁରେ ଦୀର୍ଘ ଆଠ ବର୍ଷ ଧରି ଚାଲିଥିବା ଏହି ପୂଜାର୍ଚ୍ଚନାକୁ ନେଇ ଲୋକଙ୍କ ସହ ସିଧାସଳଖ ଆଲୋଚନ କରିଥିଲା ଇଟିଭି ଭାରତ ଟିମ୍‌। ଦେଖନ୍ତୁ ଗାଁରେ କିପରି ଉଲ୍ଲାସର ସହ ଆୟୋଜନ ହୋଇଛି ଗଣେଶ ପୂଜା ଓ କ’ଣ ରହିଛି ଆୟୋଜକ ଓ କର୍ତ୍ତାଙ୍କ ପ୍ରତିକ୍ରିୟା ।

ନୂଆପଡାରୁ ମୋତିଲାଲ ବାଗ, ଇଟିଭି ଭାରତ

Intro:ନୂଆପଡା ଜ଼ୀଲ୍ଲା ବ୍ୟାପି ଖଡ଼ିଆଳ,ବୋଡେ଼ନ,କୋମନା,ନୂଆପଡା ସହରର ଶତାଧିକ ପୂଜାମଣ୍ଡପରେ ଅଗ୍ରପୂଜ୍ୟ ଗଣନାଥ ଗଣେଶ ମହାପ୍ରଭୂ ଙ୍କ ପୂଜା ଷୋଡଶ ଉପଚାର ରେ ଚାଲିଥିବାବେଳେ, ସିନାପାଲି ବ୍ଲକ ଅନ୍ତର୍ଗତ ଗଣ୍ଡାବାହେଲି ସାର୍ବଜନୀନ ଗଣେଶ ପୂଜା ନିଆରା ଢଙ୍ଗରେ ପାଳନ କରାଯାଉଛି । ଗଣ୍ଡାବାହେଲି ଗାଁ ଲୋକଙ୍କ ସାହାଯ୍ୟ ସହାନୁଭୂତି ମୁଷ୍ଟି ଭୀକ୍ଷା ସାହାଯ୍ୟରେ ପୂଜାକୁ ବହୁ ଆଡମ୍ବର ସହକାରେ ପାଳନ କରାଯାଉଛି । ଶ୍ରଦ୍ଧାଳୁ ଙ୍କୁ ଆକୃଷ୍ଟ କରିବାଭଳି ବିଶାଳ ତୋରଣ ହୋଇଥିବାବେଳେ , ବିଶାଳ କାୟା ପ୍ରଭୁ ଗଣେଶ ଙ୍କ ମୃତ୍ତି ସ୍ଥାପନ କାରାଯାଇଛି । ଆଜି ମହାପ୍ରଭୁ ଙ୍କ ପୂଜା ଷଷ୍ଠ ଦିନରେ ପହଞ୍ଚି ଥିବାବେଳେ ପ୍ରଭୁଙ୍କୁ ଆଜି ମିଷ୍ଠାନ୍ନ , ଛେନା , ଖିଚିଡି , ଲଡୁ ସହ 56 ପ୍ରକାର ଭୋଗ ଅର୍ପଣ କରାଯାଇଛି । ଘଣ୍ଟ ଘଣ୍ଟୁଆଙ୍କ ନିନାଦରେ ପ୍ରକମ୍ପିତ ଗଣ୍ଡାବାହେଲି ପୂଜାମଣ୍ଡପ । ହଜାର ହଜାର ଶ୍ରଦ୍ଧାଳୁଙ୍କ ଜନ ସମାବେଶ ଦେଖାଦେଇଛି । ଏହିଅବସର ରେ ପ୍ରଭୁଙ୍କ ସରଣଯାଇ ଆୟୋଜକ କର୍ତ୍ତା ଏବଂ ପୂଜକ ଙ୍କ ସହ ଆମ ନୂଆପଡା ପ୍ରତିନିଧି ସିଧାସଳଖ ଆଲୋଚନା କରିଛନ୍ତି.......Body:ସConclusion:ସସ
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.